ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ପଛଉଛନ୍ତି ଋଷି ସୁନକ, ୨୨ ପଏଣ୍ଟ ଅଭିବୃଦ୍ଧି ହାସଲ କଲେ ଲିଜ୍ ଟ୍ରସ୍

Published By : Prameya-News7 Bureau | August 14, 2022 IST

ଲଣ୍ଡନ ୧୪।୮: ବ୍ରିଟିଶ ବିଦେଶମନ୍ତ୍ରୀ ଲିଜ୍ ଟ୍ରସ୍ ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍‌ରେ ମୂଳଭାରତୀୟ ବ୍ରିଟିଶ ଋଷି ସୁନକଙ୍କ ଉପର ୨୨ ପଏଣ୍ଟ ଅଭିବୃଦ୍ଧି ହାସଲ କରିଛନ୍ତି। ବ୍ରିଟିଶ ସମ୍ବାଦପତ୍ର ‘ଦି ଅବଜର୍ଭର’ର ବିଶେଷ ସର୍ଭେକ୍ଷଣରୁ ଏହା ଜଣାପଡିଛି। ଦି ଗାର୍ଡିଆନ ରିପୋର୍ଟ ଅନୁସାରେ ୨ ସେପ୍ଟେମ୍ବରରେ ହେବାକୁଥିବା ଭୋଟ ପୂର୍ବରୁ ୫୭୦ କଞ୍ଜରଭେଟିଭ ସଦସ୍ୟ ସର୍ଭେକ୍ଷଣରେ ବିଦେଶମନ୍ତ୍ରୀଙ୍କୁ ୬୧ ପ୍ରତିଶତ ଓ ସୁନକଙ୍କୁ ୩୯ ପ୍ରତିଶତ ଭୋଟ ଦେଇଛନ୍ତି।

{"id":670894,"sizeSlug":"full","linkDestination":"none"}

ତେବେ ଗାର୍ଡିଆନ ରିପୋର୍ଟରେ ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ ହେବା ପାଇଁ ଦୁଇ ପ୍ରତ୍ୟାସୀଙ୍କ ମଧ୍ୟରୁ କାହା ପ୍ରତି ହେଲେ ଲୋକେ ଏତେ ଆଗ୍ରହୀ ନୁହନ୍ତି ଓ ଦୁଇ ପ୍ରାର୍ଥୀଙ୍କୁ ନେଇ ଲୋକଙ୍କ ଠାରେ ସେପରି କୌଣସି ଖାସ ଉତ୍ସାହ ନଥିବା ରିପୋର୍ଟରେ କୁହାଯାଇଛି। ଏ ନେଇ କରାଯାଇଥିବା ସର୍ଭେକ୍ଷଣରେ ଯେଉଁମାନେ ସୁନକଙ୍କୁ ପସନ୍ଦ କରୁ ନାହାନ୍ତି ସେମାନେ ଟ୍ରସଙ୍କୁ ମତ ଦେଉଥିବା କହୁଛନ୍ତି। ତେବେ ଦେଶର ଅର୍ଥ ବ୍ୟବସ୍ଥା ଓ ପ୍ରବନ୍ଧନକୁ ଉନ୍ନତ କରିବା ପାଇଁ ୨୨ ପ୍ରତିଶତ ଲୋକେ ସୁନକ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହାନ୍ତି।

{"id":670895,"width":841,"height":481,"sizeSlug":"full","linkDestination":"none"}

ତେବେ ଟୋରୀର ୨ ପ୍ରତିଶତ ସଦସ୍ୟ ଟ୍ରସଙ୍କ ସମର୍ଥନ ପାଇଁ ଜାତୀୟତା ଭାବନାରେ ପ୍ରେରିତ ହୋଇ ପାରନ୍ତି। ଟ୍ରସ ହିଁ କଞ୍ଜରଭେଟିଭ ପାର୍ଟିର ସର୍ବ ସମ୍ମତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି ବୋଲି  ଆକଳନ କରାଯାଉଛି। ତେବେ ୨ ସେପ୍ଟେମ୍ବର ଭୋଟ ପରେ ବ୍ରିଟେନର ପରବର୍ତ୍ତି ପ୍ରଧାନମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇଯିବ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.