scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

WTC 2023 Finalରେ କେଉଁମାନେ ହୋଇପାରନ୍ତି ଟିମ୍ ଇଣ୍ଡିଆ ପାଇଁ ବିଜୟର ସାରଥି, ପଣ୍ଟିଂ କହିଲେ ନାଁ

1/06/2023 at 5:09 PM

ନୂଆଦିଲ୍ଲୀ: ଆଇସିସି ୱାଲର୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇଲାନ ଜୁନ ୭ରୁ ଲଣ୍ଡନର ଦ ଓଭାଲରେ ଖେଳାଯିବ । ଟେଷ୍ଟ ରାଙ୍କିଂରେ ନମ୍ୱର ୱାନ୍ ଥିବା ଟିମ୍ ଇଣ୍ଡିଆ ଭେଟିବ ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ । ତେବେ ଲଢେଇ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ସେହି ଭାରତୀୟଙ୍କ ନାଁ କହିଛନ୍ତି, ଯେଉଁମାନେ ଫାଇନାଲରେ ତାଙ୍କ ଟିମ ବିପକ୍ଷରେ ବିଜୟର ସୂତ୍ରଧର ହୋଇପାରନ୍ତି ।  

ଭାରତୀୟ ଟିମରେ ଷ୍ଟାର ବ୍ୟାଟରଙ୍କ ଲାମ୍ୱା ତାଲିକା ରହିଛି । ଟିମରେ ଇନଫର୍ମ ବ୍ୟାଟର ଶୁଭମନ ଗିଲ୍, କ୍ୟାପ୍ଟେନ ରୋହିତ ଶର୍ମା, ବିରାଟ କୋହଲି, ଚେତେୱାର ପୂଜାରା, ଆଜିଙ୍କ୍ୟା ରାହାଣେଙ୍କ ପରି ମ୍ୟାଚ୍ ୱିନର ଅଛନ୍ତି । ତେବେ ଅଷ୍ଟ୍ରେଲିଆ ପାଇଁ ପୂଜାରା ଏବଂ କୋହଲି ଅଧିକ ଘାତକ ହୋଇପାରନ୍ତି ଏବଂ ସେମାନଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଦରକାର ବୋଲି ପଣ୍ଟିଂ କହିଛନ୍ତି । ଆଇସିସି ରିଭ୍ୟୁରେ ପ୍ରତିକ୍ରିୟା ଦେଇ ପଣ୍ଟିଂ ଏହି କଥା କହିଛନ୍ତି ।

ଆଇସିସି ରିଭ୍ୟୁରେ ପଣ୍ଟିଂ କହିଛନ୍ତି, ‘ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅଷ୍ଟ୍ରେଲିଆ ଟିମ୍ ବିରାଟଙ୍କ ବିଷୟରେ ରଣନୀତି କରିବ ଏବଂ ସେମାନେ ପୂଜାରାଙ୍କ କଥା ମଧ୍ୟ ଧ୍ୟାନରେ ରଖିବେ । ଏହି ଦୁହେଁ, ବଡ଼ ବ୍ୟବଧାନ ସୃଷ୍ଟି କରିପାରନ୍ତି’।

ସେ କହିଛନ୍ତି, ‘ପୂଜାରା ଅତୀତରେ ଅଷ୍ଟ୍ରେଲିଆରେ ତାଙ୍କ ଟିମ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ ଏବଂ ଏହି ୱିକେଟ୍ ସମ୍ଭବତଃ ଅଷ୍ଟ୍ରେଲିଆ ପିଚ୍ ପରି ରହିବ । ସେମାନେ ଜାଣନ୍ତି ତାଙ୍କୁ ଶୀଘ୍ର ଆଉଟ୍ କରିବାକୁ ପଡ଼ିବ । ଅନ୍ୟପଟେ ବିରାଟ କୋହଲି ଟି ୨୦ କ୍ରିକେଟରେ ନିଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଫେରୁଛନ୍ତି । ଏହା ଅଷ୍ଟ୍ରେଲିଆ ଟିମ୍ ପାଇଁ ଏହି ମ୍ୟାଚରେ ଏକ ଅଶୁଭ ଚେତାବନୀ ହୋଇପାରେ’ ।

READ ALSO: IPL ୧୦ ଟିମ୍‌ଙ୍କ ମାଲିକ କିଏ ? କେତେ ସମ୍ପତ୍ତିର ମାଲିକ ସମସ୍ତ ଟିମ୍

ଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ଏବଂ ପୂଜାରାଙ୍କ ରେକର୍ଡ ବେଶ ଦମଦାର ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ପୂଜାରାଙ୍କ ଅଭେରେଜ୍ ୫୦.୮୨ ରହିଛି । ଏଥିରେ ୫ ଶତକ ଏବଂ ୧୧ ଅର୍ଦ୍ଧଶତକ ସାମିଲ । ସେହିପରି ବିରାଟ କୋହିଲଙ୍କ ଆଭେରେଜ ୪୮.୨୬ ରହିଛି । ଏଥିରେ ତାଙ୍କର ୧୧ଟି ଶତକ ଏବଂ ୫ଟି ଅର୍ଦ୍ଧଶତକ ସାମିଲ ରହିଛି ।

   Related Posts