ଭାରତୀୟ ଖେଳାଳି ଭାବେ ଟେଷ୍ଟ ଫର୍ମାଟ୍‌ରେ ଦ୍ରୁତ ଅର୍ଦ୍ଧଶତକ ହାସଲ କଲେ ପନ୍ତ

Published By : Prameya-News7 Bureau | March 13, 2022 IST

ବେଙ୍ଗାଲୁରୁ ୧୩/୦୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଜାରି ରହିଥିବା ଦ୍ବିତୀୟ ଟେଷ୍ଟରେ ନିଆରା ରେକର୍ଡ କରିଛନ୍ତି ଋଷଭ ପନ୍ତ । ଦ୍ବିତୀୟ ଇନିଂସରେ ବିସ୍ଫୋରକ ଇନିଂସ ଖେଳି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ପନ୍ତ । ଏହା ସହିତ ନିଜ ନାଁରେ ସାମିଲ କରିଛନ୍ତି ଆଉ ଏକ ବଡ ରେକର୍ଡ । ଟେଷ୍ଟ ଫର୍ମାଟରେ, ଭାରତ ପକ୍ଷରୁ ଦ୍ରୁତ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ଏବେ ପନ୍ତଙ୍କ ନାଁରେ ହୋଇଯାଇଛି ।

ଶ୍ରୀଲଙ୍କା ବିପକ୍ଷରେ ଦ୍ବିତୀୟ ଟେଷ୍ଟ ଜାରି ରହିଥିବା ବେଳେ, ପନ୍ତ ମାତ୍ର ୩୧ ବଲରୁ ୫୦ ରନ କରିଛନ୍ତି । ଯେଉଁଥିରେ ୭ଟି ଚୌକା ଏବଂ ୨ଟି ଛକା ସାମିଲ ଅଛି । ପନ୍ତଙ୍କ ଅର୍ଦ୍ଧଶତକ ଯେ କୌଣସି ଭାରତୀୟ ବ୍ୟାଟର୍‌ଙ୍କ ଦ୍ବାରା ସବୁଠାରୁ ଦ୍ରୁତ । ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରିଥିଲେ ପନ୍ତ । ଅବଶ୍ୟ ଅର୍ଦ୍ଧଶତକ ହାସଲ କରିବା ପରେ ପରେ ଆଉଟ୍‌ ହୋଇଛନ୍ତି କିନ୍ତୁ ନିଜ ନାଁ ରେ ଏହି ରେକର୍ଡ ସାମିଲ କରିଛନ୍ତି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ପ୍ରଥମ ଇନିଂସରେ ୨୫୨ ରନରେ ଅଲଆଉଟ ହୋଇଯାଇଥିଲା ଟିମ୍‌ ଇଣ୍ଡିଆ । ଜବାବରେ ଶ୍ରୀଲଙ୍କା ମାତ୍ର ୧୦୯ରନରେ ସମସ୍ତ ଓ୍ବିକେଟ ହରାଇଥିଲା । ଦ୍ବିତୀୟ ଇନିଂସରେ ଦୃଢ ସ୍ଥିତିରେ ରହିଛି ଭାରତ । ରିପୋର୍ଟ ଲେଖାହେବା ସୁଦ୍ଧା ଭାରତ ୩୪୦ ରନରେ ଆଗୁଆ ରହିଛି । ଶ୍ରେୟସ ଆୟର ୧୭ ରନକରି ଅପରାଜିତ ଥିବାବେଳେ ଜାଡେଜା ୯ରନ କରି ଅପରାଜିତ ଅଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.