ବିଶ୍ୱକପ ଫାଇନାଲ୍ ପାଇଁ ଅମ୍ପାୟରଙ୍କ ନାଁ ଘୋଷଣ, ଟିମ୍ ଇଣ୍ଡିଆ ପାଇଁ ‘Unlucky Umpire’ କେଟଲବୋରୋ, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | November 17, 2023 IST

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ୍ ବିଶ୍ୱକପ ଫାଇନାଲ ରବିବାର ଖେଳାଯିବ । ଦୁଇ ଟିମ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ । ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି । ସେହିପରି କଙ୍ଗାରୁ ଟିମ୍ ଦକ୍ଷିଣ ଆଫ୍ରିକାକୁ ହରାଇ ଅହମ୍ମଦାବାଦ ପହଞ୍ଚିଛି । ଏହାରି ଭିତରେ ଫାଇନାଲ୍ ପାଇଁ ଅମ୍ପାୟର୍ସଙ୍କ ନାଁ ଘୋଷଣା କରାଯାଇଛି । କିନ୍ତୁ ଏହି ସୂଚୀରେ ରିଚର୍ଡ କେଟଲବୋରୋଙ୍କ ନାଁ ଦେଖି ସବୁ ଭାରତୀୟ ପ୍ରଂଶସକଙ୍କୁ ଝଟକା ଲାଗିଛି । ଏହା ଏଥିପାଇଁ କାରଣ ଯେବେ ବି ରିଚର୍ଡ ଭାରତର ଆଇସିସି ଇଭେଣ୍ଟ ନକ୍‌ଆଉଟ୍‌ରେ ଅମ୍ପାୟରିଂ କରିଛନ୍ତି ଭାରତକୁ ପରାଜୟ ଦେଖିବାକୁ ମିଳିଛି ।

ଇଂଲଣ୍ଡର ରିଚର୍ଡ ଇଲିଙ୍ଗୱାର୍ଥ ଓ ରିଚର୍ଡ କେଟଲବୋରୋ ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବିଶ୍ୱକପ୍ ଫାଇନାଲରେ ଗ୍ରାଉଣ୍ଡ ଅମ୍ପାୟର ରହିବେ । କେଟଲବୋରୋ ୨୦୧୫ ବିଶ୍ୱକପ ଫାଇନାଲରେ ମଧ୍ୟ ଅମ୍ପାୟରିଂ କରିସାରିଛନ୍ତି । ସେତେବେଳେ ତାଙ୍କ ସହ ଶ୍ରୀଲଙ୍କାର କୁମାର ଧର୍ମସେନା ଅମ୍ପାୟରିଂ କରିଥିଲେ ।

ପଢନ୍ତୁ: ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଚାମ୍ପିୟନ ହେବ ଭାରତ ? ଟିମ୍ ଇଣ୍ଡିଆ ସପକ୍ଷରେ ଖାସ୍ ସମୀକରଣ

ରିଚର୍ଡ କେଟଲବୋରୋ ଗତ ଏକ ଦଶନ୍ଧିରେ ସବୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତର ପରାଜୟର ଅଂଶ ରହିଛନ୍ତି । ଏହାର ଆରମ୍ଭ ୨୦୧୪ରେ ହୋଇଥିଲା । ଭାରତ ଓ ଶ୍ରୀଲଙ୍କା ଟି-୨୦ ବିଶ୍ୱକପ ଫାଇନାଲରେ ଇୟାନ ଗୋଲ୍ଡଙ୍କ ସହ ରିଚର୍ଡ କେଟଲବୋରୋ ଅମ୍ପାୟରିଂ କରିଥିଲେ । ଏଥିରେ ଭାରତ ପରାଜିତ ହୋଇଥିଲା । ୨୦୧୫ରେ ଭାରତ ବମାନ ଅଷ୍ଟ୍ରେଲିଆ ସେମି ଫାଇନାଲରେ କୁମାର ଧର୍ମସେନାଙ୍କ ସହ ରିଚର୍ଡ କେଟଲବୋରୋ ଅମ୍ପାୟର ଥିଲେ ଓ ଭାରତ ମ୍ୟାଚ୍ ହାରିଥିଲା । ୨୦୧୬ ଟି-୨୦ ସେମି ଫାଇନାଲରେ ୱେଷ୍ଟଇଣ୍ଡିଜ, ଭାରତକୁ ହରାଇଥିଲା । ଏହି ମ୍ୟାଚରେ ଇୟାନ ଗୋଲ୍ଡଙ୍କ ସହ ଅମ୍ପାୟର ଥିଲେ ରିଚର୍ଡ କେଟଲବୋରୋ । ୨୦୧୭ ଚାମ୍ପିୟନ ଟ୍ରଫି ଫାଇନାଲରେ ଭାରତକୁ ହରାଇଥିଲା ପାକିସ୍ତାନ । ଏହି ମ୍ୟାଚରେ ମରାଇସ୍ ଓ ରିଚର୍ଡ ଅମ୍ପାୟର ଥିଲେ । ୨୦୧୯ ବିଶ୍ୱକପ୍ ସେମି ଫାଇନାଲରେ ଇୟନ ଇଲିଙ୍ଗୱାର୍ଥ ଓ ରିଚର୍ଡ କେଟଲବୋରୋ ଅମ୍ପାୟରିଂ କରିଥିଲେ ଓ ନ୍ୟୁଜିଲାଣ୍ଡଠାରୁ ଭାରତ ପରାଜିତ ହୋଇଥିଲା ।

Also Read: ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍ ଦେଖିଯିବା ହେଲା ସହଜ; ଅହମଦାବାଦକୁ ଚାଲିବ ସ୍ପେଶାଲ୍ ଟ୍ରେନ୍  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.