LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କ’ଣ IPL ୨୦୨୩ରେ ନଜର ଆସିବେ ଋଷଭ ପନ୍ଥ ? ଭିଡିଓରେ କହିଲେ-ମୁଁ ଖେଳିବାକୁ ଆସୁଛି

30/03/2023 at 2:37 PM

ମୁମ୍ଵାଇ ୩୦।୦୩: ଗତ ବର୍ଷ ଦୁର୍ଘଟଣାର ଶିକାର ହୋଇଥିଲେ ରିଷଭ ପନ୍ଥ।  ଚିକିତ୍ସିତ ହେବା ପରେ ସେ ସମୂର୍ଣ୍ଣ ରେଷ୍ଟ ନେଉଛନ୍ତି। ସେବେଠାରୁ ସେ କ୍ରିକେଟ୍ ପଡ଼ିଆରୁ ଦୂରରେ ରହି ଶୀଘ୍ର ସୁସ୍ଥ ହେବା ପାଇଁ ସମସ୍ତ ପ୍ରସ୍ତୁତି କରୁଛନ୍ତି। ସମ୍ପୂର୍ଣ୍ଣ ଫିଟ୍ ନ ଥିବାରୁ ତାଙ୍କୁ ଆଇପିଏଲ୍ ୨୦୨୩ ରୁ ବାଦ ଦିଆଯାଇଛି। ବିସ୍ଫୋରକ ବ୍ୟାଟିଂ ପାଇଁ ସେ ପ୍ରସିଦ୍ଧ। ବର୍ତ୍ତମାନ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଦେଖା ଯାଉଛି ଯେ ମୁଁ ଖେଳିବାକୁ ଆସୁଛି ।

ଭାଇରାଲ୍ ଭିଡିଓରେ ଋଷଭ କହିଛନ୍ତି ଯେ କ୍ରିକେଟ୍ ଏବଂ ଖାଦ୍ୟ। ଗତ ଦୁଇମାସ ଧରି ମୁଁ କ୍ରିକେଟ୍ ଖେଳିବାରେ ସକ୍ଷମ ହୋଇ ନାହିଁ। କିନ୍ତୁ ଶୀଘ୍ର ସୁସ୍ଥ ହେବା ପାଇଁ ଡାକ୍ତର ମୋତେ ଭଲ ଖାଦ୍ୟ ଖାଇବାକୁ କହିଥିଲେ। ତେଣୁ ଘରେ ତିଆରି ଦେଶୀ ଘିଅ ଖାଦ୍ୟ ଖାଉଛି। ତା’ପରେ ଧୀରେ ଧୀରେ ମୋର ସାଙ୍ଗମାନେ ମତେ ପ୍ରାଟିକ୍ସରେ ବ୍ୟସ୍ତ ରଖିଲେ। କାରଣ କ୍ରିକେଟ୍ର ସିଜିନ୍‌ ଆରମ୍ଭ ହେବାକୁ ଯାଉଛି। ତା’ପରେ ମୁଁ ଭାବିଲି ସମସ୍ତେ ଖେଳୁଛନ୍ତି, ତେବେ ମୁଁ କାହିଁକି ଖେଳିବି ନାହିଁ । ଯେପରି ଲାଗୁଛି ମୁଁ ଗେମରେ ଅଛି ।ମୁଁ ଖେଳିବାକୁ ଆସୁଛି।

ଆଘାତ କାରଣରୁ ଋଷଭ ଆଇପିଏଲ ୨୦୨୩ରେ ଖେଳୁନାହାଁନ୍ତି । ତାଙ୍କ ସ୍ଥାନରେ ଦିଲ୍ଲୀ କ୍ୟାପିଟାଲର ଅଧିନାୟକ ଡେଭିଡ ୱାର୍ନରଙ୍କୁ ନିଯୁକ୍ତ କରାଯାଇଛି। ଏଥି ସହିତ ଘରୋଇ କ୍ରିକେଟରେ ବଙ୍ଗଳା ପାଇଁ ଖେଳୁଥିବା ୨୦ ବର୍ଷୀୟ ଅଭିଷେକ ପୋରାଲଙ୍କୁ ଏକ ସୁଯୋଗ ମିଳିଛି। ଦିଲ୍ଲୀ କ୍ୟାପିଟାଲ ଟିମ୍‌ ଏପର୍ଯ୍ୟନ୍ତ ଆଇପିଏଲରେ ଗୋଟିଏ ଟ୍ରଫି ଜିତିବାରେ ସକ୍ଷମ ହୋଇ ନାହିଁ।

   Related Posts