ନୂଆଦିଲ୍ଲୀ 07 /11 : ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ରୁଷି ସୁନକ ଏବଂ ତାଙ୍କ ପତ୍ନୀ କଫି ଡେଟ୍ ରେ। ବେଙ୍ଗାଲୁରୁର ଏକ କଫି କ୍ୟାଫେରେ ଏକାଠି ସମୟ ବିତାଇବା ସହ କଫି ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଦୁହେଁ କଫି ପିଇବା ସହ ସାଧାରଣ ଲୋକଙ୍କ ସହ ସେଲ୍ଫି ନେଇ ଥିଲେ।
ସୁନକ ନିଜ ପତ୍ନୀ ଅକ୍ଷତା ମୁର୍ତ୍ତି ସହ ବେଙ୍ଗାଲୁରୁର ଜୟନଗର ଅଞ୍ଚଳରେ ଥିବା ତାଙ୍କ ଶ୍ୱଶୂର ଘରେ ରହୁଛନ୍ତି। ଅକ୍ଷତା ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀ ଏବଂ ରାଜ୍ୟସଭା ସାଂସଦ ସୁଧା ମୁର୍ତ୍ତୀଙ୍କ ଝିଅ। ଏବେ କାର୍ତ୍ତିକ ମାସ ଚାଲିଥିବା ବେଳେ ଦୁହେଁ ଗୁରୁ ରାଘବେନ୍ଦ୍ରଙ୍କ ଦର୍ଶନ ପାଇଁ ବେଙ୍ଗାଲୁରୁରେ ଥିବା ଶ୍ରୀ ରାଘବେନ୍ଦ୍ର ସ୍ୱାମୀ ମୁତ୍ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ।
ସେଠାରୁ ଫେରିବା ପରେ ବେଙ୍ଗାଲୁରୁରେ ଥିବା ଏକ କାଫେରେ ଦମ୍ପତି କଫି ଉପଭୋଗ କରୁଥିବା ନଜର ଆସିଥିଲେ। ସୁନକ ଏକ ଧଳା ସାର୍ଟ ଏବଂ କଳା ଟ୍ରାଉଜର ପିନ୍ଧିଥିବାବେଳେ ମୁର୍ତ୍ତୀ ଏକ ପେଷ୍ଟାଲ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ । ଦୁହେଁ କଫି ପିି ସାରିବା ପରେ ସାଧାରଣ ଲୋକଙ୍କ ସହ ସେଲଫି ନେଉଥିବା ବି ଦେଖିବାକୁ ମିଳିଥିଲା।
ରୁଷି ଓ ଅକ୍ଷତା ପରସ୍ପରକୁ ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ଏମ୍ବିଏ ପାଠପଢ଼ିବା ବେଳେ ଭେଟିଥିଲେ। ସୁନକ ଜଣେ ପ୍ରତିଭାବାନ ଛାତ୍ର ଥିଲେ। ତାଙ୍କ ପାଖରେ ପ୍ରଥମ ଶ୍ରେଣୀ ଅକ୍ସଫୋର୍ଡ ଡିଗ୍ରି ରହିଛି। ୨୦୦୯ରେ ଉଭୟ ବିବାହ କରିଥିଲେ।
Also Read- ସରକାରଙ୍କଠାରୁ ନୋଟିସ୍ ମିଳିବା ଖବରକୁ ୱିକିପିଡିଆର ଅସ୍ୱୀକାର, ଜାଣନ୍ତୁ କହିଛି କ’ଣ?