ବହୁତ କଠିନ୍‌ ଥିଲା ସମୟ, ଅତ୍ୟନ୍ତ ଭୟ ମଧ୍ୟ ଲାଗୁଥିଲା– ରିକି ପଣ୍ଟିଂ

Published By : Prameya-News7 Bureau | December 03, 2022 IST

ପର୍ଥ ୦୩।୧୨ : ୨୪ ଘଣ୍ଟା ଭିତରେ ପୁଣି ଥରେ କମେଣ୍ଟ୍ରି ବକ୍ସକୁ ଫେରିଥିଲେ ରିକି ପଣ୍ଟିଂ । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଶୁକ୍ରବାର ଦିନ ଅସୁସ୍ଥତା କାରଣରୁ କମେଣ୍ଟ୍ରି ବକ୍ସରେ ହିଁ ପଡିଯାଇଥିଲେ । ସେଠାରେ ତାଙ୍କୁ ନେଇ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ଏବେ ଚିକିତ୍ସା ପରେ ପଣ୍ଟିଂ ପୁଣି ଥରେ କମେଣ୍ଟ୍ରି କରୁଥିବା ନଜର ଆସିଛି । କିନ୍ତୁ ସେ ପଡିଆକୁ ଫେରି ନିଜର କଷ୍ଟଭରା ସମୟ ବିଷୟରେ କହିଛନ୍ତି ।  

ସେ କହିଛନ୍ତି ଯେ, ମୋ ପାଇଁ ସେହି ସମୟଟା ଅତ୍ୟନ୍ତ ଭୟାନକ ଥିଲା । ମୋ ଜୀବନରେ ସବୁଠାରୁ ଏହା କଠିନ ସମୟ ରହିଥିଲା । ଶୁକ୍ରବାର ଦିନ ମୁଁ କମେଣ୍ଟ୍ରି  ବକ୍ସରେ ବସିଥିଲି । ହଠାତ୍‌ ମୋତେ ଅସୁସ୍ଥ ଲାଗିଥିଲା । ମୁଁ ଭାବିଲି ମୋତେ କୌଣସି କାରଣରୁ ଅସୁସ୍ଥ ଲାଗିଥାଇପାରେ, କମେଣ୍ଟ୍ରି କରିପାରିବି । କିନ୍ତୁ ଏହା ହିଁ ମୋର ଭୁଲ୍‌ ଥିଲା । ହଠାତ୍‌ ମୋତେ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଯାହାଫଳରେ ମୁଁ ବସିଥିବା ଚୌକିକୁ ଜୋରରେ ଧରିଥିଲି ।

wp:html /wp:html

ଶେଷରେ ମୋ ପାଖରେ ବସିଥିବା ସାଥୀ କମେଣ୍ଟରଙ୍କୁ ଏ ବିଷୟରେ ଜଣାଇଥିଲି । ସାଥୀ କମେଣ୍ଟର ଓ ଷ୍ଟାଡିୟମରେ ଥିବା ଅଧିକାରୀମାନେ ମୋତେ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ୧୦ରୁ ୧୫ ମିନିଟ୍‌ ଧରି ଚିକିତ୍ସା ପରେ ସୁସ୍ଥ ହୋଇଥିଲି । ଡାକ୍ତର ଓ ନର୍ସଙ୍କ ପରିଶ୍ରମ ଲାଗି ମୁଁ ସୁସ୍ଥ ହୋଇପାରିଛି । ପୁରା ସୁସ୍ଥ ହେବା ପରେ ମୁଁ ଆଜି ପଡିଆକୁ ଆସିଛି । ମୋତେ ଏବେ ଭଲ ଲାଗୁଛି ।

ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପର୍ଥରେ ଟେଷ୍ଟ ମ୍ୟାଚ୍‌ ଚାଲିଥିଲା । ପଣ୍ଟିଂ ଏଥିରେ କମେଣ୍ଟ୍ରି ଦେଉଥିଲେ। ହେଲେ ଛାତିରେ ସମସ୍ୟା ଯୋଗୁ ବିପଦର ଆଶଙ୍କା କରି ତାଙ୍କୁ ତୁରନ୍ତ ଡାକ୍ତରଖାନା ଭର୍ତ୍ତି କରାଯାଇଛି। ତେବେ ପଣ୍ଟିଂ ସୁସ୍ଥ ଅଛନ୍ତି ବୋଲି ତାଙ୍କ ସାଙ୍ଗ କହୁଥିବା ବେଳେ ପରିବାର ପକ୍ଷରୁ କିନ୍ତୁ କୌଣସି ସୂଚନା ମିଳିପାରି ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.