ନୂଆଦିଲ୍ଲୀ, ୧୫/୦୭: ଇଂଲଣ୍ଡ ଗସ୍ତରେ ଥିବା ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ କରୋନାରେ ସଂକ୍ରିମିତ ହୋଇଥିବା ଜଣାପଡ଼ିଛି । ପନ୍ତ କିଛିଦିନ ପୂର୍ବରୁ ଆୟୋଜିତ ୟୁରୋ କପ୍ର ଇଲଂଣ୍ଡ ଏବଂ ଜର୍ମାନୀ ମ୍ୟାଚ୍ ଦେଖିବାକୁ ଲଣ୍ଡନର ବମ୍ୱଲେ ଷ୍ଟାଡିୟମ ଯାଇଥିଲେ । ସେଠାରେ ସେ ବିନା ମାସ୍କରେ ହଜାର ହଜାର ଲୋକଙ୍କ ମଧ୍ୟରେ ବସିଥିବା ବେଳେ ପ୍ରଂଶସକଙ୍କ ସହିତ ଫଟୋ ଉଠାଇଥିଲେ । ପନ୍ତଙ୍କର ଏପରି କାମ ଏବେ ତାଙ୍କ ପ୍ରତି ଭାରି ପଡ଼ିଛି । ପନ୍ତଙ୍କୁ ଏବେ ଜୁଲାଇ ୧୮ ତାରିଖ ପର୍ଯ୍ୟନ୍ତ ଆସୋଲେସନ୍ରେ ରହିବାକୁ ପଡ଼ିବ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଆରମ୍ଭ ହେବାକୁ ଥିବା ବେଳେ ଟେଷ୍ଟ୍ ସିରିଜ ପୂର୍ବରୁ ଏହାକୁ ନେଇ ଭାରତୀୟ ଦଳର ଚିନ୍ତା ବଢ଼ିଯାଇଛି ।
ପନ୍ତ ଆଇସୋଲେସନ୍ରେ ରହିବା ପରେ ଯଦି ତାଙ୍କ ରିପୋର୍ଟ ନେଗେଟିଭ୍ ଆସେ ତେବେ ସେ ଜୁଲାଇ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ଅଭ୍ୟାସ ମ୍ୟାଚ୍ରେ ଭାଗ ନେବେ ।
wp:html/wp:htmlGood experience watching ⚽️. ??????? vs ?? pic.twitter.com/LvOYex5svE
— Rishabh Pant (@RishabhPant17) June 30, 2021
ପୂର୍ବରୁ ବିସିସିଆଇର ସଚିବ ଜୟ ଶାହା ଇମେଲ୍ ଜରିଆରେ ଇଂଲଣ୍ଡରେ ବଢ଼ୁଥିବା କରୋନା ମାମଲାକୁ ନେଇ ସତର୍କ ରହିବାକୁ କହିଥିଲେ । ପରେ ଦୁଇଜଣ ଖେଳାଳି ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ଏହି ଖବର ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଭାରତୀୟ ଟିମ୍ ଏବେ ବିଶ୍ରାମ ନେଉଛି । ଯେଉଁ ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହେବାରେ ଲାଗିଛନ୍ତି ।ଅନ୍ୟଜଣଙ୍କର ପୁଣି ଥରେ ଟେଷ୍ଟ୍ ହେବ ।
ସମାଚାର ଏଜେନ୍ସି ଏଏନଆଇ ମୁତାବକ, ଦୁଇ ଖେଳାଳିଙ୍କୁ ଥଣ୍ଡା ଲାଗିବା ସହ କାଶ ହାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଜଣେ ଖେଳାଳି ପଜିଟିଭ୍ ଆସିବା ପରେ ଏବେ ନେଗେଟିଭ୍ ହୋଇଛନ୍ତି । ଅନ୍ୟଜଣେ ଖେଳାଳିଙ୍କର ଜୁଲାଇ ୧୮ରେ ଆଉଥରେ ଟେଷ୍ଟ୍ ହେବ । ଏହି ଦିନ ଖେଳାଳିଙ୍କର ଆଇସୋଲେସନର ଦଶମ ଦିନ ।
ସୂତ୍ରାନୁସାରେ, ରବିବାର ଦ୍ୱିତୀୟ ଖେଳାଳିଙ୍କର ଟେଷ୍ଟ୍ ହେବ । ନେଗେଟିଭ୍ ଆସିଲା ପରେ ତାଙ୍କୁ ଟିମ୍ରେ ସାମିଲ କରାଯିବ ।