ଦୁର୍ଘଟଣାର ୧୭ ଦିନ ପରେ ପନ୍ତଙ୍କର ପ୍ରଥମ ଟ୍ୱିଟ୍: ଆପଣମାନଙ୍କ ପାଖରେ ମୁଁ କୃତଜ୍ଞ
16/01/2023 at 9:09 PM

ମୁମ୍ବାଇ: ଭୟଙ୍କର କାର ଦୁର୍ଘଟଣାକୁ ସାମ୍ନା କରିବାର ୧୭ ଦିନ ପରେ ପ୍ରଥମ ଟ୍ୱିଟ୍ କଲେ ଟିମ୍ ଇଣ୍ଡିଆର ୱିକେଟ କିପର ବ୍ୟାଟର ଋଷଭ ପନ୍ତ। ପ୍ରଥମେ ସେ ସମସ୍ତଙ୍କ ପାଖରେ ନିଜର କୃତଜ୍ଞତା ଜଣାଇଛନ୍ତି। ଏହାପରେ ତାଙ୍କର ଆଣ୍ଠୁ ସର୍ଜରୀ ସଫଳ ହୋଇଛି। ଧୀରେ ଧୀରେ ସେ ସୁସ୍ଥ ହେଉଥିବା ବେଳେ ଆଗକୁ ଆହୁରି ଚ୍ୟାଲେଞ୍ଜ ଅଛି ବୋଲି ସେ ସୂଚନା ଦେଇଛନ୍ତି।
ଡିସେମ୍ବର ୩୦ ତାରିଖରେ ଦିଲ୍ଲୀ-ଡେରାଡୁନ ଜାତୀୟ ରାଜପଥରେ ପନ୍ତଙ୍କର ମର୍ସିଡିଜ୍ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପନ୍ତଙ୍କ କପାଳରେ ଖଣ୍ଡିଆ ହେବା ସହ ଡାହାଣ ଆଣ୍ଠୁରେ ଲିଗାମେଣ୍ଟ ଛିଡ଼ି ଯାଇଥିଲା। ତା ସହ ଡାହାଣ ହାତ କଚଟି, କହୁଣୀ ଓ ଗୋଡ଼ ଅଙ୍ଗୁଠି ଆହତ ହୋଇଥିଲା। ତା ସହ ପିଠି ପଛରେ ମଧ୍ୟ ଅନେକ ସ୍ଥାନରେ ଖଣ୍ଡିଆ ହୋଇଯାଇଥିଲା। ପ୍ରଥମେ ତାଙ୍କୁ ଡେରାଡୁନ୍ର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଥିବା ବେଳେ ପରେ ବିସିସିଆଇ ତାଙ୍କୁ ଏୟାର୍ଲିପ୍ଟ କରି ମୁମ୍ବାଇ ଆଣିଥିଲା। ଓ ଧିରୁଭାଇ ଅମ୍ବାନୀ କୋକିଲାବେନ୍ ହସ୍ପିଟାଲ୍ରେ ପନ୍ତଙ୍କର ଆଣ୍ଠୁ ସର୍ଜରି କରାଯାଇଥିଲା।
I am humbled and grateful for all the support and good wishes. I am glad to let you know that my surgery was a success. The road to recovery has begun and I am ready for the challenges ahead.
— Rishabh Pant (@RishabhPant17) January 16, 2023
Thank you to the @BCCI , @JayShah & government authorities for their incredible support.
ଏବେ ଦୁର୍ଘଟଣାର ୧୭ ଦିନ ପରେ ଟ୍ୱିଟ୍ କରି ସୋସିଆଲ୍ ମିଡିଆରେ ଲୋକଙ୍କ ସାମ୍ନାକୁ ଆସିଛନ୍ତି ପନ୍ତ। ସେ ଟ୍ୱିଟ୍ କରି ଲେଖିଛନ୍ତି ” ସବୁ ସମର୍ଥନ ଓ ଶୁଭକାମନା ପାଇଁ ମୁଁ କୃତଜ୍ଞ। ମୋତେ ଖୁସୀ ଲାଗୁଛି ଯେ ମୋ ସର୍ଜରି ସଫଳ ହୋଇଥିବା ଖବର ମୁଁ ଆପଣଙ୍କ ପାଖରେ ଶେୟାର କରିପାରୁଛି। ଧୀରେ ଧୀର ସୁସ୍ଥ ହେବାର ରାସ୍ତା ଖୋଲିବା ଆରମ୍ଭ ହୋଇଯାଇଛି। ଏବଂ ମୁଁ ଆଗାମୀ ଆହ୍ୱାନ ପାଇଁ ପ୍ରସ୍ତୁତ ହେଉଛି। ସମସ୍ତ ସହଯୋଗ ପାଇଁ ବିସିସିଆଇ, ଜୟ ଶାହ ଓ ସରକାରୀ ଅଧିକାରୀଙ୍କୁ ଅଶେଷ ଧନ୍ୟବାଦ।”
From the bottom of my heart, I also would like to thank all my fans, teammates, doctors and the physios for your kind words and encouragement. Looking forward to see you all on the field. #grateful #blessed
— Rishabh Pant (@RishabhPant17) January 16, 2023
ତତ୍ ସହିତ ପନ୍ତ ତାଙ୍କ ଚିକିତ୍ସାରେ ଲାଗିଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇ ସେ ଲେଖିଛନ୍ତି ” ଆପଣମାନଙ୍କ ସଦଭାବନା ଓ ଉତ୍ସାହମୁଳକ କଥା ପାଇଁ ହୃଦୟରୁ ମୁଁ ମୋ ଫ୍ୟାନମାନଙ୍କୁ, ମୋ ସହଯୋଗୀମାନଙ୍କୁ, ଡାକ୍ତର ଏବଂ ଫିଜିଓଙ୍କୁ ଧନ୍ୟବାଦ ଜଣାଉଛି। ପୁଣିଥରେ ପଡ଼ିଆରେ ଆପଣମାନଙ୍କ ସହ ଦେଖା ହେବାକୁ ମୁଁ ଉତ୍ସାହୀ।”