ବିଶ୍ୱର ଚତୁର୍ଥ ଧନୀ ଅଭିନେତା ଶାହରୁଖ ଖାନ, ଜାଣନ୍ତୁ ତାଙ୍କର ମୋଟ ନେଟୱର୍ଥ କେତେ ?
10/01/2023 at 2:02 PM

ମୁମ୍ବାଇ ୧୦।୧: ବଲିଉଡ୍ ବାଦଶାହ କୁହାଯାଉଥିବା ଶାହରୁଖ ଖାନ୍ ବିଶ୍ୱର ଚତୁର୍ଥ ଧନୀ ଅଭିନେତା ପାଲଟିଛନ୍ତି। ୱାର୍ଲଡ ଅଫ ଷ୍ଟାଟିଷ୍ଚିକ୍ସ ଟ୍ୱିଟର ଆକାଉଣ୍ଟରେ ବିଶ୍ୱର ଧନୀ ଅଭିନେତାମାନଙ୍କ ସୂଚୀ ସେୟାର କରାଯାଇଛି। ଏଥିରେ ଭାରତୀୟ ଅଭିନେତା ଶାହରୁଖ ଖାନ ଚତୁର୍ଥ ନମ୍ବରରେ ଅଛନ୍ତି। ୱାର୍ଲଡ ଅଫ ଷ୍ଟାଟିଷ୍ଟିକ୍ସର ଏହି ରିପୋର୍ଟ ଅନୁସାରେ ଶାହରୁଖ ଖାନଙ୍କ ପାଖରେ ୭୭୦ ମିଲିୟନ ଡଲାର ଅର୍ଥାତ ଭାରତୀ ମୁଦ୍ରାରେ ୬ହଜାର ୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ରହିଛି।

ହଲିଉଡ ଆକ୍ଟର ଟମ୍ କୃଜ୍ ଯାହାଙ୍କର ସାରା ବିଶ୍ୱରେ ବେଶ୍ ପପୁଲାରିଟି ମଧ୍ୟ ରହିଛି ସୂଚୀରେ ତାଙ୍କ ସ୍ଥାନ ଶାହରୁଖଙ୍କ ତଳେ ଅର୍ଥା ପଞ୍ଚମ ସ୍ଥାନରେ ରହିଛି। ସୂଚୀରେ ତାଙ୍କର ମୋଟ ନେଟୱର୍ଥ ୬୨୦ ମିଲିୟନ ଡଲାର ଅର୍ଥାତ ୫ ହଜାର ୯୦ କୋଟିରୁ ଅଧିକ ଦର୍ଶା ଯାଇଛି। ତେବେ ସୂଚୀ ଅନୁସାରେ ଆମେରିକୀୟ ଅଭିନେତା ଜେରି ସେନଫିଲ୍ଡ ୧ ବିଲିୟନ ନେଟ୍ ୱର୍ଥ ସହ ସୂଚୀର ପ୍ରଥମ ସ୍ଥାନରେ ଅଛନ୍ତି।
Richest actors in the world:
— World of Statistics (@stats_feed) January 8, 2023
🇺🇸 Jerry Seinfeld: $1 Billion
🇺🇸 Tyler Perry: $1 Billion
🇺🇸 Dwayne Johnson: $800 million
🇮🇳 Shah Rukh Khan: $770 million
🇺🇸 Tom Cruise: $620 million
🇭🇰 Jackie Chan: $520 million
🇺🇸 George Clooney: $500 million
🇺🇸 Robert De Niro: $500 million
ଜେରିଙ୍କ ପଛକୁ ରହିଛନ୍ତି ଟାୟଲର ପେରି। ତାଙ୍କର ମଧ୍ୟ ମୋଟ ନେଟୱାର୍ଥ ୧ ବିଲିୟନ ଡଲାର ଅର୍ଥାତ ୮ ହଜାର ୨୦୦ କୋଟି ଟଙ୍କା। ସୂଚୀର ତୃତୀୟ ସ୍ଥାନରେ ଡେନ ଜନସନ୍ ଥିବା ବେଳେ ତାଙ୍କ ମୋଟ ନେଟୱର୍ଥ ୮୦୦ ମିଲିୟନ ଡଲାର ଅର୍ଥାତ ୬ ହଜାର ୫୦୦ କୋଟି ଟଙ୍କା ରହିଛି। ହଙ୍ଗକଙ୍ଗର ଲୋକପ୍ରିୟ ଅଭିନେତା ଜ୍ୟାକି ଚେନ୍ ୫୨୦ ମିଲିୟନ ଡଲାରର ନେଟୱର୍ଥ ସହ ସୂଚୀର ଷଷ୍ଠ ସ୍ଥାନରେ ଅଛନ୍ତି।

ଟ୍ୱିଟରରେ ୱାର୍ଲଡ ଅଫ ଷ୍ଟାଟିଷ୍ଟିକ୍ସର ଏହି ସୂଚୀ ଜାରି ହେବା ପରେ ଶାହରୁଖ ପୁଣି ଥରେ ସୋସିଆଲମିଡିଆରେ ଚର୍ଚ୍ଚାକୁ ଆସିଯାଇଛନ୍ତି। ତେବେ ତାଙ୍କ ୱାର୍କ ଫ୍ରଣ୍ଟ କଥା କହିଲେ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’ ଦେଶର ପ୍ରେକ୍ଷାଳୟମାନଙ୍କରେ ଜାନୁୟାରୀ ୨୫ ତାରିଖ ଦିନ ରିଲିଜ୍ ହେବାକୁ ଯାଉଛି। ଏହା ଛଡା ୨୦୨୩ରେ ଶାହରୁଖ ଫିଲ୍ମ ‘ଜବାନ’ ଓ ‘ଡଙ୍କି’ରେ ମଧ୍ୟ ଦେଖିବାକୁ ମିଳିବେ।