ଏସିଆ କପ୍ ଶିବିରରେ ରିଷଭ ପନ୍ତ; ଅଚାନକ ପହଞ୍ଚି ଖେଳାଳିଙ୍କୁ ଚମକାଇଲେ

Published By : Prameya-News7 Bureau | August 29, 2023 IST

ନୂଆଦିଲ୍ଲୀ: ଏସିଆ କପ୍ ଆଭ୍ୟାସ ଶିବିରରେ ରିଷଭ ପନ୍ତ । ଭାରତୀୟ ଦଳର ଓ୍ବିକେଟ୍ କିପର ବ୍ୟାଟର ଏସିଆ କପ୍ ପାଇଁ ଅଭ୍ୟାସ ଜାରି ରଖିବା ଖେଳାଳିଙ୍କୁ ଅଚାନକ ଭେଟ କରିଛନ୍ତି । ଭାରତୀୟ ଟିମ୍ ବେଙ୍ଗାଳୁରୁରେ ଜୋରଦାର ପ୍ରସ୍ତୁତି କରୁଛି । ଏସିଆ କପ୍‌ରେ ଭାରତର ପ୍ରଥମ ମୁକାବିଲା ସେପ୍ଟେମ୍ବର ୨ ତାରିଖରେ ରହିଛି । ପ୍ରାରମ୍ଭ ମ୍ୟାଚରେ ଚିରପ୍ରତିଦ୍ବନ୍ଦ୍ବି ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ ।

ବେଙ୍ଗାଲୁରୁରେ ଟିମ୍ ଅଭ୍ୟାସ ଜାରି ରିଖିଥିବା ବେଳେ ରିଷଭ ପନ୍ତ ଭେଟ କରିବାକୁ ନିଷ୍ପତ୍ତି ନେଇଥିଲେ । ଗତ ବର୍ଷ ଡିସେମ୍ବର ମାସରେ ପନ୍ତ ଭୟଙ୍କର କାର୍ ଦୁର୍ଘଟଣାର ଶିକାର ହୋଇଥିଲା । ଏବେ ସୁସ୍ଥ ହୋଇ ବେଙ୍ଗାଲୁରୁରେ ଥିବା ଏନସିଏରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ସୋମବାର ରିଷଭ ପନ୍ତ ଟିମ୍ ଇଣ୍ଡିଆ ଅଭ୍ୟାସ ଶିବିରରେ ପହଞ୍ଚି ଖେଳାଳିଙ୍କୁ ସାକ୍ଷାତ କରିବା ସହିତ ଆଲୋଚନା କରିଛନ୍ତି । ଏହାର ଏକ ଭିଡିଓ ବିସିସିଆଇ ଇନଷ୍ଟାଗ୍ରାମରେ ଅପଲୋଡ କରିଛି । ଏଥିରେ ପନ୍ତ କୋଚ୍ ରାହୁଲ ଦ୍ରାବିଡଙ୍କ ସହିତ ଆଲୋଚନା କରୁଥିବାର ଦେଖିବାରୁ ମିଳିଛି ।

wp:html
/wp:html

ସେହିପରି ଲୋକେସ ରାହୁଲ ଓ କୁଲଦୀପ ସିଂହଙ୍କ ସହିତ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳିଛି । ପନ୍ତ କାର୍ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ କ୍ରିକେଟ୍ ପଡ଼ିଆରେ ନଜରକୁ ଆସିଛନ୍ତି । ସେହିପରି କିଛି ଦିନି ପୂର୍ବରୁ ଏକ ଲୋକାକ ଟୁର୍ଣ୍ଣାମେଣ୍ଟ ଖେଳୁଥିବାରୁ ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆସନ୍ତା ବର୍ଷ ହେବାକୁଥିବା ଘରୋଇ ଟେଷ୍ଟ ସିରିଜରେ ଦଳକୁ ଫେରି ପାରନ୍ତି ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.