Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସଚୀନଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ଏକାଠି ବସି ଭାରତ-ପାକ ମ୍ୟାଚ୍ ଦେଖୁଥିଲେ ଋଷଭ ପନ୍ଥ

18/06/2019 at 3:49 PM

ମୁମ୍ବାଇ୧୮|୬: ଆଇସିସି ୱାର୍ଲଡକପ ମ୍ୟାଚରେ ପାକିସ୍ତାନକୁ ୮୯ ରନରେ ପରାସ୍ତ କରିଛି ଭାରତ। ୱାର୍ଲଡକପରେ ଭାରତ ଲଗାତାର ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଛି । ଏଥର ମଧ୍ୟ ପାକିସ୍ତାନକୁ ହରେଇବାରେ ସଫଳ ହୋଇଛି ଭାରତ। ଭାରତ-ପାକିସ୍ତାନ ମ୍ୟାଚ୍‌ରେ ବଲିଉଡ ଅଭିନେତା ରଣବୀର ସିଂହ ଓ ସୈଫ ଅଲ୍ଲୀ ଖାନଙ୍କୁ ମଧ୍ୟ ସ୍ପଟ୍‌ କରାଯାଇଥିଲା।  ଏମାନେ ଟିମ ଇଣ୍ଡିଆକୁ ଉତ୍ସାହିତ କରିବା ପାଇଣ ମାଞ୍ଚେଷ୍ଟରରେ ପହଞ୍ଚିଥିଲେ । ସମସ୍ତେ ଏହି ମ୍ୟାଚ୍‌ରେ ଭରପୁର ମଜା ନେଇଛନ୍ତି।

ହାଇଭୋଲ୍ଟେଜ ମ୍ୟାଚରେ ରୋହୀତ ଶର୍ମାଙ୍କ ଆକର୍ଷକ ୧୪୦ ରନର ଇନିଂସ ସମସ୍ତଙ୍କୁ ଆମୋଦିତ କରିଥିଲା । ପଡିାରେ ଭାରତୀୟ ଦଳର ସଂଖ୍ୟାଧିକ ପ୍ରଶଂସକ ମାହୋଲକୁ ଆହୁରି ଉଷ୍ମ କରିଦେଇଥିଲା ।

ତେବେ ଏହି ବଲିଉଡ ଷ୍ଟାରଙ୍କ ବ୍ୟତୀତ ଋଷଭ ପନ୍ଥ ମଧ୍ୟ ସେଠାରେ ନଜର ଆସିଥିଲେ। ସବୁଠୁ ଖାସ ବିଷୟ ଏହା ଯେ, ଋଷଭ ଭାରତ-ପାକ୍‌ ମ୍ୟାଚ୍‌ର ମଜା ସଚୀନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ସହ ନଉଥିଲେ। ଦୁଇଜଣଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ଶିଖରଧାବନ ଆହତ ହେବାପରେ ଋଷଭ ପନ୍ଥଙ୍କୁ ତାଙ୍କ ଯାଗାରେ ନିଆଯାଇଚି । ତେବେ ସେ ବିଶ୍ବକପରେ ମ୍ୟାଚ ଖେଳିବା ଆଶା କ୍ଷୀଣ । ଆସନ୍ତା ୨୨ତାରିଖରେ ଭାରତ- ଆଫଗାନୀସ୍ଥାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।  

   Related Posts