ମୁମ୍ବାଇ ୭/୫: ଅଭିନେତ୍ରୀ ରିଚା ଚଡ୍ଢାଙ୍କ ମତରେ ତାଙ୍କୁ କୌଣସି ଜିନିଷର ପଶ୍ଚାତାପ ନାହିଁ କାରଣ ପଶ୍ଚାତାପ କରିବାକୁ ସେ ମୂଲ୍ୟହୀନ ବୋଲି ଭାବନ୍ତି। ରିଚା ଏକ ଦଶକରୁ ଅଧିକ ସମୟ ହେଲା ଇଣ୍ଡଷ୍ଟ୍ରିରେ ଅଛନ୍ତି ଏବଂ ‘ଓୟେ ଲକି ଲକି ଓୟେ’,‘ଗ୍ୟାଙ୍ଗସ ଅଫ୍ ଓ୍ବାସେପୁର’,‘ଫୁକରେ’,‘ମସାନ’ ଏବଂ ‘ଆର୍ଟିକଲ୍ ୩୭୫’ ଭଳି ଫିଲ୍ମରେ ନିଜ ଅଭିନୟ ଦ୍ବାରା ଦର୍ଶକଙ୍କୁ ପ୍ରଭାବିତ କରି ସାରିଛନ୍ତି।
{"id":266158,"sizeSlug":"large"}ରିଚା କହିଛନ୍ତି,‘ ତାଙ୍କୁ କୌଣସି ପଶ୍ଚାତାପ ନାହିଁ। ପଶ୍ଚାତାପ କରିବା ବ୍ୟର୍ଥ। ଯଦି ଆପଣ ଏକ ଖରାପ ନିଷ୍ପତ୍ତି ନେଇଛନ୍ତି କିମ୍ବା କେବେ କୌଣସି ଏକ ଖରାପ ଫିଲ୍ମ କରିଥିଲେ ତେବେ ଏହାର ଅର୍ଥ ନୁହେଁ ଯେ ଆପଣ ନିଜକୁ କ୍ଷତି ପହଞ୍ଚାଇବା ପାଇଁ ଏପରି କରିଥିଲେ।’
{"id":266160,"sizeSlug":"large"}ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଯେପରି ତାଙ୍କ ମାମଲାରେ ଦେଖିଲେ ସେ ଫିଲ୍ମ ଇଣ୍ଡଷ୍ଟ୍ରିର କାହାକୁ ବି ଜାଣିନଥିଲେ,ଏଠାରେ ତାଙ୍କର କୌଣସି ପରାମର୍ଶଦାତା କିମ୍ବା ମିତ୍ର ନଥିଲେ।’
{"id":266162,"width":590,"height":443,"sizeSlug":"large"}ନିକଟରେ କଲ୍କି କୋଚଲିନ୍,ଅମାୟରା ଦସ୍ତୁର,ପୁଲକିତ ସମ୍ରାଟ ଏବଂ ଆଦିଲ ହୁସେନ ଭଳି ଅଭିନେତାଙ୍କ ସହ ରିଚା ଚଡ୍ଢା ଲକଡାଉନ୍ ସମୟରେ ଶାନ୍ତି ଏବଂ ଲିଙ୍ଗଗତ ସମାନତାର ସନ୍ଦେଶ ଦେଉଥିବା ଦେଖାଯାଇଥିଲା।
{"id":266165,"sizeSlug":"large"}ଓ୍ବିମେନ୍ ଇନ୍ ଫିଲ୍ମସ୍ ଏବଂ ଟେଲିଭିଜନ୍ ଇଣ୍ଡିଆ ଦ୍ବାରା ଏକ ଭିଡିଓରେ ଏହି ହସ୍ତୀମାନେ ଲକଡାଉନ୍ କାରଣରୁ ଦୁର୍ବଳ ମାନସିକ ସ୍ବାସ୍ଥ୍ୟରୁ ଉତ୍ପନ୍ନ ମୁଦ୍ଦା ବିଷୟରେ କଥା ହୋଇଥିଲେ ଏବଂ ଏହି ଅଭିଯାନକୁ ସମର୍ଥନ କରିଥିଲେ।
{"id":266167,"sizeSlug":"large"}ମହାମାରୀ କାରଣରୁ ଲକଡାଉନର ଅବଧିରେ ରିଚା ରୋଷେଇ କରିବା ସହ ଅନେକ ରଚନାତ୍ମକ କାମ କରିଥିଲେ। ସେ ଏକ ନୂଆ ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି ଏବଂ ନୃତ୍ୟ କରୁଛନ୍ତି। ଲକଡାଉନ୍ ଯୋଗୁଁ ରିଚା ଚଡ୍ଢା ଏବଂ ଅଲି ଫଜଲଙ୍କ ବିବାହ ମଧ୍ୟ କ୍ୟାନସଲ୍ ହୋଇଯାଇଛି।
{"id":266168,"sizeSlug":"large"}