ଅଧୁରା ରହିଗଲା ଶେଷ ଇଛା : ପୁରା ହୋଇପାରିଲାନି ଚିଣ୍ଟୁଙ୍କ ସ୍ବପ୍ନ

Published By : Prameya-News7 Bureau | April 30, 2020 IST

ମୁମ୍ବାଇ ୩୦/୦୪ : ବଲିଉଡରେ ନିଜର ଦମଦାର ଅଭିନୟରେ ଲୋକଙ୍କ ମନୋରଞ୍ଜନ କରୁଥିବା ଋଷି କପୁର ଆଜି ଆମ ଗହଣରେ ନାହାନ୍ତି | ସେ ଆଜି ସକାଳେ ସମସ୍ତଙ୍କୁ ଅଲବିଦା କରି ଆରପରିକୁ ଚାଲି ଯାଇଛନ୍ତି | ଋଷି କପୁରଙ୍କ ଏହିଭଳି ହଠାତ ନିଧନ ଯୋଗୁଁ ବଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି | ଋଷିଙ୍କ ଏକ ସ୍ବପ୍ନ ଅଧୁରା ରହିଗଲା | ଯିବା ପୂର୍ବରୁ ସେ ରଣବୀରଙ୍କ ବାହାଘର ଦେଖିବାକୁ ଚାହୁଁଥିଲେ | କିନ୍ତୁ ତାଙ୍କର ଏହି ଇଛା ପୁରା ହୋଇପାରିଲାନି, ଅଧୁରା ରହିଗଲା | କ୍ୟାନସରରେ ପୀଡିତ ହୋଇ ସେ ବିଦେଶରେ ଚିକିତ୍ସିତ ହେଉଥିଲେ | ସୁସ୍ଥ ହେବା ପରେ ସେ ଯେତେବେଳେ ନିଜ ଘରକୁ ଫେରିଥିଲେ ସେ ଭାବିଥିଲେ ତାଙ୍କ ଶେଷ ଇଛା ପୁରା ହୋଇଯିବ | କିନ୍ତୁ ତାଙ୍କ ଶେଷ ଇଛା ଅଧୁରା ରହିଗଲା | ରଣବୀରଙ୍କ ବାହାଘର ମଧ୍ୟ ଶୀଘ୍ର ହେବାକୁ ଅଛି ବୋଲି ସୋସିଆଲ ମିଡ଼ିଆରେ ଅନେକଥର ଖବର ଆସିଥିଲା କିନ୍ତୁ ତାଙ୍କ ବାହାଘର ତାରିଖ ବାହାରିନଥିଲା |

{"id":262568,"width":575,"height":322,"sizeSlug":"large"}

ଫିଲ୍ମ 'ବ୍ରହ୍ମାସ୍ତ୍ର' ସୁଟିଂ ଯୋଗୁଁ ରଣବୀରଙ୍କ ବାହାଘର ତାରିଖ ଠିକ ଵୋଇପାରିନଥିଲା | ଏତିକି ଭିତରେ ପୁଣି କାରଣ ଯୋଗୁଁ ସାରା ଦେଶ ଲକଡାଉନ ହୋଇରହିଛି | ରଣବୀର କପୁର ଓ ଆଲିଆ ଭଟ୍ଟ ବହୁତ ଦିନ ହେବ ପରସ୍ପର ସହ ସମ୍ପର୍କରେ ଅଛନ୍ତି ଏବଂ ବିବାହ କରିବାକୁ ମନସ୍ତ କରିଛନ୍ତି | ଚଳିତ ବର୍ଷ ଶେଷ ସୁଦ୍ଧା ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା |

{"id":262569,"sizeSlug":"large"}

ଆଲିଆ ମଧ୍ୟ ଅଧିକାଂଶ ସମୟରେ ରଣବୀରଙ୍କ ଘରକୁ ଆସନ୍ତି ଏବଂ ଋଷିଙ୍କୁ ମଧ୍ୟ ସାକ୍ଷାତ କରିଥାନ୍ତି | ରଣବୀରଙ୍କ ପରିବାର ସହ ସମୟ ବିତାଇବା ପାଇଁ ମଧ୍ୟ ଆଲିଆ ଭଲପାଆନ୍ତି | ଉଭୟ ପରିବାର ମଧ୍ୟରେ ଭଲ ସମ୍ପର୍କ ରହିଛି | ଋଷି ନିଜେ ମଧ୍ୟ ଥରେ କହିଥିଲେ ଯେ ପୁଅର ବାହାଘର ଦେଖିବା ସ୍ବପ୍ନ ଅଧୁରା ରହିଯାଇଛି | ତେବେ ଖୁବ ଶୀଘ୍ର ପୁଅର ବାହାଘର କରିବେ ବୋଲି ଭାବିଥିଲେ କିନ୍ତୁ ତାଙ୍କ ଶେଷ ଇଛା ପୁରା ହୋଇ ପାରିଲାନି | ଋଷିଙ୍କ ନିଧନ ଖବର ଶୁଣି ଆଲିଆ ତୁରନ୍ତ ହସ୍ପିଟାଲରେ ପହଂଚିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.