ଖରାପ ଫର୍ମକୁ ନେଇ ସମାଲୋଚନା ପରେ ଋଷବ ପନ୍ତଙ୍କ ସମର୍ଥନରେ ଆସିଲେ ଶିଖର ଧୱନ, କହିଲେ…
30/11/2022 at 10:49 PM

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟି-୨୦ ସିରିଜ୍ ଜିତିଲା। ହେଲା ଶିଖର ଧୱନଙ୍କ ନେତୃତ୍ୱରେ ଦିନିକିଆ ସିରିଜ୍ ହାରିଲା। ଆଉ ଏହିସବୁ ମ୍ୟାଚ୍ଗୁଡ଼ିକ ଖରାପ ପ୍ରଦର୍ଶନ କରିଥିଲେ ୱିକେଟ୍ କିପରି ବ୍ୟାଟର ଋଷବ ପନ୍ତ। ଯାହାକୁ ନେଇ ସେ ଅନେକ ସମାଲୋଚନାରେ ଶିକାର ହୋଇଥିଲେ। ତାଙ୍କ ଫର୍ମକୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଥିଲେ। ସେହି ପରିପ୍ରେକ୍ଷୀରେ ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଥରେ ମାତ୍ର ସୁଯୋଗ ମିଳିଥିଲା। ଏଥିରେ ସେ ୩୬ ରନ୍ କରିଥିଲେ। ଏହାପରେ ତାଙ୍କୁ କୌଣସି ମ୍ୟାଚ୍ ଖେଳାଯାଇ ନଥିଲା। ଏହାପେ ସାମସନ ଓ ପନ୍ତଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।
ହେଲେ ପନ୍ତଙ୍କ ସମର୍ଥନରେ ବାହାରିଛନ୍ତି ଦିନିକିଆ ସିରିଜ୍ର ଅଧିନାୟକ ଥିବା ଶିଖର ଧୱନ। ସାମସନଙ୍କୁ ଜାଗା ନ ଦେଇ କାହିଁକି ପନ୍ତଙ୍କୁ ସୁଯୋଗ ଦିଆଗଲା ବୋଲି ପ୍ରଶ୍ନର ଉତ୍ତରେ ଦେଇ ସେ କହିଛନ୍ତି “ଏଥିରେ କୌଣସି ସମସ୍ୟା ନଥିଲା। ତେବେ ଋଷବ ପନ୍ତ ଗତ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳି ଶତକ ହାସଲ କରିଥିଲେ। ଯେଉଁ ଖେଳାଳି ସେଠି ଶତକ ହାସଲ କରିଥିଲା। ତାକୁ ହିଁ ବେକ୍ କରାଯାଇଥାଏ। ଲାର୍ଜର ଫିକ୍ଚର ଦେଖି ବିଶ୍ଳେଷଣ କରି ସୁଯୋଗ ଦିଆଯାଇଥାଏ।”
ସଞ୍ଜୁଙ୍କ ପ୍ରତିଭାକୁ ପ୍ରଶଂସା କରି ଧୱନ କହିଥିଲେ “ନିଶ୍ଚିତ ଯେ ସଞ୍ଜୁ ଭଲ ଖେଳୁଛନ୍ତି। ସେ ତାଙ୍କ ସ୍ଥାନରେ ଠିକ୍ ଅଛନ୍ତି। ତାଙ୍କୁ ଯେତିକି ମୌକା ମିଳିଛି ସେ ଭଲ ଖେଳିଛନ୍ତି। ଅନେକ ଥର ଭଲ ଖଳିଲା ପରେ ଅପେକ୍ଷା କରିବାକୁ ପଡ଼େ। ସେଥିରେ ଖେଳାଳିର ମ୍ୟାଚ୍ ୱିନର ଦକ୍ଷତା ଜଣାପଡ଼ିଥାଏ। ଏହାପରେ ତାକୁ ସମର୍ଥନର ଆବଶ୍ୟକ ପଡ଼ିଲେ ଦିଆଯାଇଥାଏ। “