ଫିଫା ବିଶ୍ୱକପ୍ରେ ପରାଜୟ ପରେ ଫ୍ରାନ୍ସରେ ହିଂସା; ଟେକାପଥର ମାଡ ସହ ଭଙ୍ଗାରୁଜା ଆରମ୍ଭ, ସ୍ଥିତି ନିୟନ୍ତ୍ରଣ ପାଇଁ ୧୪ ହଜାର ପୁଲିସ ମୁତୟନ
19/12/2022 at 9:07 AM

ନୂଆଦିଲ୍ଲୀ:ଗତ କାଲି କତାରରେ ଖେଳାଯାଉଥିବା ଫିଫା ବିଶ୍ୱକପ୍ରେ ୪-୨ ପେନାଲ୍ଟି ଶଟଆଉଟ୍ରେ ଫ୍ରାନ୍ସକୁ ହରାଇ ୩୨ ବର୍ଷ ପରେ ବିଶ୍ୱକପ୍ ଜିତିଲା ଆର୍ଜେଣ୍ଟିନା। ସାକାର ହେଲା ମେସିଙ୍କ ସ୍ୱପ୍ନ। ତେବେ କାଲିର ମ୍ୟାଚ୍ରେ ଭଲ ଲଢ଼େଇ କରିଥିଲା ଫ୍ରାନ୍ସ। ହେଲେ ଶେଷ ବେଳକୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ ଆର୍ଜେଣ୍ଟିନା ଖେଳାଳି।
ଏପଟେ ମ୍ୟାଚ୍ରେ ପରାଜୟ ପରେ ଫ୍ରାନ୍ସରେ ଅସନ୍ତୋଷ ଫ୍ୟାନ୍ ଦଙ୍ଗା ସୃଷ୍ଟି କରିଛନ୍ତି । ଚାରିଆଡ଼େ ଭଙ୍ଗାରୁଜା ସହ ଅନେକ ସମ୍ପତ୍ତି ନଷ୍ଟ ହୋଇଛି। ଫ୍ରାନ୍ସର ଅନେକ ସହରରେ ଏଭଳି ହିଂସା ସୃଷ୍ଟି ହୋଇଥିବା ନେକ୍ସାଟା ଟିଭି ଖବର ପ୍ରସାରଣ କରିଛି। ପରାଜୟ ପରେ ହଜାର ହଜାର ଫ୍ୟାନ୍ସ ପ୍ୟାରିସ,ନାଇସ ଓ ଲିୟନ ସହରରେ ରାଜ ରାସ୍ତାକୁ ଓହ୍ଲାଥିଲେ।
#Paris under pepper gas clouds after #Argentina va #France #WorldCupFinal. Riot police in action pic.twitter.com/KaykVSTqAv
— Ozgur Savas (@ozsavas) December 18, 2022
ଭିଡ଼ ନିୟନ୍ତ୍ରଣ କରିବାକୁ ଆସିଥିବା ପୁଲିସକୁ ମଧ୍ୟ ଆନ୍ଦୋଳନକାରୀମାନେ ଆକ୍ରଣ କରିଥିଲେ। ବାଣ ଫିଙ୍ଗାବି ସହିତ ପଥର ମାଡ ବି ହୋଇଥିଲା। ଲିୟନ ସହରରେ ଜଣେ ମହିଳା ଦଙ୍ଗାରୁ ବାହାର ପଳାଉଥିବା ବେଳେ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଜଣେ ଟ୍ୱିଟର ୟୁଜର ଭିଡିଓ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଭିଡ଼ ନିୟନ୍ତ୍ରଣ କରିବାକୁ ପୁଲିସ ପାଣି ମାଡ଼ କରିବା ସହ ଲୁହ ବୁହା ଗ୍ୟାସର ପ୍ରୟୋଗ କରିଥିଲା।
Riots broke out in several French cities tonight after France lost the World Cup final to Argentina.
— Visegrád 24 (@visegrad24) December 19, 2022
In Lyon, a woman was attacked as she was trying to drive past the rioters. pic.twitter.com/lWlQLT6z5F
ଦଙ୍ଗା ଓ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରାଯାଇଛି। ଫ୍ରାନ୍ସରେ ବିଭିନ୍ନ ସ୍ଥାନରୁ ଦଙ୍ଗା ସୃଷ୍ଟି ହୋଇଥିବା ଭିଡିଓ ଟ୍ୱିଟ୍ ହୋଇଛି।
Riots erupt in #France after the defeat of the national team in the final of the World Cup.#ArgentinaVsFrance #ArgentinaFrancia #franceriots #FIFAWorldCup #FIFAWorldCup2022 #FIFAWorldCupQatar2022 pic.twitter.com/E1M7uIdn6t
— Chaudhary Parvez (@ChaudharyParvez) December 19, 2022
ଦେଶର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସାରା ଦେଶରେ ୧୪ ହଜାର ପୁଲିସ ମୁତୟନ କରାଯାଇଛି। ଏଥିରେ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇଥିବା ନେଇ ଖବର ଆସି ନାହିଁ।