କ୍ରାଇମ୍ କୁଇନ୍‌ଙ୍କୁ ଶେଷରେ ଧରିଲା ସ୍ପେଶାଲ୍‌ ସ୍କ୍ୱାଡ୍, ଆଇନ୍‌ ଛାତ୍ରୀ ଗ୍ୟାଙ୍ଗଷ୍ଟରର ରାଇଟ୍‌ ହ୍ୟାଣ୍ଡ...

Published By : Prameya-News7 Bureau | January 01, 2020 IST

କଟକ୧/୧: କ୍ରାଇମ କ୍ବିନ୍ ଗିରଫ। କଟକ ସ୍ପେଶାଲ ସ୍କ୍ୱାଡ୍ ଶେଷରେ ଏହି କ୍ରାଇମ୍ କୁଇନ୍‌ଙ୍କୁ ଧରିବାରେ ସଫଳ ହୋଇଛି। ସହରରେ ବେଆଇନ୍ ବନ୍ଧୁକ କାରବାର, ଦାଦା ବଟି ଆଦାୟରେ ତା'ର ଥିଲା ସମ୍ପୃକ୍ତି। ଗ୍ୟାଙ୍ଗଷ୍ଟର ସକିଲ୍‌ର ଇସାରାରେ ସହରରେ ଅପରାଧିକ ବାତାବରଣ ତିଆରି କରିବା ପାଇଁ ଅସାମାଜିକ ଯୁବକ ମାନଙ୍କୁ ନିୟୋଜିତ କରିବା ସହ ସେମାନଙ୍କୁ କଣ୍ଟ୍ରୋଲ ବି କରୁଥିଲା। ସେ ହେଉଛନ୍ତି ନସରୀନ୍ ଖାନ୍।ଏହି ସ୍ମାର୍ଟ ଲେଡି କ୍ରିମିନାଲଙ୍କର ଅନେକ ସଂଗୀନ ଘଟଣାରେ ଅଛି ସଂପୃକ୍ତି। ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଲା ନସରୀନ୍ ଜଣେ ଆଇନ ଛାତ୍ରୀ। କିନ୍ତୁ ଅପରାଧିକ କାମରେ ସମ୍ପୃକ୍ତ।

{"id":205493,"sizeSlug":"large"}

ଚୌଦ୍ୱାର ନିକଟରେ କଟକର ସ୍ପେଶାଲ୍ ସ୍କ୍ୱାଡ୍ ବୁଧବାର ଚଢାଉ କରି ୨୪ ବର୍ଷୀୟା ନସରିନ୍ ଖାନଙ୍କୁ ଗିରଫ କରିଛି। କଟକର କେଶରପୁର ଅଞ୍ଚଳରେ ତାଙ୍କ ଘର। ନସରୀନ୍‌ଙ୍କୁ ପଚରାଉଚରା ସମୟରେ ତାଙ୍କଠାରୁ ପୋଲିସ୍ ବହୁ ଚାଞ୍ଚଲ୍ୟକର ତଥ୍ୟ ହାସଲ୍ କରିଛି।

{"id":205496,"sizeSlug":"large"}

ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସହରରେ ବିଭିନ୍ନ ଦାଦା ବଟି ଆଦାୟରେ ନସରୀନଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପର୍କ ରହିଛି। ଖାସ୍ କରି ଗିରଫ୍ ହୋଇ ଏବେ ଚୌଦ୍ୱାର ଜେଲ୍ ରେ ଥିବା ଗ୍ୟାଙ୍ଗଷ୍ଟର ମହମ୍ମଦ୍ ସକିଲ୍‌ର ଘନିଷ୍ଠ ସହଯୋଗୀ ହେଉଛନ୍ତି ନସରୀନ୍ ଖାନ। ଆଉ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ନସରୀନ୍ ଖାନ୍ ହେଉଛନ୍ତି କଟକସ୍ଥିତ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ।

{"id":205494,"sizeSlug":"large"}

ପୋଲିସ୍ କହିବା ଅନୁସାରେ ଭାରତର ଗୋଟିଏ ପ୍ରତିଷ୍ଠିତ ଆଇନ୍ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବାରୁ ନସରୀନ୍ ସହଜରେ ସନ୍ଦେହ ପରିସରକୁ ଆସୁ ନଥିଲା। ଏହାର ସୁଯୋଗ ନେଇ ସକିଲ୍ ତାର କଳା ଧନ୍ଦାରେ ନସରୀନଙ୍କୁ ନିୟୋଜିତ କରିଥିଲା। ପୋଲିସ୍ ସୂଚନା ଅନୁସାରେ ନସରୀନ୍ ବରାବର ଚୌଦ୍ୱାର ଜେଲ୍‌କୁ ଯାଇ ସକିଲକୁ ସାକ୍ଷାତ କରିଥାଆନ୍ତି। ସକିଲଠାରୁ ନିର୍ଦ୍ଦଶ ପାଇବା ପରେ ଦାଦା ବଟି ଆଦାୟ ପାଇଁ ବିଭିନ୍ନ ଯୁବକଙ୍କୁ ନସରୀନ୍ ବନ୍ଧୁକ ଯୋଗାଇ ଥାଆନ୍ତି। ଯୁବକ ମାନଙ୍କୁ ନସରୀନ ଯୋଗାଉଥିବା ବନ୍ଧୁକ ବିଭିନ୍ନ ମାଧ୍ୟମ ଦେଇ ତାଙ୍କ ପାଖକୁ ଆସିଥାଏ।

{"id":205495,"sizeSlug":"large"}

ଗତ ୧୪ ତାରିଖରେ ବକ୍ସିବଜାରରେ ଥିବା ଆନନ୍ଦ ସ୍ପୋର୍ଟସ ମାଲିକଙ୍କୁ  ସକିଲ୍ ୧୦ ଲକ୍ଷ ଟଙ୍କା ଦାଦା ବଟି ମାଗିଥିବା ଅଭିଯୋଗ ହୋଇଥିଲା। ଏହି ମାମାଲାରେ ଏବେ ସକିଲ୍ ଗିରଫ ହୋଇ ଚୌଦ୍ୱାର ଜେଲ୍‌ରେ ଅଛି। ମାମଲାର ତଦନ୍ତ ସମୟରେ ବିଭିନ୍ନ ଫୋନ୍ କଲ୍ ଓ ଜେଲ୍ ମୁଲାକାତ୍‌ରୁ ପୋଲିସ୍ ନସରୀନଙ୍କ ଭୂମିକା ନେଇ ସନ୍ଦେହ କରିଥିଲା। ଅଧିକ ତଦନ୍ତ ପରେ ନସରୀନ୍ କିଛି ନିର୍ଦ୍ଧିଷ୍ଟ ଯୁବକଙ୍କୁ ବନ୍ଧୁକ ଦେଇ ଦାଦାବଟି ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିବା ପୋଲିସ୍ ସ୍ପଷ୍ଟ ହୋଇଥିଲା। ଏହା ପରେ ପୋଲିସ୍ ନସରୀନ୍‌ଙ୍କ ଗତିବିଧି ଉପରେ ନଜର ରଖି ବୁଧବାର ତାଙ୍କୁ ଚୌଦ୍ୱାର ନିକଟରୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.