ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକଙ୍କ ୟୁ-ଟର୍ଣ୍ଣ, କହିଲେ ଜଳବାୟୁ ସମ୍ମିଳନୀ COP27ରେ ଯୋଗଦେବେ

2/11/2022 at 8:09 PM

ଲଣ୍ଡନ ୨।୧୧: ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବା ପରେ ଋଷି ସୁନକ ବୁଧବାର ପ୍ରଥମ ବଡ଼ ୟୁ-ଟର୍ଣ୍ଣ ନେଇଛନ୍ତି। ସେ ପୂର୍ବରୁ ଜଳବାୟୁ ସମ୍ମିଳନୀରେ ଭାଗ ନେବେନି ବୋଲି କହୁଥିଲେ। ହେଲେ ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଉପରେ ଆକ୍ସନ ନ ନେଇ କୌଣସି ଦୀର୍ଘ କାଳୀକ ବିକାଶ ହୋଇ ପାରିବନି ବୋଲି କହିଛନ୍ତି। ଏଣୁ ଏଣୁ ଗ୍ଲାସଗୋ ଐତିହ୍ୟକୁ ଆଗକୁ ବଢାଇବା ପାଇଁ ସେ ଇଜିପ୍ଟରେ ହେବାକୁ ଯାଉଥିବା ସିଓପି ୨୭ରେ ଯୋଗ ଦେବାକୁ ଯିବେ ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଅକ୍ଷୟ ଶକ୍ତିରେ ନିବେଶ ବିନା କେହି ଶକ୍ତି ସୁରକ୍ଷା ନିଶ୍ଚିତ କରିପାରିବେନି, ଏଣୁ ଏକ ସୁରକ୍ଷିତ ଓ ଦୀର୍ଘସ୍ଥାୟୀ ଭବିଷ୍ୟତର ନିର୍ମାଣ ଲାଗି ତଥା ଗ୍ଲାସଗୋର ଐତିହ୍ୟକୁ ଆଗକୁ ବଢାଇବା ଲାଗି ସେ ଶିଖର ସମ୍ମିଳନୀରେ ସେ ଯୋଗ ଦେବାକୁ ଯିବେ। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ବ୍ରିଟେନର ଗ୍ଲାସଗୋଠାରେ ଜଳବାୟୁ ସମ୍ମିଳନୀ ସିଓପି୨୬ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା।

ଏଥିରେ ଗ୍ଲୋବାର ୱାର୍ମିଂର ସବୁଠୁ ଖରାପ ପ୍ରଭାବକୁ ଟାଳିବାକୁ ଏବେବି ସୁଯୋଗ ଥିବାର କୁହାଯାଇଥିଲା। ଏଣୁ ବିଶ୍ୱର ୪୦ରୁ ଅଧିକ ଦେଶ ୨୦୫୦ ପର୍ଯ୍ୟନ୍ତ କୋଇଲାର ଉପଯୋଗ ବନ୍ଦ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସୁନକ ଏବେ ଏହି ପ୍ରତିଶ୍ରୁତି ସହ ଆଗକୁ ବଢିବା ଲାଗି ଆମେ ପ୍ରସ୍ତୁତ ବୋଲି କହିଛନ୍ତି। ଜଳବାୟୁ ଶିଖର ସମ୍ମିଳନୀ ଇଜିପ୍ଟର ଶର୍ମ ଅଲ-ଶେଖଠାରେ ନଭେମ୍ବର ୬ରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହା ପୂର୍ବରୁ ସୁନକ ଇଜିପ୍ଟ ଜଳବାୟୁ ସମ୍ମିଳନୀରେ ବ୍ରିଟେନ ଅଂଶଗ୍ରହଣ  କରିବନି ବୋଲି କହିଥିଲେ।

ସୁନକଙ୍କ ଏପରି ନିଷ୍ପତ୍ତି ଯୋଗୁ ମହାରାଜା ଚାର୍ଲସ୍-ତୃତୀୟଙ୍କୁ ଏଥିରେ ସାମିଲ ହେବାରେ ସରକାର ରୋକିବା ଯୋଗୁ ସାରା ବିଶ୍ୱରେ ବ୍ରିଟେନର ସମାଲୋଚନା ହେଉଥିଲା। ତେବେ ସୁନକ ତାଙ୍କ ମନ ବଦଳାଇ ଦେଇଥିବା ବେଳେ ଏହାକୁ ନେଇ ଜାରି କଳ୍ପନା ଜଳ୍ପନାରେ ଏବେ ବିରାମ ଲାଗିଛି। ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ସୁନକ ଜଳବାୟୁ ଶିଖର ସମ୍ମିଳନୀରେ ଯୋଗ ଦେବାର ସମ୍ଭାବନା ନାହିଁ ବୋଲି କୁହାଯାଇଥିଲା।

   Related Posts