ନାରାୟଣ ମୂର୍ତ୍ତୀଙ୍କ ଜ୍ୱାଇଁ ରିଶି ସନକ୍ ହେଲେ ବ୍ରିଟେନର ନୂଆ ଅର୍ଥମନ୍ତ୍ରୀ

Published By : Prameya-News7 Bureau | February 13, 2020 IST

ଇଂଲଣ୍ଡ ୧୩।୨: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ମୂଳ ଭାରତୀୟ ରାଜନେତା ରିଶି ସନକ୍‌ଙ୍କୁ ନୂଆ ଅର୍ଥମନ୍ତ୍ରୀ କରିଛନ୍ତି। ସନକ ଇନଫୋସିସ୍‌ର ସହ ସଂସ୍ଥାପକ ନାରାୟଣ ମୂର୍ତ୍ତୀଙ୍କ ଜ୍ୱାଇଁ ଅଟନ୍ତି। ରିଶି ସନକ୍ ଜନସନଙ୍କ ମନ୍ତ୍ରୀମଣ୍ଡଳରେ ମୂଳ ଭାରତୀୟ ନେତାଙ୍କ ମଧ୍ୟରେ ଦ୍ୱିତୀୟ ବଡ ମନ୍ତ୍ରୀ। ସନକ୍‌ଙ୍କ ଭଳି ପ୍ରୀତି ପଟେଲ ଏବେ ବ୍ରିଟେନର ଗୃହମନ୍ତ୍ରୀ ଅବସ୍ଥାପିତ ଅଛନ୍ତି।

wp:html /wp:html

ସନକ୍‌ଙ୍କ ପୂର୍ବରୁ ମୂଳ ପାକିସ୍ତାନୀ ରାଜନେତା ସାଜିଦା ଜାଭେଦ ବ୍ରିଟେନ ଅର୍ଥମନ୍ତ୍ରୀ ଥିଲେ। ତେବେ ନିକଟରେ ସେ ଅଚାନକ ତାଙ୍କ ପଦବୀରୁ ଇସ୍ତଫା ଘୋଷଣା କରିବା ଯୋଗୁ ପଦବୀଟି ଖାଲି ହୋଇଥିବା ବେଳେ ସନକ୍‌ ଅବସ୍ଥାପିତ ହୋଇଛନ୍ତି । ଗତ ଡିସେମ୍ବରରେ ହୋଇଥିବା ବ୍ରିଟେନ ସାଧାରଣ ନିର୍ବାଚନରେ ବୋରିସ ଜନସନ୍‌ଙ୍କ କଞ୍ଜରଭେଟିଭ ପାର୍ଟି ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ଦ୍ୱିତୀୟବାର ଶାସନକୁ ଫେରିଥିଲା। ଦ୍ୱିତୀୟ ପାଳିରେ ଜନସନ୍ ତାଙ୍କ ମନ୍ତ୍ରୀମଣ୍ଡଳରେ ବଡ ଧରଣର ଅଦଳବଦଳ କରିଛନ୍ତି।

{"id":224059,"sizeSlug":"large"}

ହେମ୍ପସାୟରରେ ଜନ୍ମିତ ୩୯ ବର୍ଷ ବୟସ୍କ ରିଶି ସନକ୍୨୦୧୫ ମସିହାରୁ ରିଚମଣ୍ଡ (ୟର୍କସାୟର)ରୁ ସାଂସଦ ନିର୍ବାଚିତ ହୋଇଆସୁଛନ୍ତି। ଗତବର୍ଷ ଟ୍ରେଜରୀ ମୁଖ୍ୟ ସଚିବ ଭାବେ ପୋଦନ୍ନତି ପାଇବା ପୂର୍ବରୁ ସନକ୍ ସ୍ଥାନୀୟ ସରକାରଙ୍କ ବିଭାଗରେ ଜଣେ କନିଷ୍ଠ ମନ୍ତ୍ରୀଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.