scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୁର୍ଘଟଣା ପରେ ପ୍ରଥମ ଥର ବ୍ୟାଟ୍ ଧରିଲେ ଋଷଭ ପନ୍ତ, ଖେଳିଲେ ବଡ଼ ସଟ୍

16/08/2023 at 4:46 PM

ନୂଆଦିଲ୍ଲୀ: ୨୦୨୨ର ଶେଷ ଆଡ଼କୁ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ଭାରତୀୟ କ୍ରିକେଟ୍ ଦଳର ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତଙ୍କୁ ଦୀର୍ଘ ସମୟ ପରେ ପଡ଼ିଆରେ ଦେଖିବାକୁ ମିଳିଛି। ଏହା ଭାରତୀୟ ଦଳ ପାଇଁ ନିଶ୍ଚିତ ରୂପେ ଆଶ୍ଵସ୍ତିକର ଖବର। ଏବେ ସେ ସମୟ ଆଉ ଅଧିକ ନୁହେଁ ଯେବେ ପନ୍ତଙ୍କୁ ଭାରତୀୟ ଜର୍ସି ପିନ୍ଧି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଖେଳୁଥିବା କ୍ରିକେଟ୍ ପ୍ରେମୀ ଦେଖିବାକୁ ପାଇବେ।

ଅଧିକ ପଢନ୍ତୁ- ଋଷଭ ପନ୍ତ ନା ନାସିମ୍ ଶାହ, କାହା ପାଇଁ ଧକ୍‌ ଧକ୍‌ ହେଉଛି ଉର୍ବଶୀଙ୍କ ହାର୍ଟ ?

ଋଷଭ ପନ୍ତ ଦିଲ୍ଲୀରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ ଋଷଭ ପନ୍ତଙ୍କୁ ପଡ଼ିଆରେ ବ୍ୟାଟିଂ କରି ବଡ଼ ସଟ୍ ଖେଳୁଥିବା ଦେଖିବାକୁ ମିଳିଛି। କିନ୍ତୁ ତାଙ୍କୁ ଦୌଡ଼ୁଥିବା ଦେଖିବାକୁ ମିଳିନାହିଁ। ଏହି ଭିଡ଼ିଓରୁ ସଙ୍କେତ ମିଳିଛି ଯେ, କାର ଦୁର୍ଘଟଣା ପରେ ଋଷଭ ପନ୍ତଙ୍କ ସୁସ୍ଥତା ଦ୍ରୁତ ଗତିରେ ହେଉଛି ଏବଂ ତାଙ୍କୁ ଶୀଘ୍ର ଆକ୍ସନ ମୋଡ଼ରେ ଦର୍ଶକ ଦେଖି ପାରନ୍ତି। ବର୍ତ୍ତମାନ ସେ ଏନସିଏରେ ପୁନଃ ଥଇଥାନ ଦେଇ ଗତି କରୁଛନ୍ତି।

ତଥାପି ସେ ବିଶ୍ଵକପ୍ ୨୦୨୩ ସୁଦ୍ଧା ଫିଟ୍ ହେବେ ନାହିଁ। କିନ୍ତୁ ଭାରତୀୟ ଦଳ ଯେବେ ବିଶ୍ଵକପ୍ ଖେଳି ସାରିଥିବ ତା ପରେ ବୋଧହୁଏ ପନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାକୁ ଫିଟ୍ ହୋଇ ସାରିଥିବେ। ପନ୍ତ ଆହତ ହେବାରୁ ଭାରତୀୟ ଟେଷ୍ଟ ଦଳକୁ କ୍ଷତି ସହିବାକୁ ପଡ଼ିଛି। ଏବେ ସୀମିତ ଓଭର କ୍ରିକେଟ୍‌ରେ ଓ୍ଵିକେଟ୍ କିପର ବ୍ୟାଟର ଭୂମିକାରେ କେଏଲ ରାହୁଲ, ଇଶାନ କିଷନ କିମ୍ବା ସଞ୍ଜୁ ସାମସନ ନଜର ଆସି ପାରନ୍ତି। ବିଶ୍ଵକପ୍ ୨୦୨୩ କିମ୍ବା ଏସିଆ କପ୍‌ ପାଇଁ ଏ ପର୍ଯ୍ୟନ୍ତ ଭାରତୀୟ ଦଳ ଘୋଷଣା ହୋଇ ନାହିଁ।

   Related Posts