ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାରବାଟୀରେ ହାରିବା ପରେ ସ୍ପିନରଙ୍କ ଉପରେ ବର୍ଷିଲେ ପନ୍ତ, କହିଲେ…

13/06/2022 at 8:22 AM

ନୂଆଦିଲ୍ଲୀ ୧୩/୦୬: ବାରବାଟୀରେ ହାରିଛି ଭାରତ । ଟି୨୦ ସିରିଜରେ ଲଗାତର ଦ୍ୱିତୀୟ ପରାଜୟର ସାମ୍ନା କରିଛି ଟିମ୍ ପନ୍ତ । ଦକ୍ଷିଣ ଆଫ୍ରିକା ଭାରତକୁ ୪ ଓ୍ୱିକେଟରେ ପରାସ୍ତ କରି ସିରିଜରେ ୨-୦ରେ ଆଗୁଆ ରହିଛି । ଏହି ମୁକାବିଲାରେ ଭାରତର ବୋଲିଂ ଓ ବ୍ୟାଟିଂ ଉଭୟ ଖୁବ୍ ନୈରାଶ୍ୟଜନକ ଥିଲା । ଯାହାକୁ ନେଇ ଖପ୍ପା ହୋଇଛନ୍ତି ଅଧିନାୟକ ପନ୍ତ ।

ପରାଜୟ ପରେ ପନ୍ତ କହିଛନ୍ତି ଯେ, ବ୍ୟାଟିଂରେ ସେମାନେ ୧୦ରୁ ୧୫ ରନ୍ ପଛରେ ରହିଗଲେ । ଭୁବନେଶ୍ୱର କୁମାର ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । ପ୍ରଥମ ୭ରୁ ୮ ଓଭର ଭାରତ ନିୟନ୍ତ୍ରଣରେ ଥିଲା । ଏହାପରେ କିନ୍ତୁ ଦକ୍ଷିଣ ଆଫ୍ରିକା ଭଲ ପ୍ରଦର୍ଶନ କରିଥିଲା । କୌଣସି ଓ୍ୱିକେଟ୍ ଯାଇନଥିଲା । ସ୍ପିନରମାନେ ଭଲ ପ୍ରଦର୍ଶନ କରିବା ଆବଶ୍ୟକ ଥିଲା । ତେବେ ଦକ୍ଷିଣ ଆଫ୍ରିକା ଟିମ୍ ଭଲ ବ୍ୟାଟିଂ କରିଥିଲା । ଶେଷ ତିନୋଟି ମୁକାବିଲାରେ ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ପନ୍ତ କହିଛନ୍ତି ।

ପନ୍ତ ଯାହା କହିଛନ୍ତି ତାହା ମିଛ ନୁହେଁ । କାରଣ ମୁଖ୍ୟ ସ୍ପିନର ୟୁଜବେନ୍ଦ୍ର ତହଲ ନିଜର ୪ ଓଭରରେ ୪୯ ରନ୍ ବ୍ୟୟ କରିଥିଲେ । ଅକ୍ଷର ପଟେଲ ମଧ୍ୟ ୧ ଓଭରରେ ୧୯ ରନ୍ ଦେଇଥିଲେ । ଯାହା ଦକ୍ଷିଣ ଆଫ୍ରିକା ସ୍କୋର ଆଗକୁ ବଢାଇବାରେ ବଡ ଭୂମିକା ନେଇଥିଲା ।

ସୂଚନାଯୋଗ୍ୟ, ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୪୮ ରନ୍ କରିପାରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୬ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତିନେଇଥିଲା ।

   Related Posts