ଟେଲି ଅଭିନେତା ଋତୁରାଜ୍‌ ସିଂଙ୍କ ଦେହାନ୍ତ, ହୃଦ୍‌ଘାତରେ ଚାଲିଗଲା ଜୀବନ

Published By : Prameya-News7 Bureau | February 20, 2024 IST

ମୁମ୍ଵାଇ ୨୦।୦୨: ଲୋକପ୍ରିୟ ଟେଲି ଅଭିନେତା ଋତୁରାଜ ସିଂଙ୍କ ଜୀବନ। ସେ ୧୯୯୩ରେ ଟିଭିରେ ଡେବ୍ୟୁ କରିଥିବା ବେଳେ ‘ହୋଗି ଅପନି ବାତ୍’, ‘ଜ୍ୟୋତି’, ‘ହିଟଲର ଦିଦି’, ‘ଶପଥ’, ‘ଆହଟ୍, ଅଦାଲତ’, ‘ଦିଆ ଔର ବାତି ହମ୍’ ଭଳି ଅନେକ ଭାରତୀୟ ଟିଭି ସୋ’ରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ଆଜି ହଠାତ୍ ଅଭିନେତାଙ୍କର ଦେହାନ୍ତ ଖବର ଶୁଣି ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି।

ଋତୁରାଜଙ୍କ ଘନିଷ୍ଠ ବନ୍ଧୁ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରି କହିଛନ୍ତି ଯେ, ହୃଦ୍‌ଘାତ ହେତୁ ଋତୁରାଜଙ୍କର ନିଧନହୋଇଛି। ଅଗ୍ନାଶୟ ସମ୍ଵନ୍ଧୀୟ ରୋଗରେ ସେ ପୀଡିତ ଥିଲେ। ଚିକିତ୍ସା ପାଇଁ ତାଙ୍କୁ କିଛି ସମୟ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହୃଦଘାତ ହେବାରୁ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୯ବର୍ଷ ବୟସ ହୋଇଥିଲା।

ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ଋତୁରାଜ ସିଂଙ୍କ ସମ୍ପୂର୍ଣ୍ଣ ନାମ ଥିଲା ଋତୁରାଜ ସିଂ ଚନ୍ଦ୍ରାବତ ସିସୋଦିଆ। ସେ ରାଜସ୍ଥାନର କୋଟାରେ ସିସୋଦିଆ ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ ଋତୁରାଜ ସିଂ ଦିଲ୍ଲୀରେ ତାଙ୍କର ପାଠପଢ଼ା ସମାପ୍ତ କରି ୧୯୯୩ରେ ମୁମ୍ବାଇ ଆସିବା ସହ ଅଭିନୟରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ।ଲୋକପ୍ରିୟ ଟିଭି ଶୋ’ ‘ଅନୁପମା’ରେ ଋତୁରାଜ ସିଂଙ୍କୁ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ‘ୟେ ରିସ୍ତା କ୍ୟା କେହଲତା ହେ’ ଭଳି ସିରିଏଲ୍‌’ରେ ମଧ୍ୟ କାମ କରିଛନ୍ତି । ଏତିକି ହିଁ ନୁହେଁ ସେ ‘ଏକ ଖେଲ ରାଜନୀତି’, ‘ସତ୍ୟମେବ ଜୟତେ-୨’ ଓ ‘ବଦ୍ରି କି ଦୁଲହନିଆ’ ଭଳି ଲୋକପ୍ରିୟ ବଲିଉଡ ଫିଲ୍ମରେ ବି କାମ କରିଥିଲେ। ହେଲେ ଏଭଳି ଅଭିନେତାଙ୍କର ହଠାତ୍ ଦେହାନ୍ତ ହେବାର ଖବର ଶୁଣିବା ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

wp:embed {"url":"https://www.prameyanews7.com/jacqueline-fernandez-gets-a-letter-from-conman-sukesh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/jacqueline-fernandez-gets-a-letter-from-conman-sukesh/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.