ଟିମ୍ ସହ ନଥାଇ ମଧ୍ୟ ଡଗ୍ଆଉଟ୍ରେ ଅଛନ୍ତି ରିଷଭ ପନ୍ତ, ହୃଦୟ ଜିତି ନେଲା ଦିଲ୍ଲୀ କ୍ୟାପିଟାଲ୍ସ
1/04/2023 at 10:22 PM

ନୂଆଦିଲ୍ଲୀ: ଆଇପିଏଲର ୧୬ତମ ସଂସ୍କରଣ ଆରମ୍ଭର କିଛି ଦିନ ପୂର୍ବେ ଦିଲ୍ଲୀ କ୍ୟାପିଟାଲ୍ସର ଜର୍ସି ଅନାବରଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାମ୍ୱାଦିକଙ୍କ ପ୍ରଶ୍ନରେ ଟିମ୍ର ମୁଖ୍ୟ କୋଚ୍ ରିକି ପଇଣ୍ଟିଂ କହିଥିଲେ ଯେ ରିଷଭ ପନ୍ତ ମୋ ସହ ଡଗ୍ଆଉଟ୍ରେ ଉପସ୍ଥିତ ରହିବେ । ସେହି ସମୟରେ ସମସ୍ତେ ଚକିତ ହୋଇଥିଲେ । ଜୀବନ ଯୁଦ୍ଧରେ ବିଜୟୀ ହେବା ପରେ ପୁଣି ଥରେ ନିଜ ଗୋଡରେ ଛିଡା ହେବାକୁ ପ୍ରୟାସ କରୁଥିବା ରିଷଭ ପନ୍ତ କିପରି ଟିମ ସହ ଯାତ୍ରା କରିବେ । କିନ୍ତୁ ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ସିଜିନର ପ୍ରଥମ ମ୍ୟାଚରେ ରିଷଭ ପନ୍ତ ଟିମ୍ ସହ ନଥାଇ ମଧ୍ୟ ଟିମ ସହ ଥିଲେ ।
ଦିଲ୍ଲୀ କ୍ୟାପିଟାଲ୍ସ ନିଜ ନିୟମିତ କ୍ୟାପ୍ଟେନ ରିଷଭ ପନ୍ତଙ୍କ ଜର୍ସି ଡଗ୍ଆଉଟ୍ ଛାତ ଉପରେ ଝୁଲାଇ ରଖିଛି । ଏବେ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀର ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରୁଛନ୍ତି । ରିଷଭଙ୍କ ଜର୍ସି ତଳେ ଡଗ୍ଆଉଟ୍ରେ ରିକି ପଇଣ୍ଟିଂ ସହ ଦିଲ୍ଲୀ ଫ୍ରାଞ୍ଚାଇଜିର ନିର୍ଦ୍ଦେଶକ ସୌରଭ ଗାଙ୍ଗୁଲି ବସିଥିବା ନଜର ଆସୁଛନ୍ତି ।
Excellent gesture from Delhi Capitals to have Rishabh Pant’s jersey at the dugout ❤️
— Vinesh Prabhu (@vlp1994) April 1, 2023
The 13th man of Delhi Capitals #IPL2023 pic.twitter.com/TPHa4V1iEE
ପୂର୍ବ ସିଜିନରେ ଦିଲ୍ଲୀ ପଞ୍ଚମ ସ୍ଥାନରେ ରହିଥିଲା । ଲକ୍ଷ୍ନୌ ସୁପରଜାଏଣ୍ଟସ ଗତ ସିଜିନରେ ଆଇପିଏଲ ଡେବ୍ୟୁ କରି ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହି ଟୁର୍ନାମେଣ୍ଟ ଯାତ୍ରା ଶେଷ କରିଥିଲା ।