oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ରୀତା ରିଟର୍ଣ୍ଣସ୍‌ – ବିଜେପିରେ ସସପେନ୍ସ

28/09/2019 at 6:15 PM

ଭୁବନେଶ୍ୱର – ବିଜେଡି ଘୋଷଣା କଲା ଦଳର ବିଜେପୁର ପ୍ରାର୍ଥୀ । ପୂର୍ବତନ ବିଧାୟିକା ରୀତା ସାହୁଙ୍କ ଉପରେ ଭରସା କରିଛନ୍ତି ନବୀନ । ସେପଟେ ଖୁବ୍ ଶୀଘ୍ର ବିଜେପି ତାର ପ୍ରାର୍ଥୀ କିଏ ହେବେ ସେନେଇ ଘୋଷଣା କରିବ । ସନତ ଗଡତିଆ ଦଳର ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା  ଚାଲିଛି । କଂଗ୍ରେସ ଦିଲ୍ଲିପ ପଣ୍ଡାଙ୍କୁ ବହୁ ଆଗରୁ ମୈଦାନକୁ ଓହ୍ଲାଇ ସାରିଛି । ଏବେ ଜମିବ ପ୍ରଚାର ମୈଦାନ ।…

ବିଜେପୁର ପାଇଁ ରୀତା ସାହୁ ବିଜେଡି ପ୍ରାର୍ଥୀ । ରୀତାଙ୍କ ନାଁ ଉପରେ ଦଳ ସୁପ୍ରିମୋ ମୋହର ମାରିଛନ୍ତି । ବିଜେପୁରରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଅନେକ ଦିନଧରି ସସପେନ୍ସ ଲାଗିରହିଥିଲା । ରୀତାଙ୍କ ନାଁ ଚର୍ଚ୍ଚାର ଆଗରେ ଥିଲେ ବି କିଛି ନୂଆ ମୁହଁକୁ ନେଇ ଦଳ ଭିତରେ ଅଙ୍କକଷା ଚାଲିଥିଲା ।

ହେଲେ ଶେଷରେ ନବୀନ ରୀତା ସାହୁଙ୍କୁ ଆଉ ଏକ ସୁଯୋଗ ଦେଇଛନ୍ତି । ନବୀନ କହିଛନ୍ତି ବିଜେପୁରବାସୀ ତାଙ୍କୁ ଯେଉଁ ଆଶୀର୍ବାଦ ଦେଇଛନ୍ତି ସେଥିପାଇଁ ସେ ଋଣି । ପ୍ରତିଶୃତି ଦେଇଛନ୍ତି, ଆଗକୁ ବିଜେପୁର ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବେ । ହେଲେ ବିଜେପୁର ପାଇଁ ନବୀନ ରୀତାଙ୍କ ନାଁ ଘୋଷଣା କରିବାପରେ ଦଳ ସେଠି କିଭଳି ଭଲ ମାର୍ଜିନରେ ଜିତିବ ସେନେଇ ଆରମ୍ଭ ହୋଇଛି ଅଙ୍କ କଷା  । ଏଥର ରୀତାଙ୍କ ପାଇଁ ଆଉ ଅନୁକମ୍ପା କାମ କରୁ ନ ଥିବାରୁ ବିକାଶ ପ୍ରସଙ୍ଗକୁ ନେଇ ବିଜେଡି କିପରି ନିର୍ବାଚନ ବୈତରଣୀ ପାର ହେବ ସେନେଇ ଦଳ ଭିତରେ ତର୍ଜମା ଚାଲିଛି ।

କଂଗ୍ରେସ ଆଗରୁ ଦିଲ୍ଲୀପ ପଣ୍ଡାଙ୍କ ନାଁ ଘୋଷଣା କରିସାରିଛି । ବିଜେପୁର ଏକଦା କଂଗ୍ରେସ ଗଡଥିଲେ ବି ଗତ ୨ଟି ନିର୍ବାଚନରେ ବହୁ ଭୋଟରେ ପଛରେ ପଡିଯାଉଛି ଦଳ । ସେଠି ବିଜେଡି ଓ ବିଜେପି ଭିତରେ ମୁଖ୍ୟତଃ ପ୍ରତିଦ୍ବନ୍ଦିତା ହୋଇଛି । ତେଣୁ ଏଥର କଂଗ୍ରେସ ନିଜର ପୁରୁଣା ଭୋଟବ୍ୟାଙ୍କକୁ ସାଉଣ୍ଟିବାକୁ ଯୋଜନା କରିଛି । ସେଥିପାଇଁ ପୁରୁଣା ମୁହଁକୁ ହଟାଇ ନୂଆମୁହଁ ଉପରେ ଭରସା ରଖିଛି ଦଳ ।

ବିଜେପି ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରୁଥିଲେ ମଧ୍ୟ ଦଳ ପକ୍ଷରୁ ସନତ ଗଡତିଆଙ୍କୁ ପ୍ରାର୍ଥୀ କରାଯିବା ଏକପ୍ରକାର ନିଶ୍ଚିତ । କାରଣ ସନତ ଗଡତିଆ ନାମାଙ୍କନ ପତ୍ର ନିଜ ନାଁରେ କିଣି ନେଇସାରିଛନ୍ତି । ଯେହେତୁ ସେ ଗତ ନିର୍ବାଚନରେ ନବୀନଙ୍କ ସହ ପ୍ରତିଦ୍ବନ୍ଦିତା କରି ୫୦ ହଜାରରୁ ଅଧିକ ଭୋଟ ପାଇଥିଲେ ତେଣୁ ଏଥର ରୀତାଙ୍କୁ କଡା ଟକ୍କର ଦେଇପାରନ୍ତି ।

୩୦ ତାରିଖ ପ୍ରାର୍ଥୀପତ୍ର ନାମାଙ୍କରନ ଶେଷଦିନ । ତାପରେ ପ୍ରଚାର ମୈଦାନକୁ ଲମ୍ଫଦେବେ ସବୁଦଳର ହେଭିଓେଟ ନେତା । ନବୀନ ବି ନିଜେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଯିବେ । ବିଜେପିର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ଏଥର ବିଜେପୁରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ମଙ୍ଗ ଧରିବେ । ସେପଟେ କଂଗ୍ରେସ କିଭଳି ଏକଜୁଟ ହୋଇ ପୁରୁଣା ଗଡକୁ ନିଜ ପକ୍ଷକୁ ଫେରାଇ ନେବ ସେନେଇ ପିସିସି ସଭାପତି ନିରଞ୍ଜନ ପଟନାୟକ, ବରିଷ୍ଠ ନେତା ନରସିଂହ ମିଶ୍ର ପ୍ରମୁଖ ବସି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

   Related Posts