Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଋଷଭଙ୍କ ପୋଷ୍ଟ, ଫ୍ୟାନ୍ସଙ୍କ ପାଇଁ ଖୁସିର ଖବର

7/02/2023 at 9:58 PM

ନୂଆଦିଲ୍ଲୀ, ୦୭/୦୨: ଭାରତୀୟ କ୍ରିକେଟ୍ ଟିମ୍‌ର ଓ୍ବିକେଟ୍‌ କିପର- ବ୍ୟାଟର ଋଷଭ ପନ୍ତ କାର୍‌ ଦୁର୍ଘଟଣା ପରଠାରୁ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏହାରି ମଧ୍ୟରେ ସେ ନିଜ ସ୍ବାସ୍ଥ୍ୟକୁ ନେଇ ତାଜା ଅପଡେଟ୍‌ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି। ଋଷଭ ପନ୍ତ ଇନଷ୍ଟାଗ୍ରାମ୍‌ରେ ଏକ ଫଟୋ ସେୟାର କରି ନିଜର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଫ୍ୟାନ୍ସକୁ ଖୁସିଖବର ଦେଇଛନ୍ତି। ଋଷଭ ପନ୍ତ ଏକ ଫଟୋ ସେୟାର କରିଛନ୍ତି। ଯେଉଁଠାରୁ ଏକ ବିଲ୍ଡିଂ ନଜର ଆସୁଛି। ଅବଶ୍ୟ, ଏପର୍ଯ୍ୟନ୍ତ ଏହା ଜଣାପଡ଼ିନାହିଁ ଯେ ଋଷଭ ପନ୍ତଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି କିମ୍ବା ନାହିଁ । ଏମିତିରେ ଜଣାପଡ଼ିନାହିଁ ସେ ଏହି ଫଟୋ ହସ୍ପିଟାଲରୁ କିମ୍ବା ଘରୁ ଶେୟାର କରିଛନ୍ତି।

ଏହି ଫଟୋରୁ ଜଣାପଡ଼ୁଛି ଯେ ଋଷଭ ପନ୍ତ ବାହାରକୁ ବସି ତାଜା ପବନକୁ ଉପଭୋଗ କରୁଛନ୍ତି। ଏହି ଫଟୋ ଶେୟାର କରିବା ସହ ପନ୍ତ ଲେଖିଛନ୍ତି ଯେ ‘କେବେ ଜାଣିନଥିଲି ଯେ ବାହାରେ ବସି ତାଜା ପବନରେ ନିଶ୍ବାସ ନେବା ଆପଣ ଧନ୍ୟ ଅନୁଭବ କରିବେ।’ ଋଷଭ ପନ୍ତଙ୍କ ଏହି ପୋଷ୍ଟ ତାଙ୍କ ଫ୍ୟାନଙ୍କ ମୁହଁରେ ହସ ଆଣିଛି। କାରଣ ଏଥିରୁ ଜଣାପଡ଼ୁଛି ବ୍ୟାଟର ସୁସ୍ଥ ହେଉଛନ୍ତି।

ଋଷଭ ପନ୍ତ ୯ ଫେବୃଆରୀରୁ ନାଗପୁରରେ ଅଷ୍ଟ୍ରେଲିଆ ବିରୋଧରେ ଆରମ୍ଭ ହେବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିରେ ସାମିଲ୍‌ ହୋଇପାରିବେ ନାହିଁ। ଆଘାତ କାରଣରୁ ତାଙ୍କର ଚିକିତ୍ସା ଜାରି ରହିଛି। ଋଷଭ ପନ୍ତଙ୍କ ସ୍ବାସ୍ଥ୍ୟ ଏବଂ ତାଙ୍କର ସ୍ବାସ୍ଥ୍ୟକୁ ନେଇ କୌଣସି ଅଫିସିଆଲ ବୟାନ ଜାରି କରାଯାଇନାହିଁ। କିନ୍ତୁ ଏହି ଫଟୋ ତାଙ୍କ ଫ୍ୟାନ୍ସଙ୍କୁ ଆଶ୍ବସ୍ତି ଦେବାଭଳି।

ସୂଚନାଯୋଗ୍ୟ, ଋଷଭ ପନ୍ତ ଡିସେମ୍ବର ୨୦୨୨ ରେ ତାଙ୍କ କାର୍‌ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା। ପନ୍ତ ଦିଲ୍ଲୀରୁ ଦେହରାଦୁନ ମା’ଙ୍କୁ ଘେଟିବାକୁ କାର୍‌ରେ ଯାଉଥିବା ସମୟରେ ହଠାତ୍ ତାଙ୍କ କାର୍‌ ଏକ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ ଗୁରୁତର ଭାବରେ ଆହତ ହୋଇଥିଲେ ଋଷଭ। ସ୍ଥାନୀୟ ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦେହରାଦୁନର ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା କାରଯାଇଥିଲା ଏବଂ ଏହା ପରେ ଏକ ସପ୍ତାହ ପରେ ଏୟାରଲିଫ୍ଟ କରି ମୁମ୍ବାଇ ଅଣାଯାଇଥିଲା।

ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ତାଙ୍କର ସର୍ଜରୀ ହୋଇଥିଲା। ଋଷଭ ପନ୍ତ ୧୬ ଜାନୁଆରୀରେ ସୋସିଆଲ ମିଡିଆରେ ନିଜର ପୋଷ୍ଟ ସେୟାର କରି ଲୋକଙ୍କ ସମର୍ଥନ ଏବଂ ଶୁଭକାମନା ପାଇଁ ଧନ୍ୟବାଦ ଜଣାଇଥିଲେ।

   Related Posts