ରାଇସ୍ ମିଲ୍ ପରିସରରେ ଭାଙ୍ଗ କାରଖାନା ଠାବ ହେବା ପରେ ମିଲ୍‌କୁ ସିଲ୍ କଲା ପ୍ରଶାସନ

Published By : Prameya-News7 Bureau | November 03, 2019 IST

କଳାହାଣ୍ଡି ୩।୧୧: କଳାହାଣ୍ଡିରେ ରାଇସ୍ ମିଲ୍ ପରିସରରେ ଭାଗଂ କାରଖାନା ଠାବ ପରେ ସନ୍ୟାସୀ କୁଣ୍ଡାମାଲ ଶ୍ରୀଗଣପତି ଏଗ୍ରୋ ରାଇସ୍ ମିଲକୁ ସିଲ୍ କଲା ପ୍ରଶାସନ । ମାମଲାରେ ଜୁନାଗଡ ପୋଲିସ ଦ୍ବାରା ଅଟକ ପ୍ରହଲ୍ଲାଦ ପ୍ରଧାନକୁ କୋର୍ଟ ଚାଲାଣ କରାଯାଇଛି । ଗୋଦାମରୁ ବିପୁଳ ପରିମାଣର ଭାଗଂ ଜବତ ହୋଇଛି ।

ରାଇସ୍ ମିଲ୍ ଭିତରେ ବେଆଇନ ଭାଗଂ କାରଖାନା ଚାଲିଥିବା ଅଭିଯୋଗ ହେବା ପରେ ଜୁନାଗଡ ପୋଲିସ ଚଢାଉ କରିଛି। ସନ୍ୟାସୀ କୁଣ୍ଡାମାଲ ଗଣପତି ଏଗ୍ରୋ ରାଇସ ମିଲ୍ ଭିତରେ ବେଆଇନ ଭାଗଂ ଥିବା ଅଭିଯୋଗ ହୋଇଥିଲା । ପୋଲିସ ଚଢାଉରେ ରାଇସ ମିଲ ଭିତରେ ବେଆଇନ୍ ଭାବେ ଭାଗଂ ପ୍ୟାକେଟ ଓ ଭାଗଂ ବସ୍ତା ଗଚ୍ଛିତ ରହିଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.