suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦେଶରେ H3N2, କୋଭିଡ-୧୯ ସାଙ୍ଗକୁ ବ୍ୟାପୁଛି H1N1 ଭୂତାଣୁ, ଜାଣନ୍ତୁ ବର୍ତ୍ତିବେ କିପରି?

17/03/2023 at 2:59 PM

ନୂଆଦିଲ୍ଲୀ ୧୭।୩: ଦେଶରେ ଏବେ ଏଚ୩ଏନ୨ ଇନଫ୍ଲୁଏଞ୍ଜା-ଏର ପ୍ରସାର ସାଙ୍ଗକୁ କୋଭିଡ-୧୯ ମଧ୍ୟ କାୟା ବଢାଉଥିବାର ଏପର୍ଯ୍ୟନ୍ତ ଜଣାଥିଲା। ହେଲେ ଏହା ମଧ୍ୟରେ ଏବେ ଏଚ୧ଏନ୧ ସ୍ୱାଇନ ଫ୍ଲୁ ମଧ୍ୟ ପ୍ରସରୁଥିବାର ପ୍ରଥମ ଥର ଜଣାପଡିଛି। ଦେଶରେ ଏବେ ଏଚ୧ଏନ୧ ସଂକ୍ରମଣର ୯୫୫ଟି ମାମଲା ଠାବ ହୋଇଛି। ଏହା ଛଡା କୋଭିଡ-୧୯ ଆକ୍ଟିଭ ମାମଲା ସଂଖ୍ୟା ୪ହଜାର ୬୨୩ ଥିବା ବେଳେ ଏଚ୩ଏନ୨ ଇନଫ୍ଲୁଏଞ୍ଜା-ଏ ଭାଇରସ ମଧ୍ୟ ତୀବ୍ର ବ୍ୟାପୁଛି।

ଏଚ୧ଏନ୧ର ସବୁ ମାମଲା ତାମିଲନାଡୁ, ମହାରାଷ୍ଟ୍ର, କେରଳ ଓ ପଞ୍ଜାବରେ ରେକର୍ଡ ହୋଇଛି। ଏହା ଛଡା ୨ ଜାନୁୟାରୀରୁ ୫ ମାର୍ଚ୍ଚ ମଧ୍ୟରେ ଏଚ୩ଏନ୨ର ୪୫୧ଟି ମାମଲା ରେକର୍ଡ ହୋଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଅନୁସାରେ ଏଚ୩ଏନ୨ ଇନଫ୍ଲୁଏଞ୍ଜା-ଏ ଯୋଗୁ କର୍ଣ୍ଣାଟକ ଓ ହରିୟାଣାରେ ୨ଟି ମୃତ୍ୟୁ ହୋଇଥିବା ବେଳେ ନିକଟରେ ଆସାମରେ ମଧ୍ୟ ଏଚ୩ଏନ୨ ଠାବ ହୋଇଛି। ଉଲ୍ଲେଖ ଯୋଗ୍ୟ ଯେ ଏଚ୩ଏନ୨, କୋଭିଡ-୧୯ ଓ ଏଚ୧ଏନ୧ ତିନୋଟି ଜାକ ଶ୍ୱାସନ ସମ୍ପର୍କିତ ଭୂତାଣୁ ସଂକ୍ରମଣ। ଏଣୁ ଏଥିରେ ଲକ୍ଷଣକୁ ଚିହ୍ନି କିପରି ଜାଣିପାରିବା କେଉଁ ସଂକ୍ରମଣ ହୋଇଛି ତାହା ବର୍ତ୍ତମାନ ସମୟର ସବୁଠୁ ବଡ ପ୍ରଶ୍ନ।

ଏଚ୧ଏନ୧ ଯାହାକୁ ପୂର୍ବରୁ ସ୍ୱାଇନଫ୍ଲୁ ବୋଲି କୁହାଯାଉଥିଲା ଏହା ଏକ ଇନଫ୍ଲୁଏଞ୍ଜା ଭାଇରସ ଭଳି ଓ ପଶୁଙ୍କୁ ହେଉଥିବା ବେମାରୀ ଯୋଗୁ ହୋଇଥାଏ। ସେହିପରି ଋତୁ ବଦଳିଲେ ଲୋକଙ୍କୁ ଥଣ୍ଡା ଓ କାସ ହୋଇଥାଏ ଯାହା ଫ୍ଲୁ ଭଳି ଭୂତାଣୁଙ୍କ ଯୋଗୁ ହୋଇଥାଏ ଓ ଏହା ଏତେ ମାରାତ୍ମ ନୁହେଁ। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଲୋକେ ୨୦୦ରୁ ୩୦୦ ପ୍ରକାରର ଏପରି ଭୂତାଣୁ ଅଛନ୍ତି ଯାହା ଦ୍ୱାରା ଥଣ୍ଡା କାସରେ ଆକ୍ରାନ୍ତ ହୁଅନ୍ତି ବୋଲି କୁହନ୍ତି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଏଚ୩ଏନ୨ ମାମଲା ସଂଖ୍ୟା ବଢିବା ଯୋଗୁ ପୂର୍ବରୁ ଲୋକେ ଭୟଭୀତ ଥିଲେ। ଏଥି ମଧ୍ୟରେ କୋଭିଡ-୧୯ର ମଧ୍ୟ ବ୍ୟାପକ ସଂକ୍ରମଣ ହେଉଥିବା ବେଳେ ଏଚ୧ଏନ୧ ମଧ୍ୟ ଆସିଯାଇଛି। ୩ଟି ଜାକ ଭୂତାଣୁର ଲକ୍ଷଣ ପରସ୍ପର ସହ ପ୍ରାୟ ମିଶୁଛି। ଏଣୁ ଏଥିରୁ ଆପଣଙ୍କୁ ସାଧାରଣ ଥଣ୍ଡା ଜ୍ୱର ହୋଇଛି କି ଇନଫ୍ଲୁଏଞ୍ଜା ଅଥବା କୋଭିଡ ହୋଇଛି ତାହା ନିର୍ଦ୍ଧାରଣ କରିବା କଷ୍ଟକର ହୋଇପଡିଛି। ତେବେ କିଛି ଖାସ ଲକ୍ଷଣ ଉପରେ ଆପଣ ଧ୍ୟାନ ଦେଲେ ଆପଣ ଜାଣିପାରିବେ ଆପଣଙ୍କ ଠାରେ ଅନ୍ତର କ’ଣ?

ଏଚ୩ଏନ୨ରେ ଆପଣଙ୍କ ଶ୍ୱର ଗମ୍ଭୀର ହୋଇଯାଏ। କୋଭିଡ-୧୯ରେ ଜ୍ୱର ସହିତ ସୁଂଘିବାର କ୍ଷମତା ହ୍ରାସ ହୁଏ। ତେବେ ଫ୍ଲୁ ହେଲେ ଶରୀର ଓ ମାଂସପେଷୀରେ ଯନ୍ତ୍ରଣା ହୋଇଥାଏ। ଫ୍ଲୁ ଯୋଗୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସୁଖିଲା କାସ ଲାଗ ରହିପାରେ। ତେବେ ଏଥର ଇନଫ୍ଲୁଏଞ୍ଜା-ଏ ଭାଇରସରେ ପୀଡିତ ଲୋକଙ୍କ ଠାରେ କୋଭିଡ-୧୯ର କିଛି ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁଛି। ଯେଉଁଥିରେ ବାସ୍ନା ବାରି ନ ପାରିବା ଓ ଖାଦ୍ୟର ସ୍ୱାଦ ଅନୁଭବ କରି ନ ପାରିବାର ଲକ୍ଷଣ ମଧ୍ୟ ଏଚ୩ଏନ୨ ସଂକ୍ରମଣରେ ଦେଖଯାଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

ଏଣୁ ଲଗାତାର ୩ଟି ଭୂତାଣୁ ଏକତ୍ର ସଂକ୍ରମଣ କରୁଥିବାରୁ ଲୋକଙ୍କୁ ଅନୁନ୍ୟ କୋଭିଡ-୧୯ ଚିହ୍ନଟ ଲାଗି ଆରଟି-ପିସିଆର ଟେଷ୍ଟ କରାଇ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏହି ପରୀକ୍ଷଣ କରାଇ ନେଲେ ବାକି ୨ ଭୂତାଣୁର ଲକ୍ଷଣ ପ୍ରାୟ ଏକା ପରି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଫ୍ଲୁ ଲକ୍ଷଣ ଯେପରି ଜ୍ୱର ଓ କାସ ଲାଗି ପେନ କିଲର ଓ ନେବୁଲାଇଜର ନେଇ ପାରନ୍ତି। ଏହା ସହ ଘରେ ରହି ଆରାମ କରିବା ସାଙ୍ଗକୁ ଘର ତିଆରି ସାଦା ଖାଦ୍ୟ ଖାଆନ୍ତୁ। ଏହା ସହିତ ନିଜକୁ ହାଇଡ୍ରେଟ ମଧ୍ୟ ରଖନ୍ତୁ। ଫ୍ଲୁରୁ ବର୍ତ୍ତିବା ଲାଗି କୋଭିଡ ନିୟମର ପାଳନ କରନ୍ତୁ, ଇଫ୍ଲୁଏଞ୍ଜା ଭାକ୍ସିନ ଲଗାନ୍ତୁ ଓ ନିଜ ମନଇଛା ଆଣ୍ଟିବୋୟାଟିକ୍ ଖାଆନ୍ତୁନି।   

   Related Posts