ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଦୌଡରେ ସବୁଠୁ ଆଗରେ ଋଷି ସୁନକ, ଦ୍ଵିତୀୟ ରାଉଣ୍ଡ ଭୋଟିଂ ବି ଜିତିଲେ

Published By : Prameya-News7 Bureau | July 14, 2022 IST

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ଦୌଡରେ ଆଉ ପାଦେ ଆଗକୁ ବଢିଛନ୍ତି। ଦ୍ଵିତୀୟ ରାଉଣ୍ଡ ଭୋଟିଂରେ ପୁଣି ଥରେ ବାଜି ମାରି ନେଇଛନ୍ତି କଞ୍ଜରଭେଟିଭ୍ ପାର୍ଟିର ସାଂସଦ ସୁନକ। ତାଙ୍କୁ ଦଳରୁ ସର୍ବାଧିକ ୧୦୧ ସାଂସଦଙ୍କ ଭୋଟ୍ ମିଳିଛି। ଏହି ବିଜୟ ସହ ସୁନକ ପ୍ରଧାନମନ୍ତ୍ରୀ ହେବା ଦୌଡରେ ସର୍ବାଗ୍ରେ ରହିଛନ୍ତି। ଆଟର୍ଣ୍ଣି ଜେନେରାଲ ସୁଏଲା ବ୍ରେଭରମ୍ୟାନ ସବୁଠୁ କମ ୨୭ ଭୋଟ୍ ପାଇ ପ୍ରଧାନମନ୍ତ୍ରୀ ଦୌଡରୁ ବାଦ୍ ପଡିଛନ୍ତି।

ବୋରିସ୍ ଜନସନଙ୍କ ସରକାରରେ ଅର୍ଥ ମନ୍ତ୍ରୀ ଥିବା ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତାଙ୍କୁ ସର୍ବାଧିକ ୧୦୧ ସାଂସଦଙ୍କ  ଭୋଟ୍ ମିଳିଥିବା ବେଳେ ଦ୍ଵିତୀୟ ସ୍ଥାନରେ ଥିବା ପେନି ମୋଡୋର୍ଟଙ୍କୁ ୮୩ ଭୋଟ୍ ମିଳିଛି। ଆଟର୍ଣ୍ଣି ଜେନେରାଲ ସୁଏଲା ବ୍ରେଭରମ୍ୟାନ ସବୁଠୁ କମ ୨୭ ଭୋଟ୍ ପାଇ ପ୍ରଧାନମନ୍ତ୍ରୀ ଦୌଡରୁ ବାଦ୍ ପଡିଛନ୍ତି।

ଆଜି ପୂର୍ବାହ୍ନ ସ୍ଥାନୀୟ ସମୟନୁସାରେ ୧୧ଟା ୩୦ରେ ଭୋଟିଂ ଆରମ୍ଭ ହୋଇଥିଲା। ଭୋଟ୍ ଦେବା ପାଇଁ ସାଂସଦଙ୍କ ନିକଟରେ ୧ଟା ୩୦ ପର୍ଯ୍ୟନ୍ତ ସମୟ ଥିଲା। ଏହା ପୂର୍ବରୁ ଗତକାଲି ସାଂସଦଙ୍କ ପ୍ରଥମ ରାଉଣ୍ଡ ବୈଠକରେ ସୁନକଙ୍କୁ ସର୍ବାଧିକ ୮୮ ଭୋଟ୍ ମିଳିଥିଲା। ତାଙ୍କ ପରେ ବାଣିଜ୍ୟ ମନ୍ତ୍ରୀ ପେନି ମୋଡେଣ୍ଟଙ୍କୁ ୭୭ ଏବଂ ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସଙ୍କୁ ୫୫ ଭୋଟ୍ ମିଳିଥିଲା। ସବୁଠୁ କମ ଭୋଟ୍ ପାଇ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଜେରେମୀ ହଣ୍ଟ ଏବଂ ବର୍ତ୍ତମାନ ଚାନସେଲର ନାଦିମ ଜାହାଭି ପ୍ରଥମ ରାଉଣ୍ଡ ମତଦାନ ପରେ ପ୍ରଧାନମନ୍ତ୍ରୀ ଦୌଡରୁ ବାଦ୍ ପଡିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.