RRR ପରେ ଓସ୍କାର ଦୌଡ଼ରେ ସାମିଲ୍ ହେଲା ବହୁ ଚର୍ଚ୍ଚିତ କନ୍ନଡ଼ ଫିଲ୍ମ କାନ୍ତାରା

Published By : Prameya-News7 Bureau | December 21, 2022 IST

ନୂଆଦିଲ୍ଲୀ: ୨୦୨୨ରେ ଭାରତରେ ଯେଉଁ କେତୋଟି ସିନେମା ମୁକ୍ତିଲାଭ କଲା ସବୁଥିରେ ବାଜି ମାରିଲା ଦକ୍ଷିଣ ଭାରତୀୟ ଫିଲ୍ମ। ଆର୍‌ଆର୍‌ଆର୍‌, ପୁଷ୍ପା, କେଜିଏଫ୍-୨ ଓ କାନ୍ତାରା ସବୁ ଚର୍ଚ୍ଚିତ ଓ ଲୋକପ୍ରିୟ ଫିଲ୍ମ ପ୍ରମାଣିତ ହେଲା। ତେବେ  ଫିଲ୍ମ ମଧ୍ୟରୁ ସବୁଠାରୁ ଚର୍ଚ୍ଚାରେ ରହିଥିଲା ରିଶବ ସେଟ୍ଟିଙ୍କ ଫିଲ୍ମ କାନ୍ତାରା।

ଆଦିବାସୀ ସଂସ୍କୃତିକୁ ନେଇ ତିଆରି ହୋଇଥିବା ଏହି କନ୍ନଡ ଫିଲ୍ମ ବହୁତ କମ ବଜେଟ୍‌ ମାତ୍ର- ୯୦ କୋଟି ଟଙ୍କାରେ ନିର୍ମିତ ହୋଇଥିଲେ ବି ବିଶ୍ୱବ୍ୟାପୀ ୪୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛି।

ଫିଲ୍ମର ନିର୍ଦ୍ଦେଶନା, ଅଭିନୟ ଓ କାହାଣୀ ସବୁ ଖୁବ୍‌ ପ୍ରଶଂସନୀୟ ହୋଇଛି। ଆଉ ଏତେ ସଫଳତା ପାଇବା ପରେ ଫିଲ୍ମକୁ ନେଇ ଆଉ ଏକ ଖୁସୀ ଖବର ଶୁଣିବାକୁ ମିଲୁଛି। କାନ୍ତାରା ଏବେ ସିନେମା ଜଗତର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ଓସ୍କାର ଦୌଡ଼ରେ ସାମିଲ୍ ହୋଇଛି।

୨୦୨୩ ଓସ୍କାର ପୁରସ୍କାର ପାଇଁ ପୂର୍ବରୁ ରାଜା ମୌଲୀଙ୍କ ଫିଲ୍ମ ଆର୍‌ଆର୍‌ଆର୍‌ ନାମାଙ୍କନ ଭରିଥିଲା। ଏବେ କାନ୍ତାରା ବି ପୁରସ୍କାର ପାଇଁ ଆବେଦନ କରିଛି। ଏନେଇ ଫିଲ୍ମର ପ୍ରଯୋଜନା ସଂସ୍ଥା ହୋମବାଲେ ପ୍ରଡକ୍ସନ(HOMBALE PRODUCTIONS) ପକ୍ଷରୁ ସୂଚନା ଦିଆଯାଇଛି।

ଜାତୀୟ ଗଣମାଧ୍ୟମକ ଇଣ୍ଡିଆଟୁଡେକୁ ସାକ୍ଷାତକାର ଦେଇ ହୋମବାଲେ ପ୍ରଡକ୍ସନର ସଂସ୍ଥାପକ ବିଜୟ କିରଗାନ୍ଦୁର ଏହି ସୂଚନା ଦେଇଛନ୍ତି। ଶେଷ ସମୟରେ ନିଷ୍ପତ୍ତି ନେଇ ଫିଲ୍ମ ଓସ୍କାର ପାଇଁ ଆବେଦନ କରାଯାଇଥିଲା। ପୁରସ୍କାର ମିଳିବା ନେଇ ଟିମ୍ ବହୁତ ଆଶାବାଦୀ ବୋଲି ବିଜୟ କହିଛନ୍ତି। କାନ୍ତାରାର ଷ୍ଟୋରୀ ଲାଇନ୍‌ ଏତେ ମଜଭୁତ ଅଛି ଯେ ମୋତେ ଲାଗୁଛି ଯେ ବିଶ୍ୱରେ ଏହା ନିଜର ଏକ ପରିଚୟ ସୃଷ୍ଟି କରିବ ବୋଲି ବିଜୟ କହିଛନ୍ତି।

କାନ୍ତାରା ବିଷୟରେ…

ରିଶବ ଶେଟ୍ଟୀଙ୍କ ଅଭିନୀତି ଓ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଫିଲ୍ମ କାନ୍ତାର ପ୍ରଥମେ କନ୍ନଡ଼ ଭାଷାରେ ମୁକ୍ତିଲାଭ କରିଥିଲା। ପରେ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଏହା ଇଂରାଜୀ, ତାମିଲ, ମାଲାୟଲମ, ଏବଂ ତେଲଗୁ ଭାଷାରେ ଭାଷାନ୍ତର (ଡବିଂ) ହୋଇଥିଲା। ଆକ୍ସନ-ଥ୍ରୀଲର ଥିବ ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନିର୍ଦ୍ଦେଶକ ରିଶବ ଶେଟ୍ଟୀ। ତାଙ୍କ ସହିତ କିଶୋର, ଅଚ୍ୟୁତ କୁାମାର, ସପ୍ତମୀ ଗୌଦା ଏବଂ ପ୍ରମୋଦ ଶେଟ୍ଟୀ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।   

୨୦୨୨ ସେପ୍ଟେମ୍ବର ୩୦ ତାରିଖରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ସିନେମା ଘରେ ସଫଳତା ପାଇବା ପରେ ଏହାର ଦ୍ୱିତୀୟ ସଂସ୍କରଣ ନିର୍ମାଣ କରିବାର ଯୋଜନା ଚାଲିଛି। ଯଦିଓ ନିର୍ଦ୍ଦେଶକ ରିଶବ ଶେଟ୍ଟୀ ଓ ପ୍ରଯୋଜନା ସଂସ୍ଥା ଏନେଇ ସାମ୍ୟକ ସୂଚନା ଦେଇଛନ୍ତି ତେବେ କୌଣସି ସୂଚନା ସ୍ପଷ୍ଟ ହୋଇ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.