ନାଗାଲାଣ୍ଡ ଓ ମେଘାଳୟକୁ ମିଳିବେ ଦୁଇ ନୂଆ ମୁଖ୍ୟମନ୍ତ୍ରୀ, ଶପଥ ନେବେ ସାଙ୍ଗମା ଓ ରିଓ
7/03/2023 at 11:53 AM

ନୂଆଦିଲ୍ଲୀ ୦୭/୦୩: ଆଜି ଉତ୍ତର-ପୂର୍ବର ଦୁଇ ରାଜ୍ୟ ନାଗାଲାଣ୍ଡ ଏବଂ ମେଘାଳୟରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏନଡିପିପିର ନେଫୟୁ ରିଓ ଏବଂ ଏନପିପିର କନରାଡ ସାଙ୍ଗମା ଯଥାକ୍ରମେ ନାଗାଲାଣ୍ଡ ଏବଂ ମେଘାଳୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର-ପୂର୍ବର ତିନିଟି ରାଜ୍ୟ ଗସ୍ତରେ ନାଗାଲାଣ୍ଡର ରାଜଧାନୀ କୋହିମାରେ ପହଞ୍ଚିବେ। ସେ ଏଠାରେ ନାଗାଲାଣ୍ଡ ଏବଂ ମେଘାଳୟର ନବ ଗଠିତ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ। ନାଗାଲାଣ୍ଡରେ ଏନଡିପିପିର ନେଫୟୁ ରିଓଙ୍କ ନେତୃତ୍ୱରେ ଏବଂ ଏନପିପି ନେତା କନରାଡ ସାଙ୍ଗମାଙ୍କ ନେତୃତ୍ୱରେ ମେଘାଳୟରେ ସରକାର ଗଠନ କରାଯିବ।…