ଜାମନଗରରେ ରୋଚକ ହେବ ମ୍ୟାଚ୍: ଜାଡେଜାଙ୍କ ପତ୍ନୀଙ୍କୁ ମୈଦାନରେ ଓହ୍ଲାଇଲା ବିଜେପି, କଂଗ୍ରେସରୁ ଲଢିପାରନ୍ତି ଭଉଣୀ

Published By : Prameya-News7 Bureau | November 10, 2022 IST

ଗୁଜୁରାଟ ୧୦/୧୧: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଭାରତୀୟ ଜନତା ପାର୍ଟି ଗୁରୁବାର ପ୍ରକାଶ କରିଛି ପ୍ରାର୍ଥୀଙ୍କ ପ୍ରଥମ ତାଲିକା । ଗତ ୬ଥର ପାଇଁ ଏଠାରେ କ୍ଷମତାରେ ରହିଆସୁଛି ବିଜେପି । ସେଥିପାଇଁ ନିଜର ଦବଦବା ଜାରିହ କରିବାରେ କୌଣସି ଭୁଲ କରିବାକୁ ଚାହୁଁନି ବିଜେପି । ତେଣୁ ଅତି ଭାବି ଚିନ୍ତି ପ୍ରାର୍ଥୀ ଚୟନ କରିବାର ନିଷ୍ପତ୍ତି ନେଇଛି ।

ଏହି କ୍ରମରେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ସୋଲାଙ୍କିଙ୍କୁ ରାଜନୀତି ମୈଦାନରେ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ଦଳ । ଦଳ ତାଙ୍କୁ ଜାମନଗର ଉତ୍ତରରୁ ପ୍ରାର୍ଥୀ କରିଛି । ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ତାଙ୍କ ଭଉଣୀ ନୈନା ମଧ୍ୟ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢେଇରେ ପ୍ରବେଶ କରିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି ।

୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଜାଡେଜାଙ୍କ ପତ୍ନୀ ରିବାବା ବିଜେପିରେ ସାମିଲ ହୋଇଥିଲେ । କିଛି ସମୟ ପରେ ତାଙ୍କ ଭଉଣୀ କଂଗ୍ରେସରେ ସାମିଲ୍ ଦେଇଥିଲେ । ଦଳ ତାଙ୍କୁ ଜିଲ୍ଲା ସଭାପତି କରିଥିଲା । ରିବାବା ଗୁଜୁରାଟର ରାଜକୋଟରୁ ଆସିଛନ୍ତି । ତାଙ୍କ ପିତା ଜଣେ ବ୍ୟବସାୟୀ । ମେକାନିକାଲ୍ ଇଞ୍ଜିନିୟରିଂ ପଢିବା ପରେ ସେ ଦୀର୍ଘ ଦିନ ଧରି ସାମାଜିକ କାର୍ଯ୍ୟରେ ସକ୍ରିୟ ଥିଲେ ।

୨୦୧୬ ମସିହାରେ ସେ ରବୀନ୍ଦ୍ର ଜାଡେଜାଙ୍କୁ ବିବାହ କରିଥିଲେ । ବିଜେପିରେ ଯୋଗଦେବା ପୂର୍ବରୁ ରିବାବା ରାଜପୁତ ସମ୍ପ୍ରଦାୟର ଏକ ସଂଗଠନ କର୍ନି ସେନାର ସଦସ୍ୟ ଥିଲେ । ସେ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ସେବେଠାରୁ ତାଙ୍କୁ ପାର୍ଟି କାର୍ଯ୍ୟକ୍ରମରେ ମଞ୍ଚରେ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.