ମିସ୍ ଇଣ୍ଡିଆ ରିଙ୍କି ଚମକାଙ୍କ ପରଲୋକ: ସ୍ତନ କର୍କଟ ସହ ସଂଘର୍ଷ କରି ୨୮ ବର୍ଷରେ ଆଖି ବୁଜିଲେ

Published By : Prameya-News7 Bureau | February 29, 2024 IST

ଅଗରତାଲା: ମିସ୍ ଇଣ୍ଡିଆ ୨୦୧୭ ବିଜେତା ରିଙ୍କି ତମକାଙ୍କର ପରଲୋକ ହୋଇଛି। କର୍କଟ ଭଳି ପ୍ରାଣଘାତି ରୋଗ ସହ ଲଢ଼ି ଶେଷରେ ମାତ୍ର ୨୮ ବର୍ଷରେ ଆଖି ବୁଜିଛନ୍ତି ଏହି ଭାରତ ସୁନ୍ଦରୀ।

ସୂଚନା ଅନୁସାରେ, ଚମକା ଗତ ଦୁଇ ବର୍ଷ ହେଲା ସ୍ତନ କର୍କଟରେ ପୀଡ଼ିତ ଥିଲେ। ଫେବ୍ରୁଆରୀ ୨୨ ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ଭେଣ୍ଟିଲେଟର ସପୋର୍ଟରେ ରହିଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡିବାରେ ଲାଗିଥିଲା। କ୍ୟାମୋ ଥେରାପି ଦେବା  ବି ଅସମ୍ଭବ ହୋଇପଡ଼ିଥିଲା।  

ପ୍ରଥମେ ୨୦୨୨ରେ ରିଙ୍କିଙ୍କୁ ମାଲିଗାଣ୍ଟ ଫାଇଲୋଡ୍ସ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କର ସର୍ଜରୀ କରାଯାଇଥିଲା। କିନ୍ତୁ କ୍ୟାନସର ଜୀବାଣୁ ତାଙ୍କ ଫୁସ୍‌ଫୁସ୍‌ ପରେ ମସ୍ତିକକୁ ବ୍ୟାପିଯାଇଥିଲା। ଫଳରେ ତାଙ୍କର ବ୍ରେନ୍ ଟ୍ୟୁମର ମଧ୍ୟ ହୋଇଥିଲା। ଫାଇଲୋଡ୍ସ ଟ୍ୟୁମର ସାଧାରଣତ ୩୫ ରୁ ୫୫ ବର୍ଷ ମଧ୍ୟରେ ମହିଳାମାନଙ୍କୁ ପ୍ରଭାବିତ କରୁଥିବା ସ୍ତନର ଏକ ବିରଳ ଟ୍ୟୁମର। ରିଙ୍କିଙ୍କର ମଧ୍ୟ ପ୍ରଥମେ ଏହି ଟ୍ୟୁମର ହୋଇଥିଲା।

ପଢ଼ନ୍ତୁ-ଜନ୍ମଦିନ ପାର୍ଟିରେ ମସ୍ତି ବେଳେ ଫୁଟିଲା ଗୁଳି, କ୍ୟାମେରା ପର୍ଶନ ମୃତ

ଚଳିତ ସପ୍ତାହର ଆରମ୍ଭରେ ଚକାମଙ୍କ ଘନିଷ୍ଟ ବନ୍ଧୁ ତଥା ୨୦୧୭ ମିସ୍ ଇଣ୍ଡିଆ ରନର୍ସ-ଅପ ପ୍ରିୟଙ୍କା କୁମାରୀ ରିଙ୍କିଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୂଚନା ଦେଇଥିଲେ। ଏବେ ତାଙ୍କ ମୃତ୍ୟୁ ଖବର ନେଇ ପ୍ରିୟଙ୍କା କହିଛନ୍ତି “ ଉଲ୍ଲେଖନୀୟ ମହିଳା ରିଙ୍କି  ପ୍ରକୃତରେ ଜଣେ ଶକ୍ତି, ଅନୁଗ୍ରହ ଓ ଉଦ୍ଦେଶ୍ୟରେ ଏକ ପ୍ରତିମୂର୍ତ୍ତି ଥିଲେ। ଫେମିନା ମିସ୍ ଇଣ୍ଡିଆ ୨୦୧୭ ସଂସ୍କରଣରେ ତ୍ରିପୁରାକୁ ପ୍ରତିନିଧିତ୍ୱ କରି ଏହି ସମ୍ମାନର ଅଧିକାରୀ ହୋଇଥିଲେ। ଯାହା ତାଙ୍କର ଚିତ୍ତାକର୍ଷକ ଉଦ୍ୟମ ଏବଂ ଦୟାଳୁ ମନୋଭାବର ପ୍ରମାଣ।”

ସୂଚନା ଥାଉକି ଜାନୁଆରୀ ମାସେର ରିଙ୍କି ତାଙ୍କ କର୍କଟ ରୋଗର ଲଢ଼େଇ ସମ୍ପର୍କେର ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ସୂଚନା ଦେଇଥିଲେ। ଭଲ ହେବାର ମାତ୍ର ୩୦ ପ୍ରତିଶତ ଆଶା ଥିଲା ବୋଲି ସେ ତାଙ୍କ ପୋଷ୍ଟରେ ଲେଖିଥିଲେ।

ସେ ଲେଖିଥିଲେ “ ମୋର ମାଲିଗାଣ୍ଟ ଫାଇଲୋଡ୍ସ ଟ୍ୟୁମର (ସ୍ତନ କର୍କଟ ୨୦୨୨)। ହୋଇଥିବା ଜଣାପଡ଼ିଥିଲା। ଏହାପରେ ମୁଁ ପ୍ରଥମ ସର୍ଜରୀ କରାଇଥିଲି। ଏହା ମୋ ଫୁସ୍‌ଫୁସ୍‌କୁ ବ୍ୟାପିବା ପରେ ବର୍ତ୍ତମାନ ମୁଁ ମସ୍ତିସ୍କ(ବ୍ରେନ୍ ଟ୍ୟୁମର)କୁ ବ୍ୟାପିଛି। ଏହା ମୋ ଶରୀର ଡାହାଣ ପାର୍ଶ୍ୱର ଫୁସ୍‌ଫୁସ୍‌ ପର୍ଯ୍ୟନ୍ତ ବ୍ୟାପିଯାଇଥିଲେ ବି ମୋ ବ୍ରେନ୍ ସର୍ଜରୀ ହୋଇପାରି ନାହିଁ। ଯଦି ମୁଁ କ୍ୟାମୋ ଥେରାପ କରିବି ତେବେ ଏହାର ନିଦାନ ସମ୍ଭବ ହୋଇଫାରେ। ତାହା ପୁଣି ମାତ୍ର ୩୦ ପ୍ରତିଶତ ଆଶା ରହିଛି।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.