ବାରଣାସୀ: ମୋକ୍ଷଦାୟିନୀ ଗଙ୍ଗା ଶନିବାର ବାରଣାସୀରେ ତାର ରୁଦ୍ର ରୂପ ପ୍ରଦର୍ଶନ କରିଛି। ଗତ ୨୪ ଘଣ୍ଟା ହେଲା ଗଙ୍ଗା ପ୍ରତି ଘଣ୍ଟା ୪ ସେଣ୍ଟି ମିଟର ହିସାବରେ ଫୁଲୁଛି। ଯଦି ଗଙ୍ଗାର ଜଳସ୍ତର ଏପରି ବୃଦ୍ଧି ହୁଏ ତେବେ ଆଗାମୀ ଦିନେ ବା ଦୁଇ ଦିନରେ ଗଙ୍ଗା ବିପଦସଙ୍କେତ ପାର କରିଯିବ। ଏଣୁ ଏବେଠାରୁ ଗଙ୍ଗାରେ ଆସୁଥିବା ବଢିଲାଗି ଘାଟରେ ସତର୍କତା ଜାରି କରିଦିଆଯାଇଛି। ଗଙ୍ଗାର ଜଳସ୍ତର ବୃଦ୍ଧି ଏବେ ସ୍ଥାନୀୟ ଲୋକଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।
{"id":157767}ଜଳସ୍ତର ବୃଦ୍ଧି ହେଉଥିବାରୁ ଏବେ ଡଙ୍ଗା ଘାଟର ସମ୍ପର୍କ ବିଛିନ୍ନ ହୋଇଛି। ଏଣୁ ଗଙ୍ଗାରେ ଆସୁଥିବା ବନ୍ୟା ଯୋଗୁ ଏଠାରେ ନିୟମିତ ହେଉଥିବା ଗଙ୍ଗା ଆରତୀର ସ୍ଥଳ ବଦଳାଇ ଦିଆଯାଇଛି। ସେହିପରି ଏଠାରେ ସ୍ଥାପିତ ଜଳ ପୋଲିସ ଥାନା ବି ଏବେ ବନ୍ୟାପାଣି ଘେରରେ ଫସିଯାଇଥିବା ଜଣାପଡିଛି। କେବଳ ଏତିକି ନୁହେଁ ଅଶୀ ଘାଟରେ ନିର୍ମିତ ହୋଇଥିବା ‘ସୁବହ-ଏ-ବନାରସ’ ମଞ୍ଚଟି ମଧ୍ୟ ନଦୀରେ ଭାସିଯାଇଛି। ପିତୃପକ୍ଷ ଆରମ୍ଭ ହୋଇଯାଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତରୁ ଏବେ ଏଠାକୁ ଲୋକେ ପହଞ୍ଚିବା ଆରମ୍ଭ କରିଛନ୍ତି। ଏଣୁ ଗଙ୍ଗାରେ ବନ୍ୟା ଆସୁଥିବାରୁ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।
{"id":157768}ପିତୃପକ୍ଷ ଶ୍ରାଦ୍ଧଲାଗି ପଣ୍ଡାଘାଟ କୂଳରେ ଥିବା ଘରମାନଙ୍କର ଛାତରେ ଏବେ ଶ୍ରଦ୍ଧାଳୁ ସେମାନଙ୍କ ପିତରଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦାନ କରୁଥିବା ଦେଖାଯାଉଛି। ଗଙ୍ଗାରେ ବନ୍ୟା ଯୋଗୁ ପ୍ରଶାସନ ପକ୍ଷରୁ ନଦୀରେ ନୌକା ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଛି। ଏଣୁ ତ୍ରିବେଣୀରେ ଅସ୍ତିବିସର୍ଜନ ଲାଗି ଆସିଥିବା ଲୋକେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଙ୍ଗାରେ ବନ୍ୟା ଯୋଗୁ ଘାଟଗୁଡିକର ସୁରକ୍ଷା କଡାକଡି କରାଯାଇଛି। ଲୋକଙ୍କୁ ନଦୀକୂଳକୁ ଛାଡି ଦିଆଯାଉନି।