ଋଷି ସୁନକ କହିଲେ ଲଢିବେ ପ୍ରଧାନମନ୍ତ୍ରୀ ପଦ ଲାଗି ନିର୍ବାଚନ, ଜଣାଇଲେ କାରଣ

Published By : Prameya-News7 Bureau | October 23, 2022 IST

ଲଣ୍ଡନ ୨୩।୧୦: ବ୍ରିଟିଶ ସାଂସଦ ଋଷି ସୁନକ ପୁଣି ଥରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦଲାଗି ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ବ୍ରିଟେନର ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ ଚାହୁଁଛି, ଏଣୁ ପ୍ରଧାନମନ୍ତ୍ରୀ ପଦ ଲାଗି ଦୌଡରେ ସାମିଲ ହେବାକୁ ପଡିବ। କେବଳ ଏତିକି ନୁହେଁ ସେ ତାଙ୍କ କଞ୍ଜରଭେଟିଭ ପାର୍ଟିକୁ ମଧ୍ୟ ଏକଜୁଟ କରିବାକୁ ଚାହୁଁଥିବା ବେଳେ ଦେଶ ଲାଗି କିଛି କରିବାକୁ ଚାହାନ୍ତି ବୋଲି କହିଛନ୍ତି। ଏଥିଲାଗି ସେ ନିର୍ବାଚନରେ ପ୍ରଧାନମନ୍ତ୍ରୀ ହେବା ପାଇଁ ଛିଡା ହେବେ ।

ଋଷି ସୁନକ ଟ୍ୱିଟରରେ କରିଥିବା ପୋଷ୍ଟରେ ନିଜ ମନର କଥା ରଖିଛନ୍ତି। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଲିଜ ଟ୍ରସଙ୍କ ବାଦେ ସର୍ବାଧିକ ମତ ହାସଲ କରିବାରେ ଋଷି ସୁନକ ଦ୍ୱିତୀୟ ସ୍ଥାନରେ ଥିଲେ। କର ସୁଧାର ପ୍ରତିଶ୍ରୁତି ଦେଇ ଲିଜ ଟ୍ରସ୍ କଞ୍ଜରଭେଟିଭ ପାର୍ଟି ନେତା ପଦଲାଗି ନିର୍ବାଚନ ଜିତିଥିଲେ। ତେବେ ପ୍ରଧାନମନ୍ତ୍ରୀ ହେବା ପରେ ଆର୍ଥିକ ସଂସ୍କାର ଲାଗି ତାଙ୍କ ନିଷ୍ପତ୍ତି ଦେଶର ଅର୍ଥ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ରିପୋର୍ଟସ୍‌ ଅନୁସାରେ ଏବେ ଋଷି ସୁନକଙ୍କ ନାମରେ ବ୍ରିଟେନର ଜୁଆଡିମାନେ ଜୁଆ ମଧ୍ୟ ଲଗାଇଛନ୍ତି।

wp:html /wp:html

ତେବେ ଋଷି ସୁନକ ଟ୍ୱିଟରରେ କରିଥିବା ପୋଷ୍ଟରେ ବ୍ରିଟେନକୁ ବିଶ୍ୱର ଏକ ମହାନ ଦେଶ ବୋଲି କହିଛନ୍ତି। ତେବେ ଦେଶ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି। ଖାସ୍ ଏଥିଲାଗି ସେ ଆଗାମୀ ପ୍ରଧାନମନ୍ତ୍ରୀ ଓ କଞ୍ଜରଭେଟିଭ ପାର୍ଟିର ନେତା ହେବା ଲାଗି ଛିଡା ହେଉଥିବା କହିଛନ୍ତି। ମୁଁ ଆମର ଅର୍ଥବ୍ୟବସ୍ଥାକୁ ଠିକ କରିବାକୁ ଚାହୁଁଛି, ସାଙ୍ଗରେ ପାର୍ଟିକୁ ମଧ୍ୟ ଏକଜୁଟ କରିବାକୁ ଚାହେଁ ଓ ଦେଶ ଲାଗି କିଛି କରିବାକୁ ଚାହୁଁଛି ବୋଲି ଏକ ଦୀର୍ଘ ପତ୍ରରେ ଲେଖିଛନ୍ତି।

ସୁନକ ଲେଖିଛନ୍ତି ଯେ ମୁଁ ଆପଣମାନଙ୍କୁ ଚାନ୍ସେଲର ଭାବେ ସେବା ଦେଇଛି ଓ ସବୁଠୁ କଠିନ ସମୟରେ ଆମର ଅର୍ଥ ବ୍ୟବସ୍ଥାକୁ ଚଳାଇବା ନିମନ୍ତେ ସହଯୋଗ କରିଛି। ଏବେ ଆମେ ବଡ ଆହ୍ୱାନର ସମ୍ମୁଖୀନ ହୋଇଛେ ସତ, ହେଲେ ଏହାର ଯଦି ସଠିକ ପରିଚାଳନା କରିବା ଅବସର ଅଭୂତପୂର୍ବ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ସେ ୨୦୧୯ ଘୋଷଣାପତ୍ର ଅନୁସାରେ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିଶ୍ରୁତି ପୂରଣ କରିବାକୁ ଦିନ ରାତି ମେହନତ କରିବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.