କୁଆଡ଼େ ଗଲେ ଡାକ୍ତର-ନର୍ସ ? ପ୍ରସୂତିଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା ଏବଂ ଭଙ୍ଗାରୁଜା, ପୋଲିସ ଫୋର୍ସ ମୁତୟନ

Published By : Prameya-News7 Bureau | July 04, 2024 IST

ଭଦ୍ରକ: ପ୍ରସବ ପରେ ମହିଳାଙ୍କ ମୃତ୍ୟୁକୁ ନେଇ ମେଡିକାଲରେ ଭଙ୍ଗାରୁଜା ଏବଂ ଉତ୍ତେଜନା । ଭଦ୍ରକ ଆରଡ଼ି ଛକ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପରିବାର ଏବଂ ଗ୍ରାମବାସୀ ମହିଳାଙ୍କ ମୃତ ଦେହକୁ ମେଡିକାଲ ସାମନାରେ ରଖି ଡାକ୍ତରଖାନା ପରିସରରେ ଭଙ୍ଗାରୁଜା କରିଛନ୍ତି ।

ଖବର ଅନୁଯାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ନିକଟ ବାଣୀତିଆ ଗାଁ ବୈରାଗୀ ଦାସଙ୍କ ସ୍ତ୍ରୀ ରଂଜିତା ଦାସ ମଙ୍ଗଳବାର ପ୍ରସୂତି ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ସେହି ଦିନ ଭଦ୍ରକ ଆରଡ଼ି ଛକ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଯାଇଥିଲା । ତେବେ ଏକ ଶିଶୁକନ୍ୟାକୁ ଜନ୍ମ ହେବାର କିଛି ସମୟ ମଧ୍ୟରେ ମହିଳାଙ୍କ ଅତ୍ୟଧିକ ରକ୍ତସ୍ରାବ ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରା ଯାଇଥିଲା । ମାତ୍ର ସେଠାରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଆଜି ପରିବାର ଓ ଗ୍ରାମବାସୀ ମହିଳାଙ୍କ ମୃତଦେହକୁ ମେଡିକାଲ ସାମ୍ନାରେ ରଖିବା ସହ ମେଡିକାଲ ଭିତରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଫଳରେ ମେଡିକାଲ ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା । ଡାକ୍ତରଙ୍କ ଅବହେଳା ଯୋଗୁ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି । ତେବେ ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସଙ୍କ ଖୋଜ ଖବର ମିଳି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.