ଝିଅ ରିଦ୍ଧିମା ମୁମ୍ବାଇରେ ପହଞ୍ଚିବା ପରେ ହେବ ଋଷି କପୁରଙ୍କ ଅନ୍ତିମ ସଂସ୍କାର

Published By : Prameya-News7 Bureau | April 30, 2020 IST

ମୁମ୍ବାଇ ୩୦।୪: ବଲିଉଡ୍‌ର ଭେଟେରାନ ଅଭିନେତା ଋଷି କପୁରଙ୍କର ଗୁରୁବାର ସକାଳେ ୬୭ ବର୍ଷ ବୟସରେ ମୁମ୍ବାଇରେ ପରଲୋକ ହୋଇଛି । ସେ ପ୍ରାୟ ୨ ବର୍ଷ ଧରି କ୍ୟାନସର ରୋଗ ସହ ସଂଗ୍ରାମ କରୁଥିଲେ । ଲକ୍ ଡାଉନ୍ ନିୟମକୁ ଧ୍ୟାନରେ ରଖି ଋଷି କପୁରଙ୍କ ଅନ୍ତିମ ସଂସ୍କାର କରାଯିବ । ଖବର ଅନୁଯାୟୀ ମୃତଦେହକୁ ସିଧାସଳଖ ଡାକ୍ତରଖାନାରୁ ଶ୍ମଶାନଘାଟକୁ ନିଆଯିବ। ଋଷି କପୁରଙ୍କ ଝିଅ ରିଦ୍ଧିମା କପୁର ଦିଲ୍ଲୀରୁ ବାହାରିସାରିଛନ୍ତି । ସେ ମୁମ୍ବାଇରେ ପହଞ୍ଚିବା ମାତ୍ରେ ଋଷି କପୁରଙ୍କ ଅନ୍ତିମ ସଂସ୍କାର କରାଯିବ ।

wp:html
/wp:html

ଲକ୍ ଡାଉନ୍ ଯୋଗୁଁ ମୁମ୍ବାଇ ଆସିବାକୁ ରିଦ୍ଧିମାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ରିଦ୍ଧିମା କପୁରଙ୍କ ସମେତ ୫ ଜଣଙ୍କ ପାଇଁ ପାସ୍ ଜାରି କରିଛନ୍ତି । ତେବେ ରିଦ୍ଧିମା ସେ କିଛି ସମୟ ପରେ ମୁମ୍ବାଇରେ ପହଞ୍ଚିଯିବେ । ରିଦ୍ଧିମା ପହଞ୍ଚିବା ପରେ ଋଷିଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ଆରମ୍ଭ ହେବ । ସୂଚନା ଅନୁସାରେ ଅପରାହ୍ନ ୩ଟାରେ ଋଷି କପୁରଙ୍କ ମରଶରୀରକୁ ଅନ୍ତିମ ଯାତ୍ରାରେ ଶ୍ମଶାନ ଘାଟକୁ ନିଆଯିବ ।

{"id":262511,"sizeSlug":"large"}

ସୂଚନାଯୋଗ୍ୟ ଯେ, ତାଙ୍କର ଶେଷ ରୀତିନୀତି ମୁମ୍ବାଇର ମେରାଇନ୍ ଲାଇନ୍‌ରେ ଥିବା ଚନ୍ଦନୱାଡି ଶ୍ମଶାନଘାଟରେ ଅନୁଷ୍ଠିତ ହେବ । ଶ୍ମଶାନ ବାହାରେ ଏବଂ ଭିତରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୋଲିସ ମଧ୍ୟ ମୁତୟନ କରାଯାଇଛି । ଏହି ସମୟରେ ସାମାଜିକ ଦୂରତାକୁ ଧ୍ୟାନରେ ରଖାଯିବ । ଲକ୍ ଡାଉନ୍ ନିୟମ ଅନୁଯାୟୀ ତାଙ୍କ ଅନ୍ତିମ ସଂସ୍କାରରେ ୨୦ ଜଣ ଲୋକ ସାମିଲ ହେବେ । ଋଷି କପୁରଙ୍କ ପରିବାର ପକ୍ଷରୁ ଜାରି ଏକ ବିବୃତ୍ତିରେ ଲୋକଙ୍କୁ ଏହି ଆଇନ ପାଳନ କରିବାକୁ କୁହାଯାଇଛି ।

{"id":262512,"sizeSlug":"large"}

ସାମାଜିକ ଦୂରତା ନିମୟ ଅନୁସାରେ ସାଧାରଣଲୋକଙ୍କୁ ଡାକ୍ତରଖାନାରେ ଏକାଠି ହେବାକୁ ବାରଣ କରାଯାଇଛି । ଏଭଳି ପରିସ୍ଥିତିରେ କେବଳ ପରିବାର ସଦସ୍ୟ ଡାକ୍ତରଖାନାରେ ଉପସ୍ଥିତ ଅଛନ୍ତି । କରୀନା କପୁର ଖାନ୍, ସୈଫ୍ ଅଲ୍ଲୀ ଖାନ୍, ରାଜୀବ କପୁର, ରଣବୀର କପୁର, ନୀତୁ କପୁର, ରଣଧୀର କପୁର ଏବଂ ଆଲିଆ ଭଚ୍ଚ ମଧ୍ୟ ଡାକ୍ତରଖାନାରେ ଉପସ୍ଥିତ ଅଛନ୍ତି । ଏହି କଠିନ ସମୟରେ ପରିବାର ବାହାରେ କେବଳ ଅଭିଷେକ ବଚ୍ଚନଙ୍କୁ ହସ୍ପିଟାଲରେ ରହିବାକୁ ଅନୁମତି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.