oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ଦେଶରେ ଆରମ୍ଭ ହେବ 5G ମୋବାଇଲ ସେବା, ପ୍ରଗତି ମଇଦାନରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ||

ଋଷଭ ପନ୍ତଙ୍କୁ ୧.୬୩ କୋଟି ଟଙ୍କାର ଚୂନା ଲଗାଇଲେ ପୂର୍ବତନ କ୍ରିକେଟର

23/05/2022 at 10:50 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତଙ୍କୁ ହରିୟାଣାର ଜଣେ ପୂର୍ବତନ କ୍ରିକେଟର ୧.୬୩ କୋଟି ଟଙ୍କାର ଚୂନା ଲଗାଇଛନ୍ତି। ପନ୍ତଙ୍କୁ ଏମିତି ଧୋକା ଦେଇଛନ୍ତି ମୃଣାଙ୍କ ସିଂହ ନାମକ କ୍ରିକେଟର। ସେ ପନ୍ତଙ୍କୁ ଶସ୍ତାରେ ମହଙ୍ଗା ଘଡି ଯୋଗାଇ ଦେବାର ପ୍ରସ୍ତାବ ଦେଇଥିଲେ। ଏହା ବ୍ୟତୀତ ମୃଣାଙ୍କ ପନ୍ତଙ୍କଠୁ ଗହଣା ସହିତ ଦାମୀ ଦାମୀ ସାମଗ୍ରୀ ନେଇ ଆଉ ଫେରାଇ ନଥିବା ଅଭିଯୋଗ ହୋଇଛି।

ସଂପ୍ରତି ମୃଣାଙ୍କ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ବନ୍ଦୀ ଅଛନ୍ତି। ଜଣେ ବ୍ୟବସାୟୀଙ୍କୁ ଠକି ଧନ ଲୁଟିବା ଅଭିଯୋଗରେ  ଜୁହୁ ପୋଲିସ ତାଙ୍କୁ ଗିରଫ କରିଥିଲା। ଆଜତକ ସହ ଆଲୋଚନା ବେଳେ ଋଷଭ ପନ୍ତଙ୍କ ଓକିଲ ଏକଲବ୍ୟ ଦ୍ଵିବେଦୀ ପୂରା ମାମଲାରେ ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ମୃଣାଙ୍କ ଋଷଭ ପନ୍ତଙ୍କୁ କୋଟି କୋଟି ଟଙ୍କାର ଘଡିକୁ ଶସ୍ତା ଦାମରେ ଦେବାକୁ ଲୋଭ ଦେଖାଇଥିଲେ। ଏହି ସମୟରେ ସେ ଭାରତୀୟ ଦଳର ଅନ୍ୟ ଖେଳାଳିଙ୍କ ଉଦାହରଣ ଦେଇ ପନ୍ତଙ୍କ ଭରସା ଜିଣିଥିଲେ।

ଅଭିଯୋଗ ଅନୁଯାୟୀ, ମୃଣାଙ୍କ ପନ୍ତ ଏବଂ ତାଙ୍କ ମ୍ୟାନେଜରଙ୍କୁ କହିଥିଲେ ଯେ, ସେ ଦାମୀ ଦାମୀ ଘଣ୍ଟା, ବ୍ୟାଗ୍, ଗହଣା ଆଦି କିଣିବା ଏବଂ ବିକ୍ରି କରିବା ବ୍ୟବସାୟ ଆରମ୍ଭ କରି ଦେଇଛି। ତାଙ୍କଠୁ ଭାରତୀୟ ଦଳର ଅନେକ କ୍ରିକେଟର କିଣିଥିବା ସେ ଦାବି କରିଥିଲେ। ସେ ପନ୍ତ ଏବଂ ତାଙ୍କ ମ୍ୟାନେଜରଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭଲ ରିହାତି ଏବଂ ବହୁତ ଶସ୍ତାରେ ଦାମୀ ଦାମୀ ଘଡି ଏବଂ ଅନ୍ୟ ସାମଗ୍ରୀ କିଣି ପାରିବ ବୋଲି କହିଥିଲା। ଅଭିଯୁକ୍ତଙ୍କ କଥାରେ ବିଶ୍ଵାସ କରି ପନ୍ତ ମୃଣାଙ୍କକୁ ପର୍ଯ୍ୟାୟକ୍ରମେ ୧.୬୩ କୋଟି ଟଙ୍କା ଦେଇଥିଲେ।

   Related Posts