ନୂଆଦିଲ୍ଲୀ: ମୁଁ ଭୋଟ୍ ବ୍ୟାଙ୍କ ରାଜନୀତି ସହିତ ନାହିଁ କି ମୁସ୍ଲିମ୍ ସମ୍ପ୍ରଦାୟ ଭୋଟ ସହିତ ଜଡ଼ିତ ନାହିଁ। କଂଗ୍ରେସ ଭଳି ମୁଁ ଭୋଟ୍ ବ୍ୟାଙ୍କ ରାଜାନୀତି କରୁ ନାହିଁ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଜାତୀୟ ଗଣମାଧ୍ୟମ ଏନ୍ଡିଟିଭିକୁ ସାକ୍ଷାତକାର ଦେଇ ହିମନ୍ତ ଏହି ବୟାନ ଦେଇଛନ୍ତି। ସେ କହିଛନ୍ତି “ବର୍ତ୍ତମାନ ମୁଁ ମୁସଲମାନ ଭୋଟ ଚାହୁଁ ନାହିଁ। ଭୋଟ ବ୍ୟାଙ୍କ ରାଜନୀତିକୁ ଯୋଗୁ ସବୁ ସମସ୍ୟା ହେଉଛି। ମୁଁ ମାସକରେ ଥରେ ମୁସ୍ଲିମ ଏରିଆ ଭ୍ରମଣ କରୁଛି। ସେଠାରେ କାର୍ଯ୍ୟକ୍ରମରେ ଭାଗ ନେବା ସହିତ ଲୋକଙ୍କୁ ଭେଟୁଛି। କିନ୍ତୁ ମୁଁ ବିକାଶ କାର୍ଯ୍ୟାକୁ ରାଜନୀତି ସହିତ ଯୋଡ଼ିପାରିବି ନାହିଁ। ମୁଁ ଛାହୁଁଛି ଯେ ମୁସଲମାନମାନେ ଅନୁଭବ କରନ୍ତୁ ଯେ କଂଗ୍ରେସ ସହିତ ତାଙ୍କର କେବଳ ଭୋଟ୍ ବ୍ୟାଙ୍କ ରାଜନୀତିର ସମ୍ପର୍କ ଥିଲା।”
ଶ୍ରୀ ଶର୍ମା ଆହୁରି କହିଛନ୍ତି “ମୋତେ ଭୋଟ ଦିଅ ନାହିଁ। କିନ୍ତୁ ଆଗାମୀ ୧୦ ବର୍ଷ ଭିତରେ ମୋତେ ଆପଣଙ୍କ ଏରିଆରେ ବିକାଶ କରିବାକୁ ସୁଯୋଗ ଦିଅ। ମୁଁ ଆପଣଙ୍କୁ ସୁନିଶ୍ଚିତ କରିବାକୁ ଚାହୁଁଛି ଯେ ରାଜ୍ୟରେ ବାଲ୍ୟ ବିବାହ ପ୍ରଥା ବନ୍ଦ କରିଦେବି। ପିଲାମାନେ ମଦ୍ରାସ ଯିବା ବନ୍ଦ କରି କଲେଜ ଯିବେ। ମୁଁ ମୁସଲିମ ଝିଅମାନଙ୍କ ପାଇଁ ୭ଟି କଲେଜ୍ ଉଦ୍ଘାଟନ କରିବାକୁ ଯାଉଛି। ବିଶେଷ କରି ଝିଅମାନଙ୍କ ପାଇଁ ଏହି କଲେଜ ହେବ।”
ପଢନ୍ତୁ-୨ ଦିନିଆ ଓ୍ବାଏନାଡ୍ ଗସ୍ତରେ ରାହୁଲ ଗାନ୍ଧି, ସଂସଦୀୟ କ୍ଷେତ୍ରରେ ଜନସଭାକୁ କରିବେ ସମ୍ବୋଧନ
ବିଜେପି ୨୦୨୧ରେ ଆସାମରେ ଦ୍ୱିତୀୟ ଥର ନିର୍ବାଚନ ଜିତିବା ପରେ ସର୍ବାନନ୍ଦ ସୋନୋୱାଲ୍ଙ୍କ ସ୍ଥାନରେ ଫାୟାର ବ୍ରାଣ୍ଡ ନେତା ହିମନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲା ଦଳ। ସେବେଠାରୁ ମୁଖ୍ୟମନ୍ତ୍ରୀ ଭାବେ ରୋକ୍ଠୋକ୍ ପଦକ୍ଷେପ ନେଉଛନ୍ତି ହିମନ୍ତ। ଭୋଟ୍ ବାହାରେ ମୁସ୍ଲିମଙ୍କର ବିଜେପି ସହିତ ସମ୍ପର୍କ ରହିବା ଦରକାର ବୋଲି ହିମନ୍ତ ଚାହୁଛନ୍ତି।
ଏନେଇ କଂଗ୍ରେସକୁ ଟାର୍ଗେଟ୍ କରି ହିମନ୍ତ କହିଛନ୍ତି “କଂଗ୍ରେସ ମୁସ୍ଲିମ ଏରିଆରେ ସ୍କୁଲ୍ କି ଅନ୍ୟ କୌଣସି ନିର୍ମାଣ କରାଇ ନାହିଁ। କିନ୍ତୁ ଆମେ ସେମାନଙ୍କୁ ବିକାଶର ପଥରେ ନେବାକୁ ଚାହୁଁଛୁ। ୧୦-୧୫ ବର୍ଷ ଭିତରେ ମୁଁ ଏହା କରି ଦେଖାଇବି। ଏହାପରେ ଯାଇ ମୁସ୍ଲିମଙ୍କୁ ଭୋଟ କଥା କହିବି। ଯଦି ମୁଁ ବର୍ତ୍ତମାନ ଠାରୁ ସେମାନଙ୍କୁ ଭୋଟ୍ ମାଗିବି ତେବେ ଏହା ଦେବା-ନେବାର ସମ୍ପର୍କ ହୋଇଯିବ। ମୁଁ ସେମାନଙ୍କ ସହିତ ନେଣଦେଣର ସମ୍ପର୍କ ରଖିବାକୁ ଚାହୁଁ ନାହିଁ।” ଗତ ରାଜ୍ୟ ନିର୍ବାଚନରେ ସେ ମୁସ୍ଲିମ ଏରିଆରେ ନିର୍ବାଚନ ପ୍ରଚାର ନକରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ ବୋଲି ଏନ୍ଡିଟିଭିକୁ କହିଛନ୍ତି ହିମନ୍ତ।
ସେ କହିଛନ୍ତି “୨୦୧୬ ଓ ୨୦୨୦ ପ୍ରଚାର ସମୟରେ ମୁଁ ମୁସ୍ଲିମ୍ ଏରିଆକୁ ଯାଇ ନଥିଲି। ମୁଁ କହିଥିଲି ଯେ ମୁଁ ନିର୍ବାଚନ ଜିତିବା ପରେ ହିଁ ସେଠାକୁ ଯିବି। ସେହି ସମୟରେ ମୁଁ ସେମାନଙ୍କୁ କହିଥଲି ଯେ ଆପଣମାନେ ଯାହାକୁ ଚାହିଁବେ ଭୋଟ୍ ଦିଅନ୍ତୁ। ହେଲେ ବିଜେପି ସେହି ଏରିଆଗୁଡ଼ିକରେ ପ୍ରଚାର କରିବ ନାହିଁ।” ସୂଚନା ଥାଉକି ଆସାମରେ ବିଜେପି ଦ୍ୱିତୀୟ ଥର ପାଇଁ ବି ନିର୍ବାଚନ ଜିତିଥିଲା।
ମୋଟ ୧୨୬ ଆସନରୁ ଦ୍ୱିତୀୟ ପାଳିରେ ବିଜେପି ୬୦ ଆସନ ଜିତିଥିଲା। ବିଜେପି ସହଯୋଗୀ ଦଳ ଏଜିପି ମାତ୍ର ୯ଟି ଓ ୟୁପିପିଏଲ ୬ଟି ଆସନ ଜିତିଥିଲା। କହି ରଖୁଛୁ ଯେ ହିମନ୍ତ ବିଶ୍ୱ ଶର୍ମା ୨୦୧୫ରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହାପର ଠାରୁ ସେ ରାଜ୍ୟରେ ବିଜେପିର ମଙ୍ଗ ଧରିଛନ୍ତି।
ପଢନ୍ତୁ-ବାଲ୍ୟ ବିବାହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆସାମରେ ଚଢାଉ; ୧୮୦୦ରୁ ଅଧିକ ଗିରଫ