ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ରାତି ଅଧରେ ଭାର୍ଗବୀ ନଦୀ ବେଆଇନ ବାଲି ଖାଦାନରେ ଚଢ଼ଉ ; ୩ଟି ଲୋଡ଼ର ମେସିନ ଜବତ କଲା ପୋଲିସ

12/12/2021 at 5:56 PM

ବାଲିପାଟଣା ୧୨/୧୨ : ରାତି ଅଧିଆ ଚାଲୁଥିଲା ବେଆଇନ ବାଲି ଚୋରା ଚାଲାଣ । ଗାଁ ଲୋକଙ୍କର ବିରୋଧ ସତ୍ତ୍ୱେ ମାନୁନଥିଲେ ବାଲି ମାଫିଆ । ଗାଁ ଲୋକମାନେ ବିରୋଧ କରିବାକୁ ସେମାନଙ୍କୁ ଧମକ ଦେବା ସହ ନାଲି ଆଖି ମଧ୍ୟ ଦେଖାଉଥିଲେ ଚାଲାଣକାରୀ। ସମ୍ପୃକ୍ତ ଅଞ୍ଚଳରେ ମଧ୍ୟ ୧୪୪ ଧାରା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିଲା। ଶନିବାର ରାତିରେ ପୋଲିସ ଘଟଣାସ୍ଥଳରେ ଚଢ଼ଉ କରି ବାଲିଚୋରି ଯନ୍ତ୍ରାଂଶ ଜବତ କରିଛି।

ସୂଚନା ମୁତାବକ ବାଲିପାଟଣା ତହସିଲ ଅଧୀନ ମୁକୁନ୍ଦଦାଶପୁର ମୌଜାରେ ଥିବା ଭାର୍ଗବୀ ନଦୀରୁ ବାରମ୍ବାର ବାଲି ଚୋରା ଚାଲାଣ ହେଉଥିଲା। ଏହି ଅଞ୍ଚଳରେ ୧୪୪ ଧାରା ଲାଗୁ କରିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କ ପାଖରେ ଆବେଦନ କରାଯାଇଥିଲା। । ଭୁବନେଶ୍ଵର ଡିସିପି କୋର୍ଟ ଏହି ୫୪ଏକର ପରିମିତ ନଦୀପଠା ଅଞ୍ଚଳରେ ୧୪୪ଧାରା ଜାରି କରିଥିଲେ।

ଏହାପରେ ମଧ୍ୟ ବାଲି ମାଫିଆମାନେ ନିୟମ ଉଲଙ୍ଘନ କରି ବେଆଇନ ଭାବେ ବାଲି ଚୋରି କରୁଥିଲେ। ଏକ ବିଶେଷ ସୂତ୍ରରୁ ବାଲି ଚୋରି ହେଉଥିବା ଖବର ପାଇ ଶନିବାର ରାତିରେ ଉଭୟ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପହଞ୍ଚି ତିନୋଟି ବାଲି ଉଠାଇବା ମେସିନ ଯବତ କରିଛି। ପୋଲିସଙ୍କୁ ଦେଖି ଘଟଣା ସ୍ଥଳରୁ ଏକ ହାଇୱା ଟ୍ରକ ଫେରାର ହୋଇଯାଇଛି।

   Related Posts