ଋଷି ସୁନକଙ୍କ ଘୋଷଣା-ବ୍ରିଟେନ ହେବ ‘ଦୁନିଆର ସର୍ବଶ୍ରେଷ୍ଠ ଦେଶ’

Published By : Prameya-News7 Bureau | August 31, 2022 IST

ଲଣ୍ଡନ ୩୧।୮: କଞ୍ଜରଭେଟିଭ ପାର୍ଟି ନେତା ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ବୋରିଶ ଜନସନଙ୍କ ସ୍ଥାନ ପାଇଁ ହେଉଥିବା ନିର୍ବାଚନ ବୁଧବାର ଚୂଡ଼ାନ୍ତ ପର୍ଯ୍ୟୟରେ ପହଞ୍ଚିଛି। ଏଥିରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ ବ୍ରିଟେନକୁ ଦୁନିଆର ସର୍ବଶ୍ରେଷ୍ଠ ରାଷ୍ଟ୍ର କରିବା ପାଇଁ ଦିନରାତି କାମ କରିବେ ବୋଲି ନିଜର ସଂକଳ୍ପ ଘୋଷଣା କରିଛନ୍ତି। ୧୦ ଡାଉନିଂ ଷ୍ଟ୍ରିଟ୍‌ର ଶୀର୍ଷ ପଦବୀ ଲାଗି ବ୍ରିଟିଶ ଭାରତୀୟ ପ୍ରାର୍ଥୀ ତଥା ପୂର୍ବତନ ଚାନ୍ସଲର ଋଷି ସୁନକଙ୍କ ସମ୍ମୁଖରେ ଏବେ ପ୍ରତିଦ୍ୱନ୍ଦ୍ୱୀ ଭାବେ ଲିଜ୍ ଟ୍ରସ୍  ଆହ୍ୱାନ  ପାଲଟିଛନ୍ତି।

ଋଷି ସୁନକ ତାଙ୍କ ପ୍ରଚାର ପାଇଁ ଚଳାଇଥିବା ‘ରେଡି ଫର ଋଷି’ ଅଭିଯାନରେ ମଙ୍ଗଳବାର ବୟାନ ଜାରି କରିଥିଲେ। ଏଥିରେ କାହାର ଲାଳନ ପାଳନ, ପରିବାର ରଚିବା ଓ ବାଣିଜ୍ୟ ବ୍ୟବସାୟୀ ସ୍ଥାପନା କରିବା ପାଇଁ ବ୍ରିଟେନର ବିଶ୍ୱର ସର୍ବଶ୍ରେଷ୍ଠ ଦେଶ ଅଟେ ଓ ଏଠାରେ ଆମର ଭବିଷ୍ୟତ ଆମକୁ ଉଜ୍ୱଳ ଲାଗେ। ତେବେ ସେତେବେଳେ ଆମେ ଏଥି ପାଇଁ ହକଦାର ହୋଇପାରିବା ଯେତେବେଳେ ବିଶ୍ୱସନୀୟ ଯୋଜନା ସହିତ ଆମେ ଆହ୍ୱାନର ସମ୍ମୁଖୀନ ହେବା ବୋଲି ସୁନକ କହିଥିଲେ।

{"id":678639,"width":839,"height":472,"sizeSlug":"full","linkDestination":"none"}

ସୁନକ କହିଥିଲେ ଯେ ମୋ ପାଖରେ ଉପଯୁକ୍ତ ଯୋଜନା ଅଛି। କଞ୍ଜରଭେଟିବ ମୂଲ୍ୟ ନିହିତ ଯୋଜନାରେ ଆମକୁ ପ୍ରଥମେ ମୁଦ୍ରାସ୍ପିତିର ମୁକାବିଲା କରିବାକୁ ହେବ ବୋଲି ସେ କହିଥିଲେ। ବ୍ରିଟେନ ଲାଗି ଏହା ହିଁ ମୋର ବିଚାର ଓ ଯେଉଁ ଦେଶକୁ ଭଲ ପାଉଛି ସେହି ଦେଶର ଓ ପାର୍ଟି ନିମନ୍ତେ ଏହା ହାସଲ ଲାଗି ମୁଁ ଦିନରାତି କାମ କରିବାକୁ ରାଜି ବୋଲି କହିଛନ୍ତି।

ସୁନକ ଭାରତ ବଂଶୋଦଭବ ଭାବେ ପ୍ରଥମ ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇ ଇତିହାସ ରଚିବାକୁ ଚାହାଁନ୍ତି। ଏଥି ଲାଗି ବ୍ରିଟେନରେ ବସବାସ କରୁଥିବା ଭାରତୀୟ ସମୂଦାୟ ସୁନକଙ୍କୁ ଭରପୁର ସମର୍ଥନ କରୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱୀତାରେ ସାଂସଦମାନେ ସମର୍ଥନ କରି ୨ ଚୂଡ଼ାନ୍ତ ପ୍ରାର୍ଥୀଙ୍କୁ ମନୋନୀତ କରିଥିଲେ। ତେବେ ବର୍ତ୍ତମାନର ତାଜା ସର୍ଭେରୁ ସୁନକ ଲିଜ ଟ୍ରସଙ୍କ ପଛରେ ଚାଲୁଥିବା ଜଣାପଡିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.