ଋଷିଙ୍କ ଦେହାନ୍ତରେ ଦୁଃଖ ଜଡ଼ସଡ଼ ଆଲିୟା : ସୋସିଆଲ ମିଡିଆରେ ସେୟାର କଲେ ଇମୋସନାଲ୍ ପୋଷ୍ଟ୍

Published By : Prameya-News7 Bureau | May 01, 2020 IST

ମୁମ୍ବାଇ ୧/୫: ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଦିଗ୍ଗଜ ଷ୍ଟାର ଋ​‌ଷି କପୁରଙ୍କ ଗୁରୁବାର ପରଲୋକ ହୋଇଛି। ମୁମ୍ବାଇର ଚନ୍ଦନଓ୍ବାଡ଼ି ଶ୍ମଶାନଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ସମୟରେ ନୀତୁ କପୁର,ରଣବୀର କପୁର ଏବଂ ଆଲିୟା ଭଟ୍ଟ ସମେତ ଅନ୍ୟ ଷ୍ଟାରମାନେ ଉପସ୍ଥିତ ଥିଲେ। ଅନେକ ଫଟୋ ସାମନାକୁ ଆସିଥିଲା ଯେଉଁଥିରେ ଆଲିୟା ବହୁତ ଇମୋସନାଲ୍ ଥିଲେ। ଏବେ ସେ ଋ​‌ଷି କପୁରଙ୍କୁ ନେଇ ଭାବବିହ୍ବଳ ପୋଷ୍ଟ୍ ଲେଖିଛନ୍ତି।

wp:core-embed/instagram {"url":"https://www.instagram.com/p/B_m6aYRlMha/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B_m6aYRlMha/?utm_source=ig_embed
/wp:core-embed/instagram

ଆଲିୟା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଲେଖିଛନ୍ତି,‘ ସେ କ’ଣ କହିବେ ଏହି ସୁନ୍ଦର ମଣିଷ ବିଷୟରେ,ଯିଏ ତାଙ୍କ ଜୀବନରେ ଏତେ ଭଲ ପାଇବା ଏବଂ ସ୍ନେହ ନେଇ ଆସିଥିଲେ। ଆଜି ସମସ୍ତେ ଋଷି କପୁରଙ୍କୁ ଲିଜେଣ୍ଡ ହେବା କଥା କହୁଛନ୍ତି ଏବଂ ସେ ଗତ ୨ବର୍ଷରେ ଜଣେ ବନ୍ଧୁ,ଚାଇନିଜ ଫୁଡ ଲଭର,ସିନେମା ଲଭର,ଜଣେ ଫାଇଟର,ଜଣେ ଲିଡର,ଜଣେ ସୁନ୍ଦର ଷ୍ଟୋରିଟେଲର,ଜଣେ ଅତି ଉତ୍ସାହୀ ଟ୍ବିଟର ୟୁଜର ଏବଂ ଜଣେ ବାପା ଭାବେ ଜାଣିଛନ୍ତି।’

{"id":262913,"sizeSlug":"large"}

ସେ ଆଗକୁ ଲେଖିଛନ୍ତି,‘ ଗତ ଦୁଇ ବର୍ଷରେ ତାଙ୍କୁ ଯେତିକି ଭଲ ପାଇବା ମିଳିଛି, ସେ ଏହାକୁ ସବୁବେଳେ ସାଇତି କରି ରଖିବେ। ସେ ବ୍ରହ୍ମାଣ୍ଡକୁ ଧନ୍ୟବାଦ ଜଣାଇବାକୁ ଚାହୁଁଛନ୍ତି ଯେ ତାଙ୍କୁ ଋଷି କପୁରଙ୍କୁ ଜାଣିବାର ସୁଯୋଗ ମିଳିଥିଲା। ଆଜି ବୋଧହୁଏ ଅଧିକାଂଶ ଲୋକ କହି ପାରନ୍ତି ଯେ ତାହା ପରିବାର ଭଳି କାରଣ ସେ ଏପରି ଅନୁଭବ କରାଇଛନ୍ତି। ଲଭ ୟୁ ଋଷି ଅଙ୍କଲ୍। ଆମେ ଆପଣଙ୍କୁ ସବୁବେଳେ ମନେ ରଖିବୁ।’

{"id":262914,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.