ୱାର୍ଲଡ କପ୍ ରୁ ବାହାରିଲେ ଶିଖର ଧାୱନ,ଟିମ୍ ଇଣ୍ଡିଆରେ ସାମିଲ ହେଲେ ଋଷଭ ପନ୍ଥ
19/06/2019 at 4:42 PM

ଶିଖର ଧାୱନ ୱାର୍ଲଡ କପ୍ ରୁ ବାହାରି ଯାଇଛନ୍ତି । ତାଙ୍କ ସ୍ଥାନରେ ଟିମ୍ ଇଣ୍ଡିଆରେ ଖେଳିବେ ଋଷଭ ପନ୍ଥ। ଅଷ୍ଟ୍ରେଲିଆ ବିପକ୍ଷରେ ଗତ ୱାର୍ଲଡ କପ୍ ମ୍ୟାଚ୍ ବେଳେ ପେଟ୍ କମିଙ୍ଗସଙ୍କ ଏକ ବଲ ଧାୱନ ଆହତ ହୋଇଥିଲେ। ତାଙ୍କ ବାମ ହାତ ଆଙ୍ଗୁଠିରେ ବଲ ବାଜିଥିଲା। ସେତେବେଳେ ଧାୱନ ୧୦୯ ରନ କରି କ୍ରିଜରେ ଥିଲେ। ଆହତ ସତ୍ତ୍ବେ ଧାୱନ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୭ ରନର ଇନିଂସ ଖେଳିଥିଲେ।

ଧାୱନ ଆହତ ହେବା ଯୋଗୁ ଗତ ୨ ସପ୍ତାହ ହେଲା ତାଙ୍କର ଚିକିତ୍ସା ଚାଲିଛି। ତେବେ ସେ ଠିକ୍ ହୋଇ ପାରିନାହାନ୍ତି । ସିଟି ସ୍କାନରୁ ତାଙ୍କ ଆଙ୍ଗୁଠିରେ ହେୟାରଲାଇନ ଫ୍ରାକ୍ଚର ଆସିଥିବା ଜଣାପଡିଛି। ଏଣୁ ସୁସ୍ଥ ହେବାକୁ ତାଙ୍କୁ ଆହୁରି ସମୟ ଲାଗିବ। ତେବେ ସେ ସୁସ୍ଥ ହେବା ବେଳକୁ ବିଶ୍ବକପ୍ ଶେଷ ହୋଇଯାଇଥିବା । ଏଣୁ ୱାର୍ଲଡ କପ୍ ରେ ତାଙ୍କ ସ୍ଥାନ ନେବେ ଋଷଭ ପନ୍ଥ। ଖାସ୍ ଏଥି ପାଇଁ ଧାୱନ ଆହତ ହେବା ପରେ ଋିଷଭଙ୍କୁ ମଞ୍ଚେଷ୍ଟକ ପଠାଇ ଦିଆଯାଇଥିବା ବେଳେ ପାକ୍ ମ୍ୟାଚ୍ ପୂର୍ବରୁ ସେ ଟିମରେ ଖେଳିବା ଆରମ୍ଭ କରିଦେଇଥିଲେ।

ଯୁବ ୱିକେଟ୍ କିପର ତଥା ବାମହାତୀ ବ୍ୟାଟସ୍ ମ୍ୟାନ ଋଷଭ ପନ୍ଥଙ୍କୁ ଗିଲକ୍ରିଷ୍ଟଙ୍କ ଡୁପ୍ଲିକେଟ୍ କୁହାଯାଏ। ଟେଷ୍ଟ କ୍ରିକେଟରେ ତାଙ୍କ ରେକର୍ଡ ଯୁବରାଜଙ୍କ ଠାରୁ ମଧ୍ୟ ବେଶ ଭଲ। ସେ ଟେଷ୍ଟ ଭଳି ୱାର୍ଲଡ କପରେ ମଧ୍ୟ ଭଲ ଖେଳିବେ ବୋଲି ତାଙ୍କ ଫ୍ୟାନମାନେ ଆଶାବ୍ୟକ୍ତ କରିଛନ୍ତି।