ପନ୍ତଙ୍କୁ ମୁମ୍ବାଇ ଏୟାରଲିଫ୍ଟ, ଲିଳାବତୀ ହସ୍ପିଟାଲରେ ହେବ ଅଧିକ ଚିକିତ୍ସା

Published By : Prameya-News7 Bureau | January 04, 2023 IST

ମୁମ୍ବାଇ: କ୍ରିକେଟର ଋଷଭ ପନ୍ତଙ୍କୁ ମୁମ୍ବାଇ ଏୟାରଲିଫ୍ଟ । ଅଧିକ ଚିକିତ୍ସା ପାଇଁ ମୁମ୍ବାଇର ଲିଳାବତୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଡେରାଡୁନର ମାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଟିମ୍ ଇଣ୍ଡିଆର ଏହି ଓ୍ବିକେଟ୍ କିପର ବ୍ୟାଟର । ଲିଳାବତୀରେ ସ୍ବତନ୍ତ୍ର ଡାକ୍ତରୀ ଦଳ ପନ୍ତଙ୍କ ଚିକିତ୍ସା କରିବେ ।

ଦିଲ୍ଲା ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନର ନିଷ୍ପତ୍ତି କ୍ରମେ ଋଷଭ ପନ୍ତଙ୍କୁ ମୁମ୍ବାଇ ଏୟାରଲିଫ୍ଟ କରାଯାଇଛି । ସେଠାରେ ତାଙ୍କର ଲିଗାମେଣ୍ଟ ଚିକିତ୍ସା କରାଯିବ । ବିସିସିଆଇର ଅଭିଜ୍ଞ ଡାକ୍ତର ମାନେ ପନ୍ତଙ୍କ ଚିକିତ୍ସା କରିବେ । ଡିସେମ୍ବର ୩୦ ତାରିଖରେ ଦିଲ୍ଲୀରୁ ରୁରକୀ ଯିବାବେଳେ ତାଙ୍କ କାର୍ ଡିଭାଡରରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପନ୍ତ ଗୁରୁତର ଭାବେ ଆହାତ ହୋଇଥିଲେ। ଗୋଡ଼ ଲିଗାମେଣ୍ଟ ଫାଟି ଯାଇଥିବାବେଳେ ପିଠିରେ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା  । ଏବେ ରିଷଭଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଡିଡିସିଏ ତାଙ୍କର ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ଲିଳାବତୀ ହସ୍ପିଟାଲକୁ ଏୟାର ଲିଫ୍ଟ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.