ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତୀୟ ଦଳର ପ୍ରଦର୍ଶନ ଦମଦାର ରହିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ପାଞ୍ଚଟି ମ୍ୟାଚ୍ରୁ ପ୍ରଥମ ଦୁଇଟି ଜିତି ସିରିଜ୍ରେ ୨-୦ରେ ଅଗ୍ରଣୀ ହାସଲ କରିଛି। ଦୁଇ ଦଳ ମଧ୍ୟରେ ୩ୟ ମ୍ୟାଚ୍ ନଭେମ୍ବର ୨୮ ତାରିଖରେ ଗୌହାଟୀରେ ଖେଳାଯିବ।
ଭାରତୀୟ ଦଳରେ ଦମଦାର ପ୍ରଦର୍ଶନରେ ବ୍ୟାଟରଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଯଶସ୍ଵୀ ଜୟସଓ୍ଵାଲ, ଇଶାନ କିଶନ, ସୂର୍ଯ୍ୟକୁମାର ଓ ଋତୁରାଜ ଗାଏକଓ୍ଵାଡ଼ଙ୍କ ବ୍ୟାଟରୁ ରନ ବର୍ଷା ହେଉଛି। ଇଶାନ ବିଶ୍ଵକପ୍ ୨୦୨୩ ଫାଇନାଲ୍ ମ୍ୟାଚ୍ର ପରାଜୟକୁ ଭୁଲି ଲଗାତାର ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ସୂର୍ଯ୍ୟକୁମାର, ଋତୁରାଜ ଓ ଯଶସ୍ଵୀ ଗୋଟିଏ ଲେଖାଏଁ ଅର୍ଦ୍ଧଶତକ ହାସଲ କରିଛନ୍ତି।
wp:html/wp:htmlRinku Singh providing the finishing touch once again 😎
— BCCI (@BCCI) November 26, 2023
25 runs off the penultimate over as 200 comes 🆙 for #TeamIndia 👌👌#INDvAUS | @IDFCFIRSTBank pic.twitter.com/hA92F2zy3W
ଏହି ସବୁ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚା ଯେଉଁ ଭାରତୀୟ ଖେଳାଳିଙ୍କୁ ନେଇ ହେଉଛି, ସେ ହେଉଛନ୍ତି ରିଙ୍କୁ ସିଂ। ରିଙ୍କୁ ଦୁଇଟି ମ୍ୟାଚ୍ରେ ଫିନିସର ଭୂମିକାକୁ ବେଶ ଭଲ ଭାବେ ନିର୍ବାହ କରିଛନ୍ତି। ସେ ପ୍ରଥମ ମ୍ୟାଚ୍ରେ ୧୪ ବଲ୍ରୁ ଅପରାଜିତ ୨୨ ରନ ଓ ଦ୍ଵିତୀୟ ମ୍ୟାଚ୍ରେ ମାତ୍ର ୯ ବଲ୍ରେ ୩୧ ରନର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଏଥିରେ ୨ଟି ଛକା ଓ ୪ ଚୌକା ସାମିଲ୍।
ରିଙ୍କୁ ସିଂଙ୍କ ବ୍ୟାଟିଂରେ ମହେନ୍ଦ୍ର ସିଂ ଧୋନୀ ଓ ଯୁବରାଜ ସିଂଙ୍କ ଝଲକ ଦେଖିବାକୁ ମିଳୁଛି। କଙ୍ଗାରୁ ବିପକ୍ଷରେ ବିଶାଖାପଟନମରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ରେ ଯେବେ ଭାରତ ମୁସ୍କିଲ ସ୍ଥିତିରେ ଥିଲା ରିଙ୍କୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପରି ନିଜକୁ ବହୁତ ଶାନ୍ତ ରଖି ମ୍ୟାଚ୍ ଜିତାଇଛନ୍ତି। ଏହି ମ୍ୟାଚ୍ର ଶେଷ ବଲ୍ରେ ଏକ ରନ ଦରକାର ଥିବା ବେଲେ ରିଙ୍କୁ ଛକା ମାରିଥିଲେ। କିନ୍ତୁ ନୋ ବଲ୍ ଥିବା କାରଣରୁ ଏହା ଛକାରେ ଗଣତି ହୋଇ ପାରି ନ ଥିଲା।
ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଓ ରିଙ୍କୁ ସିଂଙ୍କ ବ୍ୟାଟିଂ ଶୈଳୀରେ ଅଧିକ ଫରକ ନାହିଁ। ଯୁବରାଜ ସିଂ ବାମହାତୀ ବ୍ୟାଟର ଥିଲେ ଓ ତାଙ୍କ ସଟ୍ର ଟାଇମିଂ ମଧ୍ୟ ଜବରଦସ୍ତ ଥିଲା। ଏବେ ରିଙ୍କୁ ବି ଯୁବରାଜଙ୍କ ପରି ବୋଲରଙ୍କୁ ନିର୍ଧୁମ ପ୍ରହାର କରୁଛନ୍ତି। ରିଙ୍କୁ ଭାରତ ପାଇଁ ଅଦ୍ୟାବଧି ୭ ଟି-୨୦ ମୟାଚ୍ରେ ୧୨୮ ରନ କରିଛନ୍ତି। ଖାସ୍ କଥା ତାଙ୍କର ବ୍ୟାଟିଂ ହାର ୧୨୮ ଥିବା ବେଳେ ଷ୍ଟ୍ରାଇକ୍ ରେଟ୍ ୨୦୦ ଉପରେ ରହିଛି।
ଟି-୨୦ ବିଶ୍ଵକପ୍ରେ ହୋଇ ପାରନ୍ତି ଗେମ୍ ଚେଞ୍ଚର ?
୨୬ ବର୍ଷୀୟ ରିଙ୍କୁ ସିଂଙ୍କ ଟି-୨୦ ଅନ୍ତର୍ଜାତୀୟରେ ଷ୍ଟ୍ରାଇକ୍ ରେଟ୍ ୨୧୬.୯୪ ରହିଛି, ଯାହା ଦର୍ଶାଉଛି ଯେ ଧୋନୀ-ଯୁବରାଜଙ୍କ ପରି ଫିନିସର ହେବାରେ ତାଙ୍କର ସାମର୍ଥ୍ୟ ରହିଛି। ଯଦି ରିଙ୍କୁଙ୍କ ଫର୍ମ ଜାରି ରହେ ତେବେ ସେ ଆଗାମୀ ବିଶ୍ଵକପ୍ ୨୦୨୪ରେ ଭାରତ ପାଇଁ ଏକ୍ସ ଫ୍ୟାକ୍ଟର ପ୍ରମାଣିତ ହୋଇ ପାରନ୍ତି।