ହସ୍ପିଟାଲରୁ ସିଧା ଶ୍ମଶାନଘାଟ ଯିବ ଋଷି କପୁରଙ୍କ ମରଶରୀର, ଅନ୍ତିମ ସଂସ୍କାରରେ ସାମିଲ ହେବେ ୨୦ ଜଣ

Published By : Prameya-News7 Bureau | April 30, 2020 IST

ମୁମ୍ବାଇ ୩୦।୪: ବଲିଉଡ୍‌ର ଭେଟେରାନ୍ ଅଭିନେତା ଋଷି କପୁରଙ୍କ ଦେହାନ୍ତ ହୋଇଛି । ଗୁରୁବାର ସକାଳେ ତାଙ୍କର ମୁମ୍ବାଇରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସେ ପ୍ରାୟ ୨ ବର୍ଷ ଧରି କ୍ୟାନସର ରୋଗ ସହ ସଂଘର୍ଷ କରୁଥିଲେ । ଲକ୍ ଡାଉନ୍ ନିୟମକୁ ଧ୍ୟାନରେ ରଖି ଋଷି କପୁରଙ୍କ ଅନ୍ତିମ ସଂସ୍କାର କରାଯିବ । ଖବର ଅନୁଯାୟୀ ମୃତଦେହକୁ ସିଧାସଳଖ ଡାକ୍ତରଖାନାରୁ ଶ୍ମଶାନ ଘାଟକୁ ନିଆଯିବ।

{"id":262475,"sizeSlug":"large"}

ସୂଚନାଯୋଗ୍ୟ ଯେ, ତାଙ୍କର ଶେଷ ରୀତିନୀତି ମୁମ୍ବାଇର ମେରାଇନ୍ ଲାଇନ୍‌ରେ ଥିବା ଚନ୍ଦନୱାଡି ଶ୍ମଶାନଘାଟରେ ଅନୁଷ୍ଠିତ ହେବ । ଶ୍ମଶାନ ବାହାରେ ଏବଂ ଭିତରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୋଲିସ ମଧ୍ୟ ମୁତୟନ କରାଯାଇଛି । ଏହି ସମୟରେ ସାମାଜିକ ଦୂରତାକୁ ଧ୍ୟାନରେ ରଖାଯିବ । ଲକ୍ ଡାଉନ୍ ନିୟମ ଅନୁଯାୟୀ ତାଙ୍କ ଅନ୍ତିମ ସଂସ୍କାରରେ ୨୦ଜଣ ଲୋକ ସାମିଲ ହେବେ । ଋଷି କପୁରଙ୍କ ପରିବାର ପକ୍ଷରୁ ଜାରି ଏକ ବିବୃତ୍ତିରେ ଲୋକଙ୍କୁ ଏହି ଆଇନ ପାଳନ କରିବାକୁ କୁହାଯାଇଛି ।

{"id":262476,"sizeSlug":"large"}

ସେପ୍ଟେମ୍ବର ୨୦୧୮ରେ ଋଷି କପୁର କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ ଚିକିତ୍ସା ପାଇଁ ନ୍ୟୁୟର୍କ ଯାଇଥିଲେ । ତାଙ୍କ ସହ ତାଙ୍କ ପତ୍ନୀ ନୀତୁ ସିଂ ମଧ୍ୟ ଥିଲେ । ସେ ପ୍ରଥମେ ଏହି ରୋଗ ଲୁଚାଇବାକୁ ଚେଷ୍ଟା କରିଥିଲେ । ପରେ ପରିବାରଲୋକ ଏନେଇ ସ୍ପଷ୍ଟ କରିଥିଲେ । ସେ ପ୍ରାୟ ଏକ ବର୍ଷ ଧରି ସେଠାରେ ଚିକିତ୍ସିତ ହେବା ପରେ ସେପ୍ଟେମ୍ବର ୨୦୧୯ରେ ଭାରତ ଫେରିଥିଲେ । ତାଙ୍କ ଅବସ୍ଥା ସୁଧୁରୁଥିବା ପରି ଲାଗୁଥିଲା । କିନ୍ତୁ ବେଳେବେଳେ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାର ଖବର ମଧ୍ୟ ଶୁଣିବାକୁ ମିଳୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.