ଡରାଉଛି କରୋନା ସଂକ୍ରମଣ: ମହାରାଷ୍ଟ୍ରରେ ୫ହଜାର ଟପିଲା ଦୈନିକ ସଂକ୍ରମଣ, ମାଣ୍ଡବ୍ୟ କଲେ ଜରୁରିକାଳୀନ ବୈଠକ
23/06/2022 at 11:45 PM

ନୂଆଦିଲ୍ଲୀ ୨୩/୦୬ : ଦେଶରେ ବଢ଼ୁଥିବା କରୋନା ସଂକ୍ରମଣକୁ ଆଖି ଆଗରେ ରଖି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗୁରୁବାର ବିଶେଷଜ୍ଞ ଓ ଓ ଅଧିକାରୀମାନଙ୍କ ସହିତ ବୈଠକ କରିଛନ୍ତି । ଏହି ସମୟରେ ଯେଉଁ ଜିଲ୍ଲାରେ ଅଧିକ ମାତ୍ରାରେ କୋଭିଡ ସଂକ୍ରମଣ ବଢ଼ୁଛି ସେଠାରେ ସେଠାରେ ବିଶେଷ ଧ୍ୟାନ ଦେଇ ଆରଟିପିସିଆର ଟେଷ୍ଟ ସହିତ କରୋନା ପରୀକ୍ଷଣକୁ ବଢ଼ାଇବା ପାଇଁ ମନସୁଖ ମାଣ୍ଡବ୍ୟ ଗୁରୁତ୍ୱ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଆସନ୍ତାକାଲି ବା ଶୁକ୍ରବାର କରୋନାକୁ ନେଇ ଏକ ଉଚ୍ଚସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନସୁଖ ମାଣ୍ଡବ୍ୟ ଯୋଗଦେବେ।
ଏହା ଛଡ଼ା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ କୋଭିଡ ଟୀକାକରଣ ଅଧିକ ବଢ଼ାଇବା ସହିତ କୌଣସି ସମ୍ଭାବିତ ସବ୍ ଭାରିଆଣ୍ଟ ପାଇଁ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ଗତ କିଛି ସପ୍ତାହ ମଧ୍ୟରେ କରୋନା ସଂକ୍ରମଣ ଦେଶରେ ବଢୁଥିବା ଦେଖାଯାଇଛି। ୧୦ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁ, ହରିୟାଣା, ଉତ୍ତରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ଗୁଜୁରାଟରେ ଏବେ ୧୦୦୦ରୁ ଅଧିକ ସଂକ୍ରମଣ ମାମଲା ରହିଛି।