ଅଭିନେତ୍ରୀ ପାୟଲଙ୍କ ବିରୋଧରେ ମାନହାନି ମୋକଦ୍ଦମା ପ୍ରତ୍ୟାହାର କଲେ ଋଚା ଚଡ୍ଢା

Published By : Prameya-News7 Bureau | October 14, 2020 IST

ନୂଆଦିଲ୍ଲୀ ୧୪/୧୦: ବଲିଉଡ ଅଭିନେତ୍ରୀ ଋଚା ଚଢ଼୍ଢା ପାୟଲ ଘୋଷଙ୍କ ବିରୋଧରେ କରିଥିବା ମାନହାନି ମୋକଦ୍ଦମା ପ୍ରତ୍ୟାହାର କରିଛନ୍ତି। ଦୁଇ ଅଭିନେତ୍ରୀ ଅଦାଲତ ବାହାରେ ଏହି ମାମଲାକୁ ତୁଟାଇଛନ୍ତି। ବମ୍ବେ ହାଇକୋର୍ଟକୁ ମଧ୍ୟ ଏନେଇ ଅବଗତ କରାଇଛନ୍ତି।

ଅଭିନେତ୍ରୀ ପାୟଲ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏହା ସହ ପାୟଲ ତାଙ୍କ ବୟାନରେ ଋଚାଙ୍କ ନାଁ ନେଇ ତାଙ୍କ ଚରିତ୍ର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ। ଯାହା ପରେ ଋଚା ବମ୍ବେ ହାଇକୋର୍ଟରେ ତାଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିଥିଲେ। ଗତ ଶୁଣାଣିରେ ପାୟଲଙ୍କ ଓକିଲ କହିଥିଲେ ପାୟଲ ଅଭିଯୋଗ ପ୍ରତ୍ୟାହାର କରିବା ସହ ଋଚାଙ୍କୁ କ୍ଷମା ମାଗିବାକୁ ପ୍ରସ୍ତୁତ। ବୁଝାମଣା କରି ମାମଲାକୁ ଆଗକୁ ବଢ଼ାଇବାକୁ ଚାହୁଁ ନ ଥିବା କହିଥିଲେ ପାୟଲ। ଏହା ପରେ ବମ୍ବେ ହାଇକୋର୍ଟ ଦୁହେଁ ପରସ୍ପର ଭିତରେ ବୁଝାମଣା କରି ମାମଲାକୁ ସମାଧାନ କରିପାରିବେ ବୋଲି କହିଥିଲେ। ସୋମବାର ଏନେଇ ଦୁହିଁଙ୍କୁ ଦୁଇ ଦିନ ସମୟ ଦେଇଥିଲେ।

ଅବଶ୍ୟ ସେ ଏବେ କୌଣସି ସର୍ତ ନ ରଖି ଋଚାଙ୍କୁ କ୍ଷମା ମାଗିଛନ୍ତି। ଏହା ସହ ଆଗକୁ ତାଙ୍କ ଉପରେ କୌଣସି ଅପରାଧିକ ମାମଲା ତାଙ୍କ ଉପରେ ନ ଲଗାଇବାକୁ ପାୟଲ ଋଚାଙ୍କୁ ଦାବି କରିଛନ୍ତି। ସେ ଯାହା ବି ହେଉ ନା କାହିଁକି ଏବେ ଏ ମାମଲା ସମାଧାନ ହେବା ସହ ଏହାର ଅନ୍ତ ଘଟିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.