ଚଳିତ IPLରେ ବଦଳିବ ଋଷଭ ପନ୍ତଙ୍କ ଭୂମିକା, ବ୍ୟାଟିଂ କରିବେ, କିନ୍ତୁ କରିବେନି ୱିକେଟ୍ କିପିଂ

Published By : Prameya-News7 Bureau | February 21, 2024 IST

ଆଲୁର ୨୧/୦୨: ପ୍ରଶଂସକଙ୍କ ପାଇଁ ଖୁସି ଖଭର । ଖୁବ୍ ଶୀଘ୍ର କ୍ରିକେଟ ମୈଦାନକୁ ଓହ୍ଲାଇବେ ଷ୍ଟାର କ୍ରିକେଟର ଋଷଭ ପନ୍ତ । IPLରେ ସେ ବ୍ୟାଟିଂ କରୁଥିବା ନଜର ଆସିବେ । ବଡ ଖବର ହେଉଛି ଯେ ସେ ୱାର୍ମ ଅପ୍ ମ୍ୟାଚ୍ ଖେଳିବା ପାଇଁ ବେଙ୍ଗାଲୁରୁ ନିକଟ ଆଲୁରରେ ସେ ଅଭ୍ୟାସ୍ କରିଥଲେ । ଯେଉଁଠାରେ ସେ ତାଙ୍କର ରି-ଏଣ୍ଟ୍ରି ସମ୍ବନ୍ଧରେ ସକରାତ୍ମକ ସୂଚନା ଦେଇଛନ୍ତି ।

ମୋଟ ଉପରେ କହିବାକୁ ଗଲେ ପନ୍ତ ଦୀର୍ଘ ସମୟ ପରେ ଅଭ୍ୟାସ ମ୍ୟାଚ୍ ଖେଳିଛନ୍ତି । ୨୦୨୨ ଡିସେମ୍ବର ପରଠୁ ଖେଳିନଥିବା ପନ୍ତ ଆଗାମୀ ଆଇପିଏଲ୍‌ ଜରିଆରେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍‌ ଖେଳିବେ । କ୍ରିକବଜ୍‌ର ରିପୋର୍ଟ ଅନୁଯାୟୀ, ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଏବଂ ସେମାନଙ୍କ ଆଇପିଏଲ୍ ଫ୍ରାଞ୍ଚାଇଜ୍ ସୂତ୍ରରୁ ଜଣାପଡିଛି ଯେ ୨୬ ବର୍ଷିୟ ପନ୍ତ ଆଇପିଏଲ୍ ୨୦୨୪ରେ ଦିଲ୍ଲୀ ରାଜଧାନୀକୁ ଆଗେଇ ନେବାକୁ ପ୍ରସ୍ତୁତ ।

wp:html
/wp:html

ଅର୍ଥାତ୍ ପନ୍ତଙ୍କୁ ନେତୃତ୍ୱ ଭାର ପ୍ରଦାନ କରାଯିବ ବୋଲି ପୂର୍ବରୁ କ୍ୟାପିଟାଲ୍ସ ପକ୍ଷରୁ ଘୋଷଣା କରାଯାଇଛି । ମାତ୍ର ତାଙ୍କୁ ୱିକେଟ୍‌ କିପିଙ୍ଗ୍‌ରୁ ତାଙ୍କୁ ଦୂରେଇ ରଖାଯିବ । ସେ କେବଳ ବ୍ୟାଟର ଭାବେ ଖେଳିବେ । ପନ୍ତ ଗତ ବର୍ଷେ ହେଲା ଜାତୀୟ କ୍ରିକେଟ୍‌ ଏକାଡେମୀ(ଏନ୍‌ସିଏ) ରେ ଚିକିତ୍ସିତ ହେଉଛନ୍ତି । ସେଠାରେ ଏନ୍‌ସିଏ ଫିଜିଓ ଓ ଡାକ୍ତରଙ୍କ ଅଧିନରେ ସେ ଫିଟ୍‌ନେସ୍‌ ଏବଂ ଅଭ୍ୟାସ କରୁଛନ୍ତି ।

ଗତ କିଛି ମାସ ହେଲା ପନ୍ତ ଏନ୍‌ସିଏରେ ବ୍ୟାଟିଂ ଅଭ୍ୟାସ ଜାରି ରଖିଥିଲେ । ବେଙ୍ଗାଲୁରୁ ନିକଟସ୍ଥ ଆଲୁର ଠାରେ ଏକ ଇନ୍‌ଟ୍ରା ସ୍କ୍ୱାଡ୍‌ ଅଭ୍ୟାସ ମ୍ୟାଚର ଆୟୋଜନ କରାଯାଇଥିଲା । ପନ୍ତ ଉକ୍ତ ମ୍ୟାଚ୍‌ରେ ଖେଳିଥିଲେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍‌ ଓ ପୂର୍ବ ଭଳି ଦୌଡ କୁଦ କରିପାରୁଥିବା ଏନ୍‌ସିଏ ପକ୍ଷରୁ ପ୍ରକାଶ କରାଯାଇଛି । ତଥାପି ତାଙ୍କୁ ତରବରିଆ ଭାବେ ୱିକେଟ୍‌ କିପିଂ ନଦେବାକୁ ଯୋଜନା କରାଯାଉଛି । ୨୬ ବର୍ଷୀୟ ପନ୍ତ ୩୩ଟେଷ୍ଟ, ୩୦ ଦିନିକିଆ ୬୬ଟି ଟି-ଟ୍ୱେଣ୍ଟି ଖେଳି ସାରିଛନ୍ତି ।

you can also read....

wp:embed {"url":"https://www.prameyanews7.com/bcci-is-planning-to-start-ipl2024-from-march-22/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bcci-is-planning-to-start-ipl2024-from-march-22/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.