ପପ୍ ସିଙ୍ଗର ରିହାନାଙ୍କ ଘରକୁ ଆସିଲା ନୂଆ ଅତିଥି, ପ୍ରେମିକଙ୍କ ସନ୍ତାନର ହେଲେ ମା'

Published By : Prameya-News7 Bureau | May 20, 2022 IST

ନୂଆଦିଲ୍ଳୀ ୨୦।୦୫ : ଆମେରିକାର ପପ୍ ଷ୍ଟାର ରିହାନ୍ନାଙ୍କ ଘରେ ନୂଆ କୁନି ଅତିଥି ଆସିଛି । ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଗଣମାଧ୍ୟ ରିପୋର୍ଟ ଅନୁଯାୟୀ, ଶିଶୁଟି ମେ ୧୩ ରେ ଲସ୍ ଆଞ୍ଜେଲସରେ ଜନ୍ମ ହୋଇଛି। କୁହାଯାଇଛି କି ରିହାନା ଏବଂ ପିଲାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ବର୍ତ୍ତମାନ ସେ ନିଜ ଘରକୁ ଯାଇ କୁନି ଶିଶୁପୁତ୍ର ସହ ବିଶ୍ରାମ ନେଉଛନ୍ତି। ଏହି ଖୁସି ଭଲ ଖବର ଜାଣିବା ପରେ ପ୍ରଶଂସକ ଏବଂ ବନ୍ଧୁ ସହ କିଛି ଘନିଷ୍ଠ ଲୋକମାନେ ଶୁଭେଚ୍ଛା ଜଣାଇଛନ୍ତି ।

ଜାନୁଆରୀରେ ରିହାନାର ଗର୍ଭବତୀ ହେବାର ଖବର ସାମ୍ନାକୁ ଆସିଥିଲା। ଯାହା ପରେ ସେ ଇନଷ୍ଟାରେ ପୋଷ୍ଟ ସେୟାର କରି କହିଥିଲେ କି ପ୍ରେମିକ ତଥା ରାପର ରକିଙ୍କ (A $ AP Rocky) ସନ୍ତାନର ମାଆ ହେବାକୁ ଯାଉଛନ୍ତି। ଯାହାର ପରେ ସୋସିଆଲ୍‌ ମିଡିଆରେ ପୋଷ୍ଟ ଭାଇରାଲ୍‌ ହେବାରେ ଲାଗିଥିଲା। ଗର୍ଭାବସ୍ଥାରେ ରିହାନା ତାଙ୍କ ବୋଲ୍ଡ ଫଟୋସୁଟ୍ ପାଇଁ ଖୁବ୍‌ ଚର୍ଚ୍ଚାରେ ଥିଲେ। ଏହା ବ୍ୟତୀତ ସେ ଗର୍ଭାବସ୍ଥାର ସେହି ସମୟ ଗୁଡିକୁ ଖୁବ୍‌ ଉପଭୋଗ କରୁଥିଲେ । କହିବାକୁ ଗଲେ ପୂର୍ବରୁ ସେ ଏକ ପରିବାର ଆରମ୍ଭ କରିବାକୁ ଇଚ୍ଛା ରଖିଥିଲେ । ବର୍ତ୍ତମାନ ସେ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି, ଏଥି ପାଇଁ ସେ ବହୁତ ଖୁସି ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.