Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଆଣ୍ଡରସନଙ୍କ ବଲରେ ଦମଦାର୍ ସଟ୍ ଖେଳିଲେ ପନ୍ତ, ହସିଲେ ଇଂଲଣ୍ଡ ବୋଲର…

2/07/2022 at 8:13 AM

ନୂଆଦିଲ୍ଲୀ ୦୨/୦୭:  ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏଜବେଷ୍ଟନ୍ ଟେଷ୍ଟରେ ଭାରତ ପ୍ରଥମେ ବହୁତ ଖରାପ ଆରମ୍ଭ କରିଥିଲା । ୧୦୦ ରନରେ ହିଁ ଦଳର ୫ ଓ୍ୱିକେଟ୍ ପତନ ଘଟିଥିଲା । ଚେତେଶ୍ୱର ପୂଜାରା, ବିରାଟ କୋହଲିଙ୍କ ଭଳି ବଡବଡ ପ୍ଲେୟାର ଫେଲ୍ ହୋଇଥିଲେ । ଯେତେବେଳେ ଦଳ ବ୍ୟାକଫୁଟରେ ଥିଲା ସେତେବେଳେ ଓ୍ୱିକେଟକିପର ବ୍ୟାଟର ଋଷଭ ପନ୍ତ ଦମଦାର୍ ବ୍ୟାଟିଂ କରିଥିଲେ ।

ପନ୍ତ ନିଜ ଷ୍ଟାଇଲକେ ଖେଳିଥିଲେ । ସେ ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନଙ୍କୁ ଟାର୍ଗେଟ୍ କରିଥିଲେ । କ୍ରିଜକୁ ଆସିବାର କିଛି ସମୟ ପରେ ସେ ଫ୍ରଣ୍ଟଫୁଟରେ ଆଣ୍ଡରସନଙ୍କ ଏକ ବଲରେ ଚଉକା ଲଗାଇଥିଲେ । ଯାହା ଦେଖି ଆଣ୍ଡରସନ୍ ଚକିତ ହୋଇଯାଇଥିଲେ । କିନ୍ତୁ ପରେ ପନ୍ତ ତାଙ୍କୁ କିଛି କହିଥିଲେ, ଯାହା ଶୁଣି ଆଣ୍ଡରସନ୍ ଖୁବ୍ ହସିଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ଟି୨୦ ଅନ୍ଦାଜରେ ପନ୍ତ

ପନ୍ତଙ୍କୁ ଟେଷ୍ଟରେ ଟି୨୦ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ସେ ବିସ୍ଫୋରକ ବ୍ୟାଟିଂ କରି ୯୦ ବଲ୍ ପୂର୍ବରୁ ଶତକ ଲଗାଇଥିଲେ । ପୂର୍ବବର୍ଷ ମଧ୍ୟ ସିରିଜର ପ୍ରଥମ ମ୍ୟାଚରେ ପନ୍ତ କେବଳ ଆଣ୍ଡରସନଙ୍କ ବିପକ୍ଷରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ।

ସୂଚନାଯୋଗ୍ୟ, ପନ୍ତ ଏହି ଟେଷ୍ଟ୍ ସିରିଜରେ ସେତେଟା ଖାସ୍ ପ୍ରଦର୍ଶନ କରିନାହାଁନ୍ତି । ଗତବର୍ଷ ଖେଳାଯାଇଥିବା ମୁକାବିଲାରେ ସେ ଫେଲ୍ ମାରିଥିଲେ । ଏବେ ଶେଷ ମୁକାବିଲାରେ ସେ ଶତକ ମାରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି ।

   Related Posts